ଗୁଗଲ୍ ଏବେ ନିଜ ମ୍ୟାପ୍ ଆପ୍ରେ ଏକ ନୂଆ ଫିଚର ଯୋଗ କରିଛି। ମ୍ୟାପ୍ରେ ଗୁଗଲ୍ ତରଫରୁ ସାର୍ବଜନୀନ ଶୌଚାଳୟ ଫିଚର ଦିଆଯାଉଛି। ଗୁଗଲ ମ୍ୟାପ୍ ଦେଶର ୨୩୦୦ରୁ ଅଧିକ ସହରରେ ୫୭୦୦୦ରୁ ଅଧିକ ସାର୍ବଜନୀନ ଶୌଚାଳୟର ତାଲିକା କରିଛି। ଏନେଇ ସୂଚନା ଦେବା ଅବସରରେ ଗୁଗଲ ମ୍ୟାପର ବରିଷ୍ଠ ପରିଯୋଜନା ପ୍ରବନ୍ଧକ ଅନଲ ଘୋଷ କହିଛନ୍ତି ଯେ, ସବୁବେଳେ ଲୋକଙ୍କୁ ସାହାଯ୍ୟ କରିବା ହେଉଛି ଗୁଗଲ ମ୍ୟାପ୍ର ଉଦ୍ଦେଶ୍ୟ।
ଏହାସହ ପଢନ୍ତୁ: ସାଇବର କ୍ରାଇମ୍ ରୋକିବାକୁ ଏକାଠି ହେଲେ ଏହି ୭ କମ୍ପାନୀ, ଗୁଗଲ୍ ଠାରୁ ନେବେ ସାହାଯ୍ୟ
ସେ କହିଛନ୍ତି ଯେ, ସାର୍ବଜନୀନ ସ୍ୱଚ୍ଛତା ସମ୍ପର୍କରେ ଲୋକଙ୍କୁ ସୂଚନା ଦେବା ସାମାଜିକ କଲ୍ୟାଣର ଏକ ଅଂଶ। ସ୍ୱଚ୍ଛ ଭାରତ ଅଭିଯାନ ଅବସରରେ ଗୁଗଲ ଏହି ଫିଚର ଆରମ୍ଭ କରିଛି। ଗୁଗଲ ମ୍ୟାପ୍ରେ ୟୁଜରମାନେ ଏବେ ଆଖପାଖରେ ଥିବା ସାର୍ବଜନୀନ ଶୌଚାଳୟ ସମ୍ପର୍କରେ ସୂଚନା ପାଇପାରିବେ।
ୟୁଜରଙ୍କୁ ଗୁଗଲ ମ୍ୟାପ୍ରେ ଯାଇ Public Toilet Near Me ଟାଇପ୍ କରିବାକୁ ପଡ଼ିବ। ମ୍ୟାପ୍ ଛଡ଼ା ୟୁଜର୍ସ ଗୁଗଲ ଆସିଷ୍ଟାଣ୍ଟରେ ମଧ୍ୟ ସାର୍ବଜନୀନ ଶୌଚାଳୟ ସମ୍ପର୍କରେ ପଚାରିପାରିବେ ବା ସର୍ଚ୍ଚ କରିପାରିବେ। ଗୁଗଲର ଏଭଳି ପଦକ୍ଷେପ ପରେ ଲୋକେ ସହଜରେ ଶୌଚାଳୟ ଖୋଜି ପାରିବେ ଓ ବାହାରେ ଶୌଚ କରିବାରୁ ବିରତ ହେବେ ବୋଲି କମ୍ପାନୀ ଆଶା ପ୍ରକାଶ କରିଛି।
ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…
ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…
ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…
ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…
ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…
ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…