Below header

ଏବେ ଗୁଗଲ୍‌ କହିବ ଆଖପାଖରେ କେଉଁଠାରେ ରହିଛି ସାର୍ବଜନୀନ ଶୌଚାଳୟ, ଜାରି ହେଲା ନୂତନ ଫିଚର

ଗୁଗଲ୍‌ ଏବେ ନିଜ ମ୍ୟାପ୍‌ ଆପ୍‌ରେ ଏକ ନୂଆ ଫିଚର ଯୋଗ କରିଛି। ମ୍ୟାପ୍‌ରେ ଗୁଗଲ୍‌ ତରଫରୁ ସାର୍ବଜନୀନ ଶୌଚାଳୟ ଫିଚର ଦିଆଯାଉଛି। ଗୁଗଲ ମ୍ୟାପ୍‌ ଦେଶର ୨୩୦୦ରୁ ଅଧିକ ସହରରେ ୫୭୦୦୦ରୁ ଅଧିକ ସାର୍ବଜନୀନ ଶୌଚାଳୟର ତାଲିକା କରିଛି। ଏନେଇ ସୂଚନା ଦେବା ଅବସରରେ ଗୁଗଲ ମ୍ୟାପର ବରିଷ୍ଠ ପରିଯୋଜନା ପ୍ରବନ୍ଧକ ଅନଲ ଘୋଷ କହିଛନ୍ତି ଯେ, ସବୁବେଳେ ଲୋକଙ୍କୁ ସାହାଯ୍ୟ କରିବା ହେଉଛି ଗୁଗଲ ମ୍ୟାପ୍‌ର ଉଦ୍ଦେଶ୍ୟ।

ଏହାସହ ପଢନ୍ତୁ: ସାଇବର କ୍ରାଇମ୍‌ ରୋକିବାକୁ ଏକାଠି ହେଲେ ଏହି ୭ କମ୍ପାନୀ, ଗୁଗଲ୍‌ ଠାରୁ ନେବେ ସାହାଯ୍ୟ

ସେ କହିଛନ୍ତି ଯେ, ସାର୍ବଜନୀନ ସ୍ୱଚ୍ଛତା ସମ୍ପର୍କରେ ଲୋକଙ୍କୁ ସୂଚନା ଦେବା ସାମାଜିକ କଲ୍ୟାଣର ଏକ ଅଂଶ। ସ୍ୱଚ୍ଛ ଭାରତ ଅଭିଯାନ ଅବସରରେ ଗୁଗଲ ଏହି ଫିଚର ଆରମ୍ଭ କରିଛି। ଗୁଗଲ ମ୍ୟାପ୍‌ରେ ୟୁଜରମାନେ ଏବେ ଆଖପାଖରେ ଥିବା ସାର୍ବଜନୀନ ଶୌଚାଳୟ ସମ୍ପର୍କରେ ସୂଚନା ପାଇପାରିବେ।

ୟୁଜରଙ୍କୁ ଗୁଗଲ ମ୍ୟାପ୍‌ରେ ଯାଇ Public Toilet Near Me ଟାଇପ୍‌ କରିବାକୁ ପଡ଼ିବ। ମ୍ୟାପ୍‌ ଛଡ଼ା ୟୁଜର୍ସ ଗୁଗଲ ଆସିଷ୍ଟାଣ୍ଟରେ ମଧ୍ୟ ସାର୍ବଜନୀନ ଶୌଚାଳୟ ସମ୍ପର୍କରେ ପଚାରିପାରିବେ ବା ସର୍ଚ୍ଚ କରିପାରିବେ। ଗୁଗଲର ଏଭଳି ପଦକ୍ଷେପ ପରେ ଲୋକେ ସହଜରେ ଶୌଚାଳୟ ଖୋଜି ପାରିବେ ଓ ବାହାରେ ଶୌଚ କରିବାରୁ ବିରତ ହେବେ ବୋଲି କମ୍ପାନୀ ଆଶା ପ୍ରକାଶ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.