Below header

ଷୋଡଶ ଉପଚାରରେ ଚାଲିଛି ତାଳଚେରର ପ୍ରସିଦ୍ଧ ମା ହିଙ୍ଗୁଳାଙ୍କ ନବରାତ୍ର ପୂଜା

ତାଳଚେର(କେନ୍ୟୁଜ୍): ଷୋଡଶ ଉପଚାରରେ ଚାଲିଛି ତାଳଚେରର ପ୍ରସିଦ୍ଧ ମା ହିଙ୍ଗୁଳାଙ୍କ ନବରାତ୍ର ପୂଜା । ମାଆ ଧାରଣ କରୁଥିବା ସମସ୍ତ ଆୟୂଧ, ଖଡ୍‌ଗ, ଚକ୍ର, ତ୍ରିଶୂଳ ଆଦି ପୂଜା ହେଉଛି । ୯ ଦିନ ଧରି ଚଣ୍ଡିପାଠ, ଯଜ୍ଞ, ମନ୍ତ୍ର, ଶ୍ଳୋକ ସହ ମାଆଙ୍କ ସ୍ୱତନ୍ତ୍ର ପୂଜା କରାଯାଇଥାଏ । ଚୈତ୍ର ମାସ ଶୁକ୍ଳପକ୍ଷ ବିଷ୍ଣୁ ଦମନକ ଚତୁର୍ଦ୍ଦଶୀରେ ମା’ଙ୍କର ବାର୍ଷିକ ଉତ୍ସବ ପାଳନ କରାଯାଏ । ସେହିଦିନ ମାଆ ଅଗ୍ନି ରୂପରେ ପ୍ରକଟ ହୋଇ ୯ଦିନ ଧରି ପୂଜା ପାଆନ୍ତି । ଏହାକୁ ମାଆଙ୍କ ନବ ଦିନାତ୍ମକ ଯାତ୍ରା ବୋଲି କୁହାଯାଏ । ଦେହୁରୀ ସେବକମାନେ ମା’ଙ୍କ ପୂଜାର୍ଚ୍ଚନା କରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.