ଟେକ୍

ଘରେ ବସି ବି କରିପାରିବେ ଲର୍ଣ୍ଣର ଲାଇସେନ୍ସ ପାଇଁ ଆବେଦନ, ପ୍ରୋସେସ୍‌ ବହୁତ ସହଜ

ଡ୍ରାଇଭିଙ୍ଗ୍ ଲାଇସେନ୍ସ କୌଣସି ବି ବ୍ୟକ୍ତିଙ୍କ ପାଇଁ ଏକ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ମଧ୍ୟରୁ ଗୋଟିଏ। ଏହାଛଡା ଯଦି ଆପଣଙ୍କ ପାଖରେ କୌଣସି ପ୍ରକାରର ଗାଡି ରହିଛି ତାହେଲେ ଡ୍ରାଇଭିଙ୍ଗ୍ ଲାଇସେନ୍ସ ବାଧ୍ୟତାମୂଳକ। ଘରେ ଫ୍ରିରେ ବସିଛନ୍ତି ତ ଏମିତିରେ ଆପଣଙ୍କୁ ନିଜର ସମସ୍ତ ବଳକା କାମ କରିବା ସହଜ ହୋଇଯିବ। ଯେମିତିକି ଗାଡି ଡ୍ରାଇଭିଙ୍ଗ୍ ଲାଇସେନ୍ସ। ଏହି ଫାଙ୍କା ଟାଇମରେ ଆପଣ ଗାଡିର ସମସ୍ତ ଡକ୍ୟୁମେଣ୍ଟସକୁ ଠିକ୍ ରଖିଥାନ୍ତୁ। କାହିଁକିନା କୌଣସି ସ୍ଥାନକୁ ସୁରକ୍ଷିତ ଯିବାକୁ ହେଲେ ଗାଡି ହିଁ ଏକମାତ୍ର ସାହାରା। ତେବେ ଡ୍ରାଇଭିଙ୍ଗ୍ ଲାଇସେନ୍ସ କରିବା ପୂର୍ବରୁ ଲର୍ଣ୍ଣିଂ ଲାଇସେନ୍ସ ବନାଇବାକୁ ପଡିଥାଏ। ତେଣୁ ଆଜି ଆମେ ଆପଣଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ବନାଇବାର ତରିକା ଜଣାଇବୁ ତାହା ପୁଣି ଘରେ ବସି ଅନଲାଇନ ମାଧ୍ୟମରେ।

ସର୍ବପ୍ରଥମେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆପଣଙ୍କୁ ବ୍ଲଡ ଗୃପ ରିପୋର୍ଟ, ପାସପୋର୍ଟ ସାଇଜ୍ ଫଟୋକପି, ଜନ୍ମ ତାରିଖ ବିବରଣୀ ପାଇଁ ଦଶମ ପାସ୍ ସାର୍ଟିଫିକେଟର ଆବଶ୍ୟକ ପଡିବ। ଏହାବ୍ୟତୀତ ଆପଣଙ୍କ ପାଖରେ ରାଶନ କାର୍ଡ,ଭୋଟର କାର୍ଡ, ଆଧାର କାର୍ଡ, ବିଜୁଳି ବିଲ୍ କିମ୍ବା ପାଣି ବିଲ୍ ଆଦି ମଧ୍ୟରୁ କୌଣସି ବି କାଗଜପତ୍ର ରହିବା ଆବଶ୍ୟକ। ସବୁଠୁ ବଢ଼ିଆ ହେବ ଯଦି ଆପଣ ଅଧାର କାର୍ଡ ବ୍ୟବହାର କରନ୍ତି। ଏଥିପାଇଁ ପ୍ରଥମେ ଆପଣ ନିଜ ରାଜ୍ୟର ନିୟମ ବିଷୟରେ ସୂଚନା ହାସଲ କରନ୍ତୁ, ତାପରେ ଯାଇ ଆପ୍ଲାଏ କରନ୍ତୁ।

ନିଜ ଫୋନ କିମ୍ବା ଲାପଟପ ବ୍ରାଉଜରରେ https://sarathi.parivahan.gov.in ଲିଙ୍କକୁ ଖୋଲନ୍ତୁ। ଏହାପରେ ନିଜ ରାଜ୍ୟ ବାଛନ୍ତୁ ଏବଂ ଏହାପରେ ବାମ ପାର୍ଶ୍ୱରେ ଦେଖାଯାଉଥିବା ଅପସନ ମଧ୍ୟରୁ New Learners Licence ବିକଳ୍ପ ଉପରେ କ୍ଲିକ କରନ୍ତୁ। ଏହାପରେ ଆପଣଙ୍କ ସାମ୍ନାରେ ଏକ ନୂଆ ପେଜ୍ ଖୋଲିବ ଯେଉଁଥିରେ କିଛି ଦିଶା-ନିର୍ଦ୍ଦେଶ ରହିଥିବ, ତାହାକୁ ପଢ଼ିବା ପାଇଁ continue ବିକଳ୍ପ ଉପରେ କ୍ଲିକ କରନ୍ତୁ। ଏହାପରେ ଆଉ ଏକ ନୂଆ ପେଜ୍ ଖୋଲିବ ସେଥିରେ submit ବିକଳ୍ପ ଉପରେ କ୍ଲିକ କରନ୍ତୁ।

ଏବେ ଆପଣଙ୍କ ସାମ୍ନାରେ ଲାଇସେନ୍ସ ଆବେଦନର ପେଜ୍ ଖୋଲିବ। ଯେଉଁଥିରେ ଆପଣଙ୍କୁ ଆରଟିଓ ଅଫିସ୍ ଠାରୁ ନେଇ ନିଜ ନାମ, ଘର ଠିକଣା, ବ୍ଲଡ ଗୃପ, ଜନ୍ମ ତାରିଖ, ଜନ୍ମ ସ୍ଥାନ,ମୋବାଇଲ ନମ୍ବର, ପରିଚୟ ପତ୍ର ପାଇଁ ଶରୀରର କିଛି ଚିହ୍ନ ଆଦି ସୂଚନା ଦେବାକୁ ହେବ। ଏହାପରେ ଆପଣଙ୍କୁ ଏହା କହିବାକୁ ହେବ ଯେ ଆପଣ କେଉଁ ଗାଡି ପାଇଁ ଲାଇସେନ୍ସ କରିବାକୁ ଚାହୁଁଛନ୍ତି।

ଏହାପରେ ଆବେଦନ ଫିସ୍ ଜମା କରନ୍ତୁ ଏବଂ ଆବେଦନ ସଂଖ୍ୟାକୁ ଟିପି ରଖନ୍ତୁ। ଏହାପରେ ଆପଣଙ୍କୁ ଟେଷ୍ଟ ପାଇଁ ଏକ ତାରିଖ ମିଳିବ ଏବଂ ଏଥିରେ ଆପଣ ସକସେସ୍ ହେଲେ ଆପଣଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ମିଳିଯିବ। ଲର୍ଣ୍ଣିଂ ଲାଇସେନ୍ସ ପାଇବା ପରେ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆପ୍ଲାଏ କରିବାକୁ ହେବ।

 

Pritiparna

Recent Posts

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

8 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

24 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

57 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

59 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago