ଘରେ ବସି ବି କରିପାରିବେ ଲର୍ଣ୍ଣର ଲାଇସେନ୍ସ ପାଇଁ ଆବେଦନ, ପ୍ରୋସେସ୍‌ ବହୁତ ସହଜ

ଡ୍ରାଇଭିଙ୍ଗ୍‌ ଲାଇସେନ୍ସ କୌଣସି ବି ବ୍ୟକ୍ତିଙ୍କ ପାଇଁ ଏକ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ମଧ୍ୟରୁ ଗୋଟିଏ। ଏହାଛଡା ଯଦି ଆପଣଙ୍କ ପାଖରେ କୌଣସି ପ୍ରକାରର ଗାଡି ରହିଛି ତାହେଲେ ଡ୍ରାଇଭିଙ୍ଗ୍‌ ଲାଇସେନ୍ସ ବାଧ୍ୟତାମୂଳକ। ତେବେ ବର୍ତ୍ତମାନର କରୋନା କାଳରେ ଅଧିକାଂଶ ଲୋକ ନିଜ ଘରେ ଫ୍ରିରେ ବସିଛନ୍ତି ତ ଆଉ କିଏ ଘରେ ଅଫିସ୍‌ କାମ କରୁଛନ୍ତି।

ଡ୍ରାଇଭିଙ୍ଗ୍ ଲାଇସେନ୍ସ କୌଣସି ବି ବ୍ୟକ୍ତିଙ୍କ ପାଇଁ ଏକ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ମଧ୍ୟରୁ ଗୋଟିଏ। ଏହାଛଡା ଯଦି ଆପଣଙ୍କ ପାଖରେ କୌଣସି ପ୍ରକାରର ଗାଡି ରହିଛି ତାହେଲେ ଡ୍ରାଇଭିଙ୍ଗ୍ ଲାଇସେନ୍ସ ବାଧ୍ୟତାମୂଳକ। ଘରେ ଫ୍ରିରେ ବସିଛନ୍ତି ତ ଏମିତିରେ ଆପଣଙ୍କୁ ନିଜର ସମସ୍ତ ବଳକା କାମ କରିବା ସହଜ ହୋଇଯିବ। ଯେମିତିକି ଗାଡି ଡ୍ରାଇଭିଙ୍ଗ୍ ଲାଇସେନ୍ସ। ଏହି ଫାଙ୍କା ଟାଇମରେ ଆପଣ ଗାଡିର ସମସ୍ତ ଡକ୍ୟୁମେଣ୍ଟସକୁ ଠିକ୍ ରଖିଥାନ୍ତୁ। କାହିଁକିନା କୌଣସି ସ୍ଥାନକୁ ସୁରକ୍ଷିତ ଯିବାକୁ ହେଲେ ଗାଡି ହିଁ ଏକମାତ୍ର ସାହାରା। ତେବେ ଡ୍ରାଇଭିଙ୍ଗ୍ ଲାଇସେନ୍ସ କରିବା ପୂର୍ବରୁ ଲର୍ଣ୍ଣିଂ ଲାଇସେନ୍ସ ବନାଇବାକୁ ପଡିଥାଏ। ତେଣୁ ଆଜି ଆମେ ଆପଣଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ବନାଇବାର ତରିକା ଜଣାଇବୁ ତାହା ପୁଣି ଘରେ ବସି ଅନଲାଇନ ମାଧ୍ୟମରେ।

ସର୍ବପ୍ରଥମେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆପଣଙ୍କୁ ବ୍ଲଡ ଗୃପ ରିପୋର୍ଟ, ପାସପୋର୍ଟ ସାଇଜ୍ ଫଟୋକପି, ଜନ୍ମ ତାରିଖ ବିବରଣୀ ପାଇଁ ଦଶମ ପାସ୍ ସାର୍ଟିଫିକେଟର ଆବଶ୍ୟକ ପଡିବ। ଏହାବ୍ୟତୀତ ଆପଣଙ୍କ ପାଖରେ ରାଶନ କାର୍ଡ,ଭୋଟର କାର୍ଡ, ଆଧାର କାର୍ଡ, ବିଜୁଳି ବିଲ୍ କିମ୍ବା ପାଣି ବିଲ୍ ଆଦି ମଧ୍ୟରୁ କୌଣସି ବି କାଗଜପତ୍ର ରହିବା ଆବଶ୍ୟକ। ସବୁଠୁ ବଢ଼ିଆ ହେବ ଯଦି ଆପଣ ଅଧାର କାର୍ଡ ବ୍ୟବହାର କରନ୍ତି। ଏଥିପାଇଁ ପ୍ରଥମେ ଆପଣ ନିଜ ରାଜ୍ୟର ନିୟମ ବିଷୟରେ ସୂଚନା ହାସଲ କରନ୍ତୁ, ତାପରେ ଯାଇ ଆପ୍ଲାଏ କରନ୍ତୁ।

ନିଜ ଫୋନ କିମ୍ବା ଲାପଟପ ବ୍ରାଉଜରରେ https://sarathi.parivahan.gov.in ଲିଙ୍କକୁ ଖୋଲନ୍ତୁ। ଏହାପରେ ନିଜ ରାଜ୍ୟ ବାଛନ୍ତୁ ଏବଂ ଏହାପରେ ବାମ ପାର୍ଶ୍ୱରେ ଦେଖାଯାଉଥିବା ଅପସନ ମଧ୍ୟରୁ New Learners Licence ବିକଳ୍ପ ଉପରେ କ୍ଲିକ କରନ୍ତୁ। ଏହାପରେ ଆପଣଙ୍କ ସାମ୍ନାରେ ଏକ ନୂଆ ପେଜ୍ ଖୋଲିବ ଯେଉଁଥିରେ କିଛି ଦିଶା-ନିର୍ଦ୍ଦେଶ ରହିଥିବ, ତାହାକୁ ପଢ଼ିବା ପାଇଁ continue ବିକଳ୍ପ ଉପରେ କ୍ଲିକ କରନ୍ତୁ। ଏହାପରେ ଆଉ ଏକ ନୂଆ ପେଜ୍ ଖୋଲିବ ସେଥିରେ submit ବିକଳ୍ପ ଉପରେ କ୍ଲିକ କରନ୍ତୁ।

ଏବେ ଆପଣଙ୍କ ସାମ୍ନାରେ ଲାଇସେନ୍ସ ଆବେଦନର ପେଜ୍ ଖୋଲିବ। ଯେଉଁଥିରେ ଆପଣଙ୍କୁ ଆରଟିଓ ଅଫିସ୍ ଠାରୁ ନେଇ ନିଜ ନାମ, ଘର ଠିକଣା, ବ୍ଲଡ ଗୃପ, ଜନ୍ମ ତାରିଖ, ଜନ୍ମ ସ୍ଥାନ,ମୋବାଇଲ ନମ୍ବର, ପରିଚୟ ପତ୍ର ପାଇଁ ଶରୀରର କିଛି ଚିହ୍ନ ଆଦି ସୂଚନା ଦେବାକୁ ହେବ। ଏହାପରେ ଆପଣଙ୍କୁ ଏହା କହିବାକୁ ହେବ ଯେ ଆପଣ କେଉଁ ଗାଡି ପାଇଁ ଲାଇସେନ୍ସ କରିବାକୁ ଚାହୁଁଛନ୍ତି।

ଏହାପରେ ଆବେଦନ ଫିସ୍ ଜମା କରନ୍ତୁ ଏବଂ ଆବେଦନ ସଂଖ୍ୟାକୁ ଟିପି ରଖନ୍ତୁ। ଏହାପରେ ଆପଣଙ୍କୁ ଟେଷ୍ଟ ପାଇଁ ଏକ ତାରିଖ ମିଳିବ ଏବଂ ଏଥିରେ ଆପଣ ସକସେସ୍ ହେଲେ ଆପଣଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ମିଳିଯିବ। ଲର୍ଣ୍ଣିଂ ଲାଇସେନ୍ସ ପାଇବା ପରେ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆପ୍ଲାଏ କରିବାକୁ ହେବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.