୧୦ ମାସ ହେଲାଣି ମିଳୁନି ପୁଅ, ଏକମାତ୍ର ସାହାରା ପାଲଟିଥିବା ପୁଅ ନିଖୋଜ ପରେ ନିରାଶ ବାପା

ପୁଅ ନିଖୋଜ ନେଇ ପ୍ରଭାତ ନାୟକ ତିହିଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏସ୍‌ପିଙ୍କୁ ମଧ୍ୟ ଅବଗତ କରାଇଥିଲେ। ହେଲେ ୧୦ ମାସ ବିତିଗଲା ପରେ ମଧ୍ୟ ପୁଅ ପଦ୍ମଲୋଚନକୁ ଖୋଜି ଖୋଜି ପାଉନାହାଁନ୍ତି।

ଚାନ୍ଦବାଲି(କେନ୍ୟୁଜ୍): ୧୦ ମାସ ହେଲା ମିଳୁନି ପୁଅ। ଖୋଜି ଖୋଜି ନୟାନ୍ତ ହେଲେଣି ବୃଦ୍ଧ ବାପା । ଭଦ୍ରକ ଜିଲ୍ଲା ତିହିଡି ଥାନା ସୟା ନିଶ୍ଚିନ୍ତପୁର ଗାଁର ପ୍ରଭାତ ନାୟକଙ୍କର ଏକମାତ୍ର ପୁଅ ପଦ୍ମଲୋଚନ ନାୟକ । ୨୦୨୨ ଜୁନ୍‌ ମାସରୁ ପଦ୍ମଲୋଚନ ଘରୁ କେଉଁଆଡ଼େ ଚାଲିଯାଇଥିଲେ। ହେଲେ ସେବେଠୁ ପୁଅ ଯାଇଛି ଯେ ଯାଇଛି, ଆଉ ପତ୍ତା ମିଳୁନି।

ପୁଅ ନିଖୋଜ ନେଇ ପ୍ରଭାତ ନାୟକ ତିହିଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏସ୍‌ପିଙ୍କୁ ମଧ୍ୟ ଅବଗତ କରାଇଥିଲେ। ହେଲେ ୧୦ ମାସ ବିତିଗଲା ପରେ ମଧ୍ୟ ପୁଅ ପଦ୍ମଲୋଚନକୁ ଖୋଜି ଖୋଜି ପାଉନାହାଁନ୍ତି। ବୃଦ୍ଧ କାଳରେ ଏକମାତ୍ର ସାହାର ପାଲଟଥିବା ପୁଅ ନିଖୋଜ ପରେ ନିରାଶ ହୋଇପଡିଛନ୍ତି ବାପା।