• Likes
  • Followers
  • Followers
  • Subscribers
  • Subscribe
  • Saturday, July 12, 2025

KNews Odisha KNews Odisha - Sabuthi Sabubele Hata Muthare Khabar

Logos
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ
KNews Odisha
  • Home
  • ଦେଶ ବିଦେଶ
  • ସାଂସଦ ପଦ ରଦ୍ଦ ହେବା ପରେ ଟ୍ଵିଟର ବାୟୋ ପରିବର୍ତ୍ତନ କଲେ ରାହୁଲ ଗାନ୍ଧୀ, ଲେଖିଲେ ‘ଡିସକ୍ୱାଲିଫାଏ ଏମପି’

ସାଂସଦ ପଦ ରଦ୍ଦ ହେବା ପରେ ଟ୍ଵିଟର ବାୟୋ ପରିବର୍ତ୍ତନ କଲେ ରାହୁଲ ଗାନ୍ଧୀ, ଲେଖିଲେ ‘ଡିସକ୍ୱାଲିଫାଏ ଏମପି’

ବଦଳିଲା ରାହୁଲ ଗାନ୍ଧୀଙ୍କ ଟ୍ଵିଟର ବାୟୋ । ଲୋକସଭା ସାଂସଦ ସଦସ୍ୟତା ପଦ ରଦ୍ଦ ହେବା ପରେ ଟ୍ଵିଟର ବାୟୋରେ ଡିସକ୍ୱାଲିଫାଏ ଏମପି ବୋଲି ଲେଖିଲେ ରାହୁଲ ।

By Swagatika On Mar 26, 2023
rahul gandhi
WhatsApp Banner

ରାହୁଲ ଗାନ୍ଧୀଙ୍କ ସାଂସଦ ସଦ୍ୟସତା ପଦ ରଦ୍ଦ ହେବା ପରେ ଟ୍ଵିଟର ବାୟୋକୁ ପରିବର୍ତ୍ତନ କରିଛନ୍ତି । ରାହୁଲ ନିଜ ଟ୍ଵିଟର ଆକାଉଣ୍ଟ ବାୟୋରେ ଡିସକ୍ୱାଲିଫାଏ ସାଂସଦ ବୋଲି କହିଛନ୍ତି ।

ରାହୁଲ ଗାନ୍ଧୀଙ୍କ ଅଯୋଗ୍ୟତାକୁ ବିରୋଧ କରି ଦଳର ନେତା ଓ କର୍ମୀମାନେ ଆଜି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ଏକ ଦିନିଆ ସତ୍ୟାଗ୍ରହ କରିବେ। ଦଳର କହିବାନୁସାରେ, ରାହୁଲ ଗାନ୍ଧୀଙ୍କ ସହ ଏକତା ପ୍ରକାଶ କରି ଏହି ‘ସଙ୍କଳ୍ପ ସତ୍ୟଗ୍ରହ’ ସମସ୍ତ ପ୍ରଦେଶ ତଥା ଜିଲ୍ଲାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଅନୁଷ୍ଠିତ ହେବ। ଏହା ସକାଳ ୧୦ ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଚାଲିବ ।

ଦିଲ୍ଲୀର ରାଜଘାଟରେ ଆୟୋଜିତ ‘ସଙ୍କଳ୍ପ ସତ୍ୟାଗ୍ରହ’ରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ, ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଅନ୍ୟାନ୍ୟ କଂଗ୍ରେସ ନେତା ଅଂଶଗ୍ରହଣ କରିବେ। ୨୦୧୯ ମାନହାନୀ ମାମଲାରେ ସୁରଟ କୋର୍ଟ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ ହେବା ପରେ କେରଳର ୱାୟାନାଦ ସଂସଦୀୟ ଆସନରୁ ପ୍ରତିନିଧିତ୍ୱ କରୁଥିବା ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଲୋକସଭାରୁ ଅଯୋଗ୍ୟ ହୋଇଥିଲେ। ଲୋକସଭା ସଚିବାଳୟ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ମାର୍ଚ୍ଚ ୨୩ ରୁ ତାଙ୍କର ଅଯୋଗ୍ୟତା ଆଦେଶ କାର୍ଯ୍ୟକାରୀ ହେବ।

rahul twitter

ସୂଚନାଯୋଗ୍ୟ, ୨୦୧୯ ଏପ୍ରିଲ ୧୩ରେ କର୍ଣ୍ଣାଟକରେ ଏକ ରାଲିରେ ରାହୁଲ ଗାନ୍ଧୀ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ ଯେ ‘ନୀରବ ମୋଦି, ଲଳିତ ମୋଦି, ନରେନ୍ଦ୍ର ମୋଦିଙ୍କ ସରନେମ୍ କମନ୍ କାହିଁକି? ସମସ୍ତ ଚୋରଙ୍କ ସରନେମ୍ ମୋଦି କାହିଁକି ହୋଇଥାଏ’? ଏହି ବୟାନ ବିରୋଧରେ ସୁରଟ କୋର୍ଟରେ ମାନହାନି ମକଦ୍ଦମା ଦାୟର କରାଯାଇଥିଲା। ନିର୍ବାଚନ ରାଲିରେ ମୋଦି ସରନେମ୍କୁ ନେଇ ବିଜେପି ବିଧାୟକ ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ପୂର୍ଣ୍ଣେଶ ମୋଦି ମାନହାନି ମକଦ୍ଦମା ଦାୟର କରିଥିଲେ।

ଜନପ୍ରତିନିଧି ଆଇନ ୧୯୫୧ ଧାରା ୮ (୩) ଅନୁଯାୟୀ ଯଦି ଜଣେ ସାଂସଦ ବା ବିଧାୟକଙ୍କୁ କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ କରାଯାଏ ଏବଂ ତାଙ୍କୁ ୨ ବର୍ଷ କିମ୍ବା ତା’ ଠାରୁ ଅଧିକ ଦଣ୍ଡାଦେଶ ହୁଏ, ତେବେ ସେ ସଦସ୍ୟ ପଦ ହରାଇବେ। ଏଥିସହ ଜେଲ୍ରୁ ମୁକୁଳିବାର ୬ ବର୍ଷ ପର୍ଯ୍ୟନ୍ତ କୌଣସି ନିର୍ବାଚନ ଲଢ଼ି ପାରିବେ ନାହିଁ।

rahul gandhiTwitter account
Share FacebookTwitterWhatsAppEmailFacebook MessengerPinterestReddItLinkedinTelegram
Recent Posts
  • ଶିକ୍ଷକ ବଦଳିକୁ ବିରୋଧ କରି ଖରାରେ ବିଦ୍ୟାଳୟ ଆଗରେ ଧାରଣା ଦେଲେ…

    Jul 12, 2025 0
  • କାର ସହ ବାଇକ୍ ମୁହାମୁହିଁ ଧକ୍କା, ଦୁଇ ବାଇକ୍ ଆରୋହୀ ଗୁରୁତର…

    Jul 12, 2025 0
  • ଛତ୍ରପତି ଶିବାଜୀ ମହାରାଜା ଦୁର୍ଗକୁ ମିଳିଲା ୟୁନେସ୍କୋର…

    Jul 12, 2025 0
  • ବଜ୍ରାଘାତରେ ୩ ଶ୍ରମିକ ମୃତ, ୨ ଆହତ

    Jul 12, 2025 0
  • ଶିମିଳିପାଳରେ ବଢୁଛି ବାଘ ସଂଖ୍ୟା, ପୁଣି ୩ ଟି ଛୁଆ ଜନ୍ମ ଦେଲା…

    Jul 12, 2025 0
  • ଗିରଫ ହେଲେ ଅଧ୍ୟାପକ, ଦୁର୍ବ୍ୟବହାର ଅଭିଯୋଗ ନେଇ ଦେହରେ ନିଆଁ…

    Jul 12, 2025 0
  • Founder’s Message
  • Contact us
  • Advertise
  • Privacy Policy
  • Terms Of Service
  • Disclaimer
© 2025 - Knews Odisha. All Rights Reserved.
Portal Devloped & Maintained by knewsodisha
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ