Below header

ନିର୍ଡର ଦୁର୍ବୃତ୍ତଙ୍କ ନୃଶଂସ କାମ, ଦୁଆରେ ବସିଥିବା ଯୁବକକୁ ଗୁଳି ମାରିଲେ ହାତକୁ ହାଣିଲେ

ନିରଞ୍ଜନ ନିଜ ଘର ସମ୍ମୁଖରେ ବସିଥିବା ବେଳେ ବାଇକରେ ୬ ଜଣ ଯୁବକ ଆସି ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ଗୁଳିମାଡ କରିଥିଲେ ।ନିରଞ୍ଜନଙ୍କ ପେଟକୁ ଗୁଳି ମାରିଥିବା ବେଳେ ଖଣ୍ଡାରେ ହାତକୁ ମଧ୍ୟ ହାଣିଛନ୍ତି ।

ବ୍ରହ୍ମପୁର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସିକୁଳା ଗ୍ରାମରେ ଗୁଳିମାଡ। ଦୁର୍ବୃତ୍ତଙ୍କ ଗୁଳିମାଡରେ ନିରଞ୍ଜନ ମହାରଣା ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ନିରଞ୍ଜନ ନିଜ ଘର ସମ୍ମୁଖରେ ବସିଥିବା ବେଳେ ବାଇକରେ ୬ ଜଣ ଯୁବକ ଆସି ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ଗୁଳିମାଡ କରିଥିଲେ ।
ନିରଞ୍ଜନଙ୍କ ପେଟକୁ ଗୁଳି ମାରିଥିବା ବେଳେ ଖଣ୍ଡାରେ ହାତକୁ ମଧ୍ୟ ହାଣିଛନ୍ତି । ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ନିରଞ୍ଜନଙ୍କୁ ଭର୍ତ୍ତି କରାଯାଇଛି । ପୂର୍ବ ଶତୃତାକୁ କେନ୍ଦ୍ର କରି ଗୁଳିମାଡ ହୋଇଥିବା ସୂଚନା ମିଳିଛି ।ପୁରୁଷୋତ୍ତମପୁର ଥାନା ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.