ଟେକ୍

ବନ୍ଦ ଥିବା ଲାପଟପ-କମ୍ପ୍ୟୁଟରରୁ ବି କରିହେବ ମୋବାଇଲ ଚାର୍ଜ, କେମିତି ଜାଣନ୍ତୁ

କଣ ଆପଣ ଜାଣନ୍ତି ଆପଣ ବନ୍ଦ ଥିବା କମ୍ପ୍ୟୁଟର କିମ୍ବା ଲାପଟପ ଦ୍ୱାରା ମଧ୍ୟ ମୋବାଇଲ୍‌ ଚାର୍ଜ କରିପାରିବେ। ଅନେକ ଥର ଫୋନର ବ୍ୟାଟେରୀ ଶେଷ ହୋଇଯାଇଥାଏ କିନ୍ତୁ ଲାପଟପରେ ଚାର୍ଜ ରହିଥାଏ। କିନ୍ତୁ ବିନା କାରଣରେ ବିନା କାମରେ ଲାପଟପକୁ ଖୋଲା ରଖିବାର କୌଣସି ମତଲବ୍‌ ନାହିଁ। ତେବେେ ଏମିତିରେ ଆପଣ କେମିତି ବନ୍ଦ ଥିବା ଲାପଟପ କିମ୍ବା କମ୍ପ୍ୟୁଟର ଦ୍ୱାରା ନିଜ ମୋବାଇଲକୁ ଚାର୍ଜ କରିପାରିବେ ତାହା ଆଜି ଆମେ ଏହି ଭିଡିଓରେ ଜଣାଇବୁ।

ଆପଣ ନିଜ ଲାପଟପ କିମ୍ବା କମ୍ପ୍ୟୁଟରର My Computerକୁ ଯାଆନ୍ତୁ ଏହାପରେ File Managerକୁ ଯାଆନ୍ତୁ। ଡାହାଣ ପଟେ ସବୁଠାରୁ ଉପର କୋଣରେ ଦେଖାଯାଉଥିବା Properties ଉପରେ କ୍ଲିକ କରନ୍ତୁ। ଏବେ କଣ୍ଟ୍ରୋଲ ପ୍ୟାନେଲ ହୋମ ଉପରେ ଦେଖାଯାଉଥିବା Device Manager ଉପରେ କ୍ଲିକ କରନ୍ତୁ। ଡିଭାଇସ୍‌ ମ୍ୟାନେଜର ଉପରେ କ୍ଲିକ କରିବା ପରେ ଆପଣଙ୍କ ସାମ୍ନାରେ ଏକ ଓ୍ଵିଣ୍ଡୋ ଖୋଲିବ ଏଥରେ ବହୁତ ପ୍ରକାର ଅପସନ୍‌ ଦେଖାଯିବ। ଏଥିରେ ଦେଖାଯାଉଥିବା Universal Serial Bus Controllers ଉପରେ ଆପଣ କ୍ଲିକ କରନ୍ତୁ।

ଏବେ ଆପଣଙ୍କ ସାମ୍ନାରେ ଖୋଲାଯାଇଥିବା ଓ୍ଵିଣ୍ଡୋରେ ବହୁତ ପ୍ରକାର ଅପସନ୍‌ ଦେଖାଯିବ, ଏଥିମଧ୍ୟରୁ ଆପଣଙ୍କୁ USB Root Hub ଉପରେ କ୍ଲିକ କରନ୍ତୁ। ଏହାପରେ ଆଉ ଏକ ଓ୍ଵିଣ୍ଡୋ ଖୋଲିବ ଯେଉଁଥିରେ ୟୁଏବି ରୁଟ୍‌ ହବ୍‌ ପ୍ରପର୍ଟିଜର ଏକ ଡାଏଲଗ ବକ୍ସ ଖୋଲିବ। ଏଥିରେ ଆପଣଙ୍କୁ ସବୁଠାରୁ ତଳେ ଦେଖାଯାଉଥିବା ପାଓ୍ଵାର ମ୍ୟାନେଜମେଣ୍ଟ ଉପରେ କ୍ଲିକ କରିବାକୁ ହେବ। ଏହାପରେ Allow The Computer To Turn Off This Device To Save The Power ଉପରେ ଦେଖାଯାଉଥିବା ଟିକକୁ ହଟାଇବାକୁ ହେବ। ଏବେ ଆପଣ ଲାପଟପ୍‌ କିମ୍ବା କମ୍ପ୍ୟୁଟର ବନ୍ଦ ହୋଇଥିଲେ ମଧ୍ୟ ମୋବାଇଲ୍‌ ୟୁଏସବି କେବୁଲ ଜରିଆରେ ବହୁତ ସହଜରେମୋବାଇଲ୍‌ ଚାର୍ଜ କରିପାରିବେ।

Pritiparna

Recent Posts

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

7 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

52 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

58 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago