ବନ୍ଦ ଥିବା ଲାପଟପ-କମ୍ପ୍ୟୁଟରରୁ ବି କରିହେବ ମୋବାଇଲ ଚାର୍ଜ, କେମିତି ଜାଣନ୍ତୁ

କଣ ଆପଣ ଜାଣନ୍ତି ଆପଣ ବନ୍ଦ ଥିବା କମ୍ପ୍ୟୁଟର କିମ୍ବା ଲାପଟପ ଦ୍ୱାରା ମଧ୍ୟ ମୋବାଇଲ୍‌ ଚାର୍ଜ କରିପାରିବେ। ଅନେକ ଥର ଫୋନର ବ୍ୟାଟେରୀ ଶେଷ ହୋଇଯାଇଥାଏ କିନ୍ତୁ ଲାପଟପରେ ଚାର୍ଜ ରହିଥାଏ। କିନ୍ତୁ ବିନା କାରଣରେ ବିନା କାମରେ ଲାପଟପକୁ ଖୋଲା ରଖିବାର କୌଣସି ମତଲବ୍‌ ନାହିଁ। ତେବେେ ଏମିତିରେ ଆପଣ କେମିତି ବନ୍ଦ ଥିବା ଲାପଟପ କିମ୍ବା କମ୍ପ୍ୟୁଟର ଦ୍ୱାରା ନିଜ ମୋବାଇଲକୁ ଚାର୍ଜ କରିପାରିବେ ତାହା ଆଜି ଆମେ ଏହି ଭିଡିଓରେ ଜଣାଇବୁ।

chargeଆପଣ ନିଜ ଲାପଟପ କିମ୍ବା କମ୍ପ୍ୟୁଟରର My Computerକୁ ଯାଆନ୍ତୁ ଏହାପରେ File Managerକୁ ଯାଆନ୍ତୁ। ଡାହାଣ ପଟେ ସବୁଠାରୁ ଉପର କୋଣରେ ଦେଖାଯାଉଥିବା Properties ଉପରେ କ୍ଲିକ କରନ୍ତୁ। ଏବେ କଣ୍ଟ୍ରୋଲ ପ୍ୟାନେଲ ହୋମ ଉପରେ ଦେଖାଯାଉଥିବା Device Manager ଉପରେ କ୍ଲିକ କରନ୍ତୁ। ଡିଭାଇସ୍‌ ମ୍ୟାନେଜର ଉପରେ କ୍ଲିକ କରିବା ପରେ ଆପଣଙ୍କ ସାମ୍ନାରେ ଏକ ଓ୍ଵିଣ୍ଡୋ ଖୋଲିବ ଏଥରେ ବହୁତ ପ୍ରକାର ଅପସନ୍‌ ଦେଖାଯିବ। ଏଥିରେ ଦେଖାଯାଉଥିବା Universal Serial Bus Controllers ଉପରେ ଆପଣ କ୍ଲିକ କରନ୍ତୁ।

phonଏବେ ଆପଣଙ୍କ ସାମ୍ନାରେ ଖୋଲାଯାଇଥିବା ଓ୍ଵିଣ୍ଡୋରେ ବହୁତ ପ୍ରକାର ଅପସନ୍‌ ଦେଖାଯିବ, ଏଥିମଧ୍ୟରୁ ଆପଣଙ୍କୁ USB Root Hub ଉପରେ କ୍ଲିକ କରନ୍ତୁ। ଏହାପରେ ଆଉ ଏକ ଓ୍ଵିଣ୍ଡୋ ଖୋଲିବ ଯେଉଁଥିରେ ୟୁଏବି ରୁଟ୍‌ ହବ୍‌ ପ୍ରପର୍ଟିଜର ଏକ ଡାଏଲଗ ବକ୍ସ ଖୋଲିବ। ଏଥିରେ ଆପଣଙ୍କୁ ସବୁଠାରୁ ତଳେ ଦେଖାଯାଉଥିବା ପାଓ୍ଵାର ମ୍ୟାନେଜମେଣ୍ଟ ଉପରେ କ୍ଲିକ କରିବାକୁ ହେବ। ଏହାପରେ Allow The Computer To Turn Off This Device To Save The Power ଉପରେ ଦେଖାଯାଉଥିବା ଟିକକୁ ହଟାଇବାକୁ ହେବ। ଏବେ ଆପଣ ଲାପଟପ୍‌ କିମ୍ବା କମ୍ପ୍ୟୁଟର ବନ୍ଦ ହୋଇଥିଲେ ମଧ୍ୟ ମୋବାଇଲ୍‌ ୟୁଏସବି କେବୁଲ ଜରିଆରେ ବହୁତ ସହଜରେମୋବାଇଲ୍‌ ଚାର୍ଜ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.