ଟେକ୍

ଟେଲିଗ୍ରାମର କୌଣସି ବି ମେସେଜକୁ ସହଜରେ କରନ୍ତୁ ଟ୍ରାନ୍ସଲେଟ, ଜାଣନ୍ତୁ ସହଜ ତରିକା

ହ୍ଵାଟସଆପ୍‌ ପରେ ଯଦି କେଉଁ ମେସେଜିଙ୍ଗ୍‌ ଆପ୍‌ ପପୁଲାର ଥାଏ, ତାହେଲେ ତାହା ହେଉଛି ଟେଲିଗ୍ରାମ। ଏହା ବହୁତ ଜଲଦି ବହୁତ କମ୍‌ ସମୟ ଭିତରେ ଲୋକଙ୍କ ଭିତରେ ବେଶ୍‌ ପପୁଲାର ହୋଇଯାଇଛି ଆପ୍‌। ତେବେ ଟେଲିଗ୍ରାମର ଲୋକପ୍ରିୟତା ଦେଖି କମ୍ପାନୀ ଗତ ମାସରେ ଅନେକ ଫିଚରକୁ ଏଥିରେ ସାମିଲ କରିଛି, ଯେମିତିକି ମେସେଜ୍‌ରିଆକସନ୍‌, ଥିମ କ୍ୟୁଆର କୋଡ, ବଡ ଇମୋଜି ଆନିମେସନ ଭଳି ଆହୁରି ଅନେକ ଫିଚର। କିନ୍ତୁ ସବୁଠାରୁ ଖାସ୍‌ କଥା ହେଉଛି ନୂଆ ଅପଡେଟରେ ଆପଣଙ୍କୁ ମେସେଜ୍‌ ଟ୍ରାନସଲେସନ୍‌ ଅପସନ୍‌ ବି ଦିଆଯାଇଛି। ଯାହାଦ୍ୱାରା ଆପଣ ଆପଣଙ୍କୁ ମେସେଜକୁ ନିଜ ଭାଷାରେ ଟ୍ରାନ୍ସଲେଟ୍‌ କରି ଏହାର ଅର୍ଥ ବୁଝି ପାରିବେ।

ଏହାକୁ ଆପଣ ଡେଫଲ୍ଟ ଭାଷାରେ ଟ୍ରାନ୍ସଲେଟ କରିପାରିବେ। ତାହା ପୁଣି ସେହି ଆପରେ ରହି ଆପଣ ଟ୍ରାନ୍ସଲେସନ୍‌ କରିପାରିବେ। ଅର୍ଥାତ୍‌ ଆପଣଙ୍କୁ ଟ୍ରାନ୍ସଲେସନ ପାଇଁ ଅନ୍ୟ କେଉଁ ଆପକୁ ଖୋଲିବାକୁ ପଡିବନି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ନୂଆ ଫିଚର ଉଭୟ ଆଇଓଏସ ଏବଂ ଆଣ୍ଡ୍ରଏଡ ଉଭୟ ୟୁଜର୍ସଙ୍କ ପାଇଁ ଉପଲବ୍ଧ ରହିଛି। କିନ୍ତୁ ଏହି ଫିଚର ଡେଫଲ୍ଟ ରୂପରେ ଆକ୍ଟିଭ ରହେନାହିଁ। ତେଣୁ ଏହାକୁ ଆପଣଙ୍କୁ ମାନୁଆଲୀ ଭାବେ ଆକ୍ଟିଭେଟ କରିବାକୁ ପଡିଥାଏ।

ମେସେଜିଙ୍ଗ ପ୍ଲାଟଫର୍ମର ବ୍ୟବହାର ବିଶ୍ୱ ସ୍ତରରେ କରାଯାଉଥିବା କାରଣରୁ ଏହି ଫିଚର ସେହି ଲୋକଙ୍କ ପାଇଁ ବହୁତ ଫାଇଦାପୂର୍ଣ୍ଣ ହେବ ଯେଉଁମାନେ ସବୁବେଳେ ମେସେଜରେ କଥାବାର୍ତ୍ତା ହୁଅନ୍ତି।

ଟେଲିଗ୍ରାମରେ ଏହି ଟ୍ରାନ୍ସଲେଟ ଅପ୍ସନ ୧୯ଟି ଭାଷାକୁ ସପୋଟ କରିଥାଏ। ବର୍ତ୍ତମାନ ସମୟରେ ଏହି ଆପ୍‌ ଇଂରାଜୀ, ସ୍ପେନିଶ, ଫ୍ରେଞ୍ଚ୍‌, ଜର୍ମାନ, କୋରିୟାଇ, ଆରବୀ ସମେତ ୧୯ ଭାଷାକୁ ସପୋର୍ଟ କରୁଛି। ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ଟେଲିଗ୍ରାମ ମେସେଜକୁ ନିଜ ଭାଷାରେ କେମିତି ଟ୍ରାନ୍ସଲେଟ କରିବେ, ତାହେଲେ ଆପଣ ଏହି ଷ୍ଟେପ୍ସକୁ ଫଲୋ କରନ୍ତୁ।

  • ସର୍ବପ୍ରଥମେ ନିଜ Android କିମ୍ବା iOS ସ୍ମାର୍ଟଫୋନରେ ଟେଲିଗ୍ରାମ୍‌ ଆପ୍‌ ଖୋଲନ୍ତୁ।
  • ପେଜର ଟପରେ ‘ତିନି ଲାଇନ’’ ମିଳିବ। ସେହି ଆଇକନ୍‌ ଉପରେ ଟ୍ୟାପ୍‌ କରନ୍ତୁ।
  • ମେନ୍ୟୁକୁ ଯାଇ ସେଟିଙ୍ଗସ୍‌ ଉପରେ ଟ୍ୟାପ୍‌ କରନ୍ତୁ।
  • ସ୍କ୍ରୋଲ ଡାଉନ କରି ଲାଙ୍ଗୁଏଜ୍‌କୁ ଯାଆନ୍ତୁ।
  • Show Translate Button ଟାଙ୍ଗଲକୁ ଯାଆନ୍ତୁ ଏବଂ ଏହାପରେ ଡେଫଲ୍ଟ ଭାଷା ଚୟନ କରନ୍ତୁ ଯାହାକୁ ଆପଣ ଟ୍ରାନ୍ସଲେଟ କରିବାକୁ ଚାହୁଁନାହାଁନ୍ତି।
  • ଏବେ ଇଣ୍ଡିଭିଜୁଆଲ ଚାଟକୁ ଯାଆନ୍ତୁ କିମ୍ବା ଗ୍ରୁପ ଚାଟକୁ ଯାଆନ୍ତୁ। ଯେଉଁଠି ଆପଣ ମେସେଜକୁ ଟ୍ରାନ୍ସଲେଟ କରିବାକୁ ଚାହୁଁଛନ୍ତି।
  • ସେଠାରେ ଆପଣ ମେସେଜ ଉପରେ ଟ୍ୟାପ୍‌ କରନ୍ତୁ, ଯାହାକୁ ଆପଣ ଡେଫଲ୍ଟ ଭାଷାରେ ଟ୍ରାନ୍ସଲେଟ କରିବାକୁ ଚାହୁଁଛନ୍ତି।
  • ମେସେଜ ଉପରେ ଟ୍ୟାପ୍‌ କରନ୍ତୁ, ଯାଆକୁ ଆପଣ ଡେଫଳ୍ଟ ଭାଷାରେ ଟ୍ରାନ୍ସଲେଟ କରିବାକୁ ଚାହୁଁଛନ୍ତି।
  • ପପ-ଅପ୍‌ ମେନ୍ୟୁକୁ ଯାଇ Translate ଅପ୍ସନକୁ ଯାଆନ୍ତୁ।
  • ଏବେ ଆପଣ ମେସେଜକୁ ନିଜ ଭାଷାରେ ଟ୍ରାନ୍ସଲେଟ୍‌ କରିପାରିବେ।
Pritiparna

Recent Posts

ଟ୍ରକ୍ କୁ ପଛପଟୁ ଧକ୍କା ଦେଲା ବସ୍: ୨ ମୃତ, ୨୦ରୁ ଊର୍ଦ୍ଧ୍ବ ଆହତ

ଯାଜପୁର (କେନ୍ୟୁଜ): ସିମେଣ୍ଟ ବୋଝେଇ ଟ୍ରକ୍ କୁ ପଛପଟୁ ଧକ୍କା ଦେଲା ବସ୍ । ଦୁର୍ଘଟଣାରେ୨ ମୃତ, ୨୦ରୁ ଊର୍ଦ୍ଧ୍ବ…

10 mins ago

ଆଜିର ରାଶିଫଳ : ଏହି ରାଶି ଲୋକେ ଆଜି କ୍ୟାରିୟରକୁ ନେଇ ଖୁସି ଖବର ପାଇବେ

ମେଷ: ଆଜି ଆପଣଙ୍କର କିଛି ସମ୍ପର୍କୀୟଙ୍କ ସହିତ ଭେଟ ହୋଇପାରେ । ଧନ ମାମଲାରେ ଆଜିର ଦିନ କୁମ୍ଭ ରାଶି…

7 hours ago

ସରକାର ଗଠନ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି, ଜୁନ ୯ ରେ ଶପଥ ଉତ୍ସବ

ଜୁନ୯ ତାରିଖ ସଂଧ୍ୟା ୭ଟା ୧୫ ମିନିଟରେ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି ।…

8 hours ago

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୦ ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ, ଉନ୍ମୋଚିତ ହେଲା ଗଳ୍ପ ସଙ୍କଳନ “ଦେବା ବସନ୍ତ”

ଭୁବନେଶ୍ୱର : ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୦…

9 hours ago

ସରକାର ବଦଳିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରୁ ୫୦୦ ରୁ ଉର୍ଦ୍ଧ୍ୱ ଫୋକସ ଲାଇଟ କାଢ଼ିନେଲେ

କେନ୍ୟୁଜ(ବ୍ୟୁରୋ) : ସରକାର ବଦଳିବା ପରେ ଶ୍ରୀମନ୍ଦିର ପରକ୍ରମା ପ୍ରକଳ୍ପରୁ ୫୦୦ ରୁ ଉର୍ଦ୍ଧ୍ୱ ଫୋକସ ଲାଇଟ କାଢ଼ି ନିଆଯାଇଥିବା…

9 hours ago

ମୁଁଗେଡି ଜଙ୍ଗଲରେ ଗୁଳିବିନିମୟ, ପୋଲିସ ଏନକାଉଣ୍ଟରରେ ୫ ମାଓବାଦୀ ନିହତ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲା  ମୁଁଗେଡି ଜଙ୍ଗଲରେ ପୋଲିସ ମାଓବାଦୀ ଗୁଳିବିନିମୟ । ପୋଲିସର ଏନକାଉଣ୍ଟରରେ ୫…

10 hours ago