Categories: ଟେକ୍

ଦମଦାର ପ୍ରୋସେସର ସହ ବଜାରରେ ପ୍ରବେଶ କଲା Huawei Y7p, ଗ୍ରାହକଙ୍କୁ ମିଳିବ ଏହି ସବୁ ସୁବିଧା

ଚୀନ ସ୍ମାର୍ଟଫୋନ ନିର୍ମାଣକାରୀ କମ୍ପାନୀ Huawei ସିରିଜର ଲାଟେଷ୍ଟ କୁ ଥାଇଲାଣ୍ଡ ବଜାରରେ ଲଂଚ କରିଛି । ୟୁଜରଙ୍କୁ ଏହି ଫୋନରେ ତିନି କ୍ୟାମେରା, ପାଞ୍ଚହୋଲ ଡିଷ୍ପ୍ଲେ ଓ ଦମଦାର ପ୍ରୋସେସରର ସପୋର୍ଟ ମଧ୍ୟ ମିଳିବ । ଏହାବାଦ କମ୍ପାନୀ ଭାରତ ସମେତ ଅନ୍ୟ କେତେକ ଦେଶରେ ବି ସମସ୍ତ ସ୍ମାର୍ଟ ଫୋନକୁ ଲଂଚ କରିଥିଲା । ୟୁଜର ମାନେ ବି ଏହାକୁ ଖୁବ ପସନ୍ଦ କରିଥିବା ଜଣାଯାଇଛି । ତେବେ ଆସନ୍ତୁ ଜାଣିବା ଦର ଓ ସ୍ପେସିଫିକସନ :
କମ୍ପାନୀର ଏହି ଲଟେଷ୍ଟ ସ୍ମାର୍ଟଫୋନରେ ୪ ଜିବି ରାମ ଓ ୬୪ ଜିବି ଷ୍ଟୋରେଜର ସପୋର୍ଟ ମିଳିପାରିବ ।

ଯେବେକି ଏହି ମଡେଲର ଦର ଭାରତୀୟ ମୁଦ୍ରା ଅନୁସାରେ ୧୧,୫୦୦ ଟଙ୍କା ରଖାଯିବ ବୋଲି ସ୍ଥିର କରାଯାଇଛି । ଗ୍ରାହକ ମାନଙ୍କୁ ଆରା ବ୍ଲୁ, ମିଡ଼ନାଈଟ ବ୍ଲାକ କଲର ଭଳି ଦୁଇଟି ରଙ୍ଗରେ କିଣିପାରିବେ । ଅବଶ୍ୟ ଏହାର ବିକ୍ରି ନେଇ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ । ଏଥିରେ ଗ୍ରାହକଙ୍କୁ ୬.୩୯ ଇଞ୍ଚର ଏଚଡ଼ି ଡିଷ୍ପ୍ଲେ ସହ ରିଜୋଲୁସନ ସମେତ ରହିବ ୭୨୦ X୧୫୬୦ ପିକସାଲ । ଏସବୁ ବ୍ୟତୀତ ଭଲ ପ୍ରଦର୍ଶନ ପାଇଁ କିରିନ ୭୧୦ ଏଫ ଅକ୍ଟ୍ରକୋର ପ୍ରୋସେସର ବି ଦିଆଯାଇଛି । ଫୋନର ଇଂଟରନାଲ ଷ୍ଟୋରେଜକୁ ମାଇକ୍ରୋ ଏସ୍ଡିକାର୍ଡ ମାଧ୍ୟମରେ ବି ବଢାଯାଇପାରିବ । ଏହି ଫୋନଟି ଆଣ୍ଡ୍ରଏଡ଼ ୯ ପାଇଁ ଅପରେଟିଙ୍ଗ ସିଷ୍ଟମକୁ ନେଇ ହିଁ କାମ କରିଥାଏ ।

କମ୍ପାନୀ ତରଫରୁ ଏହି ଫୋନରେ ଟ୍ରିପଲ ରିୟାର କ୍ୟାମେରା ଦିଆଯାଇଥିବା ବେଳେ ୪୮ ମେଗା ପିକସାଲର ପ୍ରାଇମେରୀ କ୍ୟାମେରା, ୮ ମେଗା ପିକସାଲର ଅଲଟ୍ରା ବୈଂଡ଼ ଆଙ୍ଗଲ  ଲେନ୍ସ ସମେତ ୨ ମେଗା ପିକସାଲର ସେନ୍ସର ବି ମହଜୂତ ଅଛି । ୟୁଜରଙ୍କୁ ଏଥିରେ ୪୦୦୦ ଏମଏଏଚ ବିଶିଷ୍ଟ ବ୍ୟାଟେରୀ ବି ଦିଆଯାଇଛି । ଏସବୁ ବ୍ୟତୀତ ଗ୍ରାହକଙ୍କୁ ବଳୁଟୁଥ ୫.୦, ମାଇକ୍ରୋ ୟୁଏସବି ପୋର୍ଟ, ୱାଇଫାଇ, ୩.୫ ଏମଏଚ ଅଡିଓ ଜ୍ୟାକ, ଜିପିଏସ ଓ ୟୁଏସବି ପୋର୍ଟ ପରି ଫିଚର୍ସ ବି ମିଳିପାରିବ ।

KNews Bureau

Recent Posts

ଶ୍ରୀଲଙ୍କାରେ ପ୍ରବଳ ବର୍ଷା ଓ ଭୂସ୍ଖଳନ; ୧୦ ଜଣଙ୍କ ମୃତ୍ୟୁ, ୬ ନିଖୋଜ

ଶ୍ରୀଲଙ୍କାରେ ତାଣ୍ଡବ ରଚିଛି ବର୍ଷା । ଭୟଙ୍କର ବନ୍ୟା ପରିସ୍ଥିତି ଯୋଗୁ ସୋମବାର ସ୍କୁଲଗୁଡ଼ିକୁ ବନ୍ଦ କରି ଦିଆଯାଇଛି ।…

1 min ago

ଓଜେଇ ୨୦୨୪ର ଫଳାଫଳ ପ୍ରକାଶ, ୨୩ ଟି ବିଭାଗରେ ୨୩ ଜଣ ଟପ୍ପର

 ଭୁବନେଶ୍ୱର : ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା -ଓଜେଇ ୨୦୨୪ର ଫଳାଫଳ ପ୍ରକାଶ । ଚଳିତ ବର୍ଷ ମେ'ରେ ହୋଇଥିଲା…

9 mins ago

ୟୁପି : ଜଣେ ଭିନ୍ନକ୍ଷମ ଶିଶୁକୁ ମାରିବା ଇନ୍ସପେକ୍ଟରଙ୍କ ପାଇଁ ପଡିଲା ମହଙ୍ଗା, ଭାଇରାଲ ହେଉଛି ଭିଡିଓ

ୟୁପିର ବିଜନୋରରେ ପିଲାଙ୍କୁ ପିଟିଥିବା ଇନ୍ସପେକ୍ଟରଙ୍କ ପାଇଁ ମହଙ୍ଗା ପଡିଛି । ଭିଡିଓ ଭାଇରାଲ ହେବା ପରେ ଇନ୍ସପେକ୍ଟରଙ୍କୁ ନିଲମ୍ବିତ…

14 mins ago

ରୋଜଗାର କରିବା ବୟସରେ ଦାଉ ସାଜୁଛି ରୋଗ, ପରିବାର ଚଳିବ କେମିତି ?

ନୟାଗଡ଼: ଜୀବନରେ ଦୁଃଖ ଆଉ ସୁଖ ଏ ତ ଲାଗି ରହିଛି । ହେଲେ ଏହି ଦୁଃଖ ବେଳେ ବେଳେ…

15 mins ago

ଏସି ଥଣ୍ଡାରେ ଚୋରି କରିବାକୁ ଭୁଲି ଶୋଇପଡିଲା ଚୋର, ସକାଳୁ ଉଠିଲା ବେଳକୁ ସାମ୍ନାରେ ପୋଲିସ

ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଦେଖିବାକୁ ମିଳିଛି ଅଦ୍ଭୁତ ଘଟଣା । ଚୋରି କରିବାକୁ ଆସିଥିବା ଚୋର ରୁମରେ ଏସି ଥଣ୍ଡା…

17 mins ago

ଆଜି ବିଶ୍ୱ ବାଇସାଇକେଲ ଦିବସ

ଭୁବନେଶ୍ୱର (କେନ୍ୟୁଜ): ଆଜି ବିଶ୍ୱ ବାଇସାଇକେଲ ଦିବସ । ଏହି ଅବସରରେ ଭୁବନେଶ୍ୱର ସାଇକେଲିଂ ଆଣ୍ଡ ଆଡଭେଞ୍ଚର କ୍ଳବର ସାଇକେଲ ଯାତ୍ରା…

39 mins ago