Infinix ର ପ୍ରଥମ ୫ଜି ସ୍ମାର୍ଟଫୋନ୍ Infinix Zero 5G ଭାରତରେ ସେଲ ଆରମ୍ଭ ହୋଇଯାଇଛି। ଏହି ଫୋନକୁ ୧୪ ଫେବୃୟାରୀରେ ଭାରତରେ ଲଞ୍ଚ୍ କରାଯାଇଥିଲା। ଏହି ସ୍ମାର୍ଟଫୋନ୍ ୧୮ ତାରିଖ ଠାରୁ ସେଲ ପାଇଁ ଉପଲବ୍ଧ ହୋଇସାରିଛି। ଇ-କମର୍ସ ସାଇଟ ଫ୍ଲିପକାର୍ଟରେ ଏହାର ବିକ୍ରି କରାଯାଉଛି। ଏହି ସେଲରେ ଅନେକ ଆକର୍ଷକ ଅଫର ମଧ୍ୟ ଦିଆଯାଉଛି। Infinix Zero 5G ସ୍ମାର୍ଟଫୋନ ଦୁଇ କଲର ସ୍କାଇଲାଇଟ ଅରେଞ୍ଜ ଏବଂ କସମେଟିକ ବ୍ଲାକ କଲରରେ ଲଞ୍ଚ୍ ରାଯାଇଛି।
ଇନଫିନିକ୍ସ ଜିରୋ ୫ଜି ସ୍ମାର୍ଟଫୋନର ଦାମ୍ ୨୪,୯୯୯ ଟଙ୍କା ରହିଛି। କିନ୍ତୁ ସେଲରେ ଏହାକୁ ୫୦୦୦ ଟଙ୍କା ଡିସକାଉଣ୍ଟ ପରେ ୧୯,୯୯୯ ଟଙ୍କାରେ କିଣିପାରିବେ। ଯଦି ଆପଣ ଏହି ଫୋନକୁ ଫ୍ଲିପକାର୍ଟରେ ଏକ୍ସିସ୍ ବ୍ୟାଙ୍କ କ୍ରେଡିଟ କାର୍ଡରେ କିଣୁଛନ୍ତି ତାହେଲେ ଆପଣଙ୍କୁ ୫ ପ୍ରତିଶତ କ୍ୟାଶବ୍ୟାକ୍ ମଧ୍ୟ ମିଳିବ। ୟୁପିଆଇ ଟ୍ରାନଜାକସନ୍ କରିବା ଦ୍ୱାରା ଆପଣଙ୍କୁ ୫୦୦ ଟଙ୍କାର ଏକ୍ସଟ୍ରା ଫାଇଦା ମଧ୍ୟ ମିଳିବ। ଯଦି ଆପଣ ଏହି ଫୋନକୁ ଇଏମଆଇରେ କିଣୁଛନ୍ତି ତାହେଲେ ଆପଣଙ୍କୁ ନୋ-କଷ୍ଟ୍ ଇଏମଆଇର ମଧ୍ୟ ସୁବିଧା ମଧ୍ୟ ଦିଆଯାଉଛି।
ଫ୍ଲିପକାର୍ଟର ସେଲରେ ଆଉ ଏକ ଜବରଦସ୍ତ ଅଫର ଦିଆଯାଇଛି। ଏଠାରେ ଆପଣଙ୍କୁ Infinix ର ଇୟରଫୋନ୍ Infinix Snokor Bluetooth Headsetକୁ ମାତ୍ର ୧ ଟଙ୍କାରେ କିଣିବାର ମଉକା ଦିଆଯାଉଛି। ଆପଣ ଇନଫିିନିକ୍ସ ସ୍ମାର୍ଟଫୋନ କିଣିିବାର ସାତ ଦିନ ପରେ ୯୯୯ ଟଙ୍କାରେ Infinix Snokor (iRocker) କୁ ମାତ୍ର ୧ ଟଙ୍କାରେ କିଣିପାରିବେ। ୮ ଫେବୃୟାରୀରେ ଅର୍ଡର କରିଥିବା ୟୁଜର୍ସଙ୍କୁ କିଛି ଟର୍ମ ଏବଂ କଣ୍ଡିସନରେ SNOKOR iRocker XE15 ଏକ ଟଙ୍କାରେ ମିଳିପାରିବ। ଏହି ଅଫରକୁ ୩୦ ମାର୍ଚ୍ଚ ପର୍ଯ୍ୟନ୍ତ ରିଡିମ କରାଯାଇପାରେ।
ଏଠାରେ ଆପଣଙ୍କୁ ୯୯ ଟଙ୍କାର ଆଡିସନାଲ ଫିସରେ ଫ୍ଲିପକାର୍ଟ ସ୍ମାର୍ଟ ଅପଗ୍ରେଡ ପ୍ରୋଗ୍ରାମର ମଧ୍ୟ ଲାଭ ଉଠାଇପାରିବେ। ଏହି ପ୍ଲାନ ମୁତାବକ ଆପଣ ଦାମର କେବଳ ୭୦ ପ୍ରତିଶତ ପେମେଣ୍ଟ କରି ଜିରୋ ୫ଜିକୁ କିଣିପାରିବେ। ଅର୍ଥାତ୍ ଆପଣ ଏହି ପ୍ରୋଗ୍ରାମ ଅନୁଯାୟୀ ମାତ୍ର ୧୩,୯୯୯ ଟଙ୍କା ଦେଇ କୁ କିଣିପାରିବେ। ବାକି ୬,୦୦୦ ଟଙ୍କା ଆପଣଙ୍କୁ ଗୋଟେ ବର୍ଷ ପରେ ଦେବାକୁ ହେବ। ଫ୍ଲିପକାର୍ଟ ସ୍ମାର୍ଟ ଅପଗ୍ରେଡ ପ୍ରୋଗ୍ରାମ ଅନୁଯାୟୀ ଗୋଟେ ବର୍ଷ ପର୍ଯ୍ୟନ୍ତ ଏହି ଫୋନକୁ ଆପଣ ବ୍ୟବହାର କରିବା ପରେ ବାକି ଥିବା ୩୦ ପ୍ରତିଶତ ଦାମ ପେମେଣ୍ଟ କରିପାରିବେ କିମ୍ବା ନିଜ ପାଖରେ ରଖି ବି ପାରିବେ। କିମ୍ବା ଏହାକୁ ଫ୍ଲିପକାର୍ଟକୁ ଫେରସ୍ତ କରାଇପାରିବେ।
ଇନଫିନିକ୍ସ ଜିରୋ ୫ଜି ସ୍ମାର୍ଟଫୋନରେ ଟ୍ରିପଲ ରିୟର କ୍ୟାମେରା ଦିଆଯାଇଛି। ଏଥିରେ ୪୮ ଏମପିର ପ୍ରାଇମେରୀ କ୍ୟାମେରା, ଦ୍ୱିତୀୟରେ ୧୩ଏମପି ପୋଟ୍ରେଟ ଲେନ୍ସ ଏବଂ ଏହାସହିତ ୨ ଏମପି ଡେପ୍ଥ ଲେନ୍ସ ଏବଂ କ୍ୱାର୍ଡ-ଏଲଇଡି ଫ୍ଲାସଲାଇଟ ଦିଆଯାଇଛି। କ୍ୟାମେରା ସେକ୍ସନରେ ୧୩ ଏମପିର ପୋଟ୍ରେଟ ଲେନ୍ସ 2x ଅପଟିକାଲ ଜୁମ ଏବଂ 30x ଡିଜିଟାଲ ଜୁମ ରହିଛି।
ଫୋନର ବ୍ୟାଟେରୀ ବିଷୟରେ କହିବା ତ ଫୋନରେ ଆପଣଙ୍କୁ 5000mAh ହାଇ କାପାସିଟୀର ଦମଦାର ବ୍ୟାଟେରୀ ଦିଆଯାଇଛି। ଯାହା 33W ହାଇ ଭୋଲଟେଜ ଏବଂ TUV Rheinland ଲୋ କରେଣ୍ଟ ଫାଷ୍ଟ ଚାର୍ଜିଙ୍ଗ ଟେକ୍ନୋଲୋଜି ଦ୍ୱାରା ସାର୍ଟିଫାଇଡ ରହିଛି।
ମେଷ : ବାକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ…
ଭୁବନେଶ୍ୱର : ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ଯାଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ପାଣ୍ଡିଆନଙ୍କ ଦିଲ୍ଲୀ ଗସ୍ତକୁ…
ଫ୍ରାନ୍ସର ଏକ୍ସ ଏନ୍ ରାଜ୍ୟରେ ଜୁନ୍ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଫିସୁ ବିଶ୍ୱ ବିଶ୍ୱବିଦ୍ୟାଳୟ…
ଆସନ୍ତା ୯ ତାରିଖରେ ଶପଥ ନେବେ ନରେନ୍ଦ୍ର ମୋଦି । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ…
ଆଖିରେ ଲୁହର ଧାର । ନବୀନଙ୍କ ଫଟୋ ଆଗରେ କାନ୍ଦୁଛନ୍ତି ଜଣେ ମା । କହୁଥିଲେ…ପୁଅ ଥିଲା ଆମର ।…
ସାବିତ୍ରୀ ବ୍ରତରେ ସତ୍ୟବାନ୍ ହୋଇ ପୂଜା ପାଇ ଥାଆନ୍ତେ । ତା ପୂର୍ବରୁ ଘଟିଗଲା ଏପରି କିଛି । ମୃତକଙ୍କ…