କଣ ଆପଣ କାହାର ଲୋକେସନ୍ ଟ୍ରାକ୍ କରିବାକୁ ଚାହୁଁଛନ୍ତି । କଣ ଆପଣଙ୍କୁ ନିଜ ପ୍ରିୟଜନ ଓ ଫ୍ରେଣ୍ଡସଙ୍କ ଚିନ୍ତା ଘାରୁଛି ତାହେଲେ କେବଳ ଫୋନ ନମ୍ବରରୁ କରନ୍ତୁ ଲୋକେସନ୍ ଟ୍ରାକ୍ । ଏମିତିରେ ତ ଫୋନ ନମ୍ବରରୁ ଲୋକେସନ ଜାଣିବା ଏକ କଷ୍ଟକର ପାଠ । ଏହା କେବଳ ଫିଲ୍ମ ମାନଙ୍କରେ ସମ୍ଭବ ହେବାର ଦେଖାଦେଇଥାଏ । ଆପଣଙ୍କୁ ମଧ୍ୟ ଅନ୍ୟ ନମ୍ବରରୁ କଲ ଆସିଲେ ସେ କେଉଁ ଜାଗାରୁ କଲ କରୁଛି ତାହା ଜାଣିବାକୁ ଚାହୁଁଥିବେ । କିନ୍ତୁ ଏହା ଜାଣିବା ସମ୍ଭବ ହୋଇ ନଥାଏ । ହେଲେ ପୁଲିସ ଏବଂ ଅନ୍ୟ ଏଜେନ୍ସି ମାନେ କିଛି ବାଟ ବାହାର କରିଛନ୍ତି, ଯେଉଁଥିରେ ଜାଣି ହୋଇପାରିବ ଫୋନ ନମ୍ବରରୁ ଲୋକେସନ । ତେବେ ଜାଣନ୍ତୁ କେଉଁ ତାରିଖରୁ କେଉଁ ତାରିଖ ପର୍ଯ୍ୟନ୍ତ ଲୋକସେନ ଟ୍ରାକ ହୋଇପାରିବ ।
ସତରେ କଣ ମୋବାଇଲ ନମ୍ବରରୁ ଜଣକୁ ଟ୍ରାକ କରାଯାଇ ପାରିବ? ଏପରି ପ୍ରଶ୍ନ ଆମ ମନକୁ ଆସିଥାଏ । ଯଦି ଏହା ସମ୍ଭବ ନୁହେଁ ତ ପୁଲିସ ମାନେ କିପରି ଅପରାଧୀଙ୍କୁ ମୋବାଇଲ ନମ୍ବର ବା ତାଙ୍କ ଫୋନ ସାହାଯ୍ୟରେ ଟ୍ରାକ କରିପାରୁଛନ୍ତି । ଏହି ଉପାୟ ଏତେ ସହଜ ନୁହେଁ ଯେ, ଏହାକୁ ଯିଏ ଚାହିଁବ ସିଏ କରିପାରିବ । କେତେ ଲୋକ ଭାବନ୍ତି ଫୋନରେ କିଛି ଆପ ଅଛି ଯାହାଦ୍ୱାରା ଏହିସବୁ ଜଣାପଡିଯିବ । ହେଲେ ତାହା ନୁହେଁ, ଆଇପି ଆଡ୍ରେସ , ଏମଏସି ଆଡ୍ରେସରେ ଆପଣଙ୍କୁ କିଛି ୟୁଜର୍ସଙ୍କ ଲୋକେସନ ମିଳିପାରିବ । ଆସନ୍ତୁ ଜାଣିବା ଲୋକେସନ ଟ୍ରାକର କିଛି ଉପାୟ ।
ଜଣେ ଲୋକର ଫୋନ ଚୋରୀ ପାଇଁ ଯଦି ପୁଲିସ ପାଖକୁ ଯାଏ ତେବେ ପୁଲିସ ତାଙ୍କୁ ଫୋନର ଆଇଏମଇଆଇ ନମ୍ବର ମାଗିଥାନ୍ତି । କାରଣ ପୁଲିସ ଟେଲିକମ କମ୍ପାନୀ ଉପରେ ବିଶ୍ୱାସ ରଖିଥାଏ । ଯଦି ଜଣେ ଫୋନ ଚୋରୀ କରି ଅନ୍ୟ ସିମ ସେହି ଫୋନରେ ପକାଏ ତେବେ ଟେଲିକମ କମ୍ପାନୀ ତାହା ଜାଣି ନିଏ । ଏବଂ ସେହି ତଥ୍ୟକୁ ସେ ପୁଲିସକୁ ଦେଇଥାଏ । ଏବଂ ଏଥିରେ ଜଣା ପଡ଼ିଯାଇଥାଏ ଲୋକେସନ ।
ଆଇପି ଆଡ୍ରେସ ଦ୍ୱାରା ମଧ୍ୟ କୌଣସି ଫୋନର ଲୋକେସନକୁ ଟ୍ରାକ କରାଯାଇ ପାରିବ । ଆଇପି ଅଡ୍ରେସ ତଥା ଇଣ୍ଟରନେଟ ପ୍ରୋଟକଲ ଗୋଟେ ୟୁନିକ ନମ୍ବରର ସେଟ ହୋଇଥାଏ । ପ୍ରତି ଡିଭାଇସର ଏକ ଆଇପି ଆଡ୍ରେସ ଥାଏ । ହେଲେ ଏଥିରେ ଟ୍ରାକ କରିବା ଏତେ ସହଜ ନୁହେଁ । କାରଣ ଆପଣଙ୍କୁ କେଉଁ ଏକ ଡିଭାଇସର ଆଇପି ଆଡ୍ରେସ ଜାଣିବାକୁ ପଡ଼ିବ, ଯାହାକୁ ଜାଣିବା ଆପଣଙ୍କ ପକ୍ଷେ କଷ୍ଟସାଧ୍ୟ । ଯଦି ଆପଣଙ୍କୁ ତାହା ମିଳିଯିବ ତେବେ ଆଇପି ଲୁକଅପ ତଥା ଓଲଫାର୍ମ ଆଲଫା ପରି ୱେବସାଇଟ ସାହାଯ୍ୟରେ ଲୋକେସନକୁ ଟ୍ରାକ କରିପାରିବେ । ହେଲେ ଏହା ସଠିକ ଆଡ୍ରେସ ଦେଇପାରିବନି । କେବଳ ସେହି ଅଂଚଳକୁ ସୂଚିତ କରିପାରିବ ।
ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…
କନ୍ଧମାଳ : କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…
ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…
ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…
ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…
ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…