ଫୋନ ନମ୍ବରରୁ ଜାଣନ୍ତୁ କାହାର ବି ଲୋକେସନ, ବାସ୍‌ ଏହି ଟ୍ରିକକୁ କରନ୍ତୁ ଫଲୋ

କଣ ଆପଣଙ୍କୁ ନିଜ ପ୍ରିୟଜନ ଓ ଫ୍ରେଣ୍ଡସଙ୍କ ଚିନ୍ତା ଘାରୁଛି ତାହେଲେ କେବଳ ଫୋନ ନମ୍ବରରୁ କରନ୍ତୁ ଲୋକେସନ୍‌ ଟ୍ରାକ୍‌ । ଏମିତିରେ ତ ଫୋନ ନମ୍ବରରୁ ଲୋକେସନ ଜାଣିବା ଏକ କଷ୍ଟକର ପାଠ । ଏହା କେବଳ ଫିଲ୍ମ ମାନଙ୍କରେ ସମ୍ଭବ ହେବାର ଦେଖାଦେଇଥାଏ ।

କଣ ଆପଣ କାହାର ଲୋକେସନ୍‌ ଟ୍ରାକ୍‌ କରିବାକୁ ଚାହୁଁଛନ୍ତି । କଣ ଆପଣଙ୍କୁ ନିଜ ପ୍ରିୟଜନ ଓ ଫ୍ରେଣ୍ଡସଙ୍କ ଚିନ୍ତା ଘାରୁଛି ତାହେଲେ କେବଳ ଫୋନ ନମ୍ବରରୁ କରନ୍ତୁ ଲୋକେସନ୍‌ ଟ୍ରାକ୍‌ । ଏମିତିରେ ତ ଫୋନ ନମ୍ବରରୁ ଲୋକେସନ ଜାଣିବା ଏକ କଷ୍ଟକର ପାଠ । ଏହା କେବଳ ଫିଲ୍ମ ମାନଙ୍କରେ ସମ୍ଭବ ହେବାର ଦେଖାଦେଇଥାଏ । ଆପଣଙ୍କୁ ମଧ୍ୟ ଅନ୍ୟ ନମ୍ବରରୁ କଲ ଆସିଲେ ସେ କେଉଁ ଜାଗାରୁ କଲ କରୁଛି ତାହା ଜାଣିବାକୁ ଚାହୁଁଥିବେ । କିନ୍ତୁ ଏହା ଜାଣିବା ସମ୍ଭବ ହୋଇ ନଥାଏ । ହେଲେ ପୁଲିସ ଏବଂ ଅନ୍ୟ ଏଜେନ୍ସି ମାନେ କିଛି ବାଟ ବାହାର କରିଛନ୍ତି, ଯେଉଁଥିରେ ଜାଣି ହୋଇପାରିବ ଫୋନ ନମ୍ବରରୁ ଲୋକେସନ । ତେବେ ଜାଣନ୍ତୁ କେଉଁ ତାରିଖରୁ କେଉଁ ତାରିଖ ପର୍ଯ୍ୟନ୍ତ ଲୋକସେନ ଟ୍ରାକ ହୋଇପାରିବ ।

ସତରେ କଣ ମୋବାଇଲ ନମ୍ବରରୁ ଜଣକୁ ଟ୍ରାକ କରାଯାଇ ପାରିବ? ଏପରି ପ୍ରଶ୍ନ ଆମ ମନକୁ ଆସିଥାଏ । ଯଦି ଏହା ସମ୍ଭବ ନୁହେଁ ତ ପୁଲିସ ମାନେ କିପରି ଅପରାଧୀଙ୍କୁ ମୋବାଇଲ ନମ୍ବର ବା ତାଙ୍କ ଫୋନ ସାହାଯ୍ୟରେ ଟ୍ରାକ କରିପାରୁଛନ୍ତି । ଏହି ଉପାୟ ଏତେ ସହଜ ନୁହେଁ ଯେ, ଏହାକୁ ଯିଏ ଚାହିଁବ ସିଏ କରିପାରିବ । କେତେ ଲୋକ ଭାବନ୍ତି ଫୋନରେ କିଛି ଆପ ଅଛି ଯାହାଦ୍ୱାରା ଏହିସବୁ ଜଣାପଡିଯିବ । ହେଲେ ତାହା ନୁହେଁ, ଆଇପି ଆଡ୍ରେସ , ଏମଏସି ଆଡ୍ରେସରେ ଆପଣଙ୍କୁ କିଛି ୟୁଜର୍ସଙ୍କ ଲୋକେସନ ମିଳିପାରିବ । ଆସନ୍ତୁ ଜାଣିବା ଲୋକେସନ ଟ୍ରାକର କିଛି ଉପାୟ ।

ଜଣେ ଲୋକର ଫୋନ ଚୋରୀ ପାଇଁ ଯଦି ପୁଲିସ ପାଖକୁ ଯାଏ ତେବେ ପୁଲିସ ତାଙ୍କୁ ଫୋନର ଆଇଏମଇଆଇ ନମ୍ବର ମାଗିଥାନ୍ତି । କାରଣ ପୁଲିସ ଟେଲିକମ କମ୍ପାନୀ ଉପରେ ବିଶ୍ୱାସ ରଖିଥାଏ । ଯଦି ଜଣେ ଫୋନ ଚୋରୀ କରି ଅନ୍ୟ ସିମ ସେହି ଫୋନରେ ପକାଏ ତେବେ ଟେଲିକମ କମ୍ପାନୀ ତାହା ଜାଣି ନିଏ । ଏବଂ ସେହି ତଥ୍ୟକୁ ସେ ପୁଲିସକୁ ଦେଇଥାଏ । ଏବଂ ଏଥିରେ ଜଣା ପଡ଼ିଯାଇଥାଏ ଲୋକେସନ ।

ଆଇପି ଆଡ୍ରେସ ଦ୍ୱାରା ମଧ୍ୟ କୌଣସି ଫୋନର ଲୋକେସନକୁ ଟ୍ରାକ କରାଯାଇ ପାରିବ । ଆଇପି ଅଡ୍ରେସ ତଥା ଇଣ୍ଟରନେଟ ପ୍ରୋଟକଲ ଗୋଟେ ୟୁନିକ ନମ୍ବରର ସେଟ ହୋଇଥାଏ । ପ୍ରତି ଡିଭାଇସର ଏକ ଆଇପି ଆଡ୍ରେସ ଥାଏ । ହେଲେ ଏଥିରେ ଟ୍ରାକ କରିବା ଏତେ ସହଜ ନୁହେଁ । କାରଣ ଆପଣଙ୍କୁ କେଉଁ ଏକ ଡିଭାଇସର ଆଇପି ଆଡ୍ରେସ ଜାଣିବାକୁ ପଡ଼ିବ, ଯାହାକୁ ଜାଣିବା ଆପଣଙ୍କ ପକ୍ଷେ କଷ୍ଟସାଧ୍ୟ । ଯଦି ଆପଣଙ୍କୁ ତାହା ମିଳିଯିବ ତେବେ ଆଇପି ଲୁକଅପ ତଥା ଓଲଫାର୍ମ ଆଲଫା ପରି ୱେବସାଇଟ ସାହାଯ୍ୟରେ ଲୋକେସନକୁ ଟ୍ରାକ କରିପାରିବେ । ହେଲେ ଏହା ସଠିକ ଆଡ୍ରେସ ଦେଇପାରିବନି । କେବଳ ସେହି ଅଂଚଳକୁ ସୂଚିତ କରିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.