Below header

ସୁପ୍ରିମ୍‌ କୋର୍ଟଙ୍କଠୁ ନିରାଶ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ; କୋର୍ଟ କହିଲେ, ‘ହାଇକୋର୍ଟ ନ ଯାଇ ସିଧା ଏଠାକୁ କାହିଁକି ଚାଲିଆସିଛ?’

ସିବିଆଇ ଦ୍ୱାରା ଗିରଫ ହୋଇଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସୁପ୍ରିମ କୋର୍ଟଙ୍କଠାରୁ ନିରାଶ ହୋଇଛନ୍ତି। ହାଇକୋର୍ଟ ନ ଯାଇ ସୁପ୍ରିମ କୋର୍ଟଙ୍କ ନିକଟକୁ ସିଧାସଳଖ ଚାଲିଆସିବା ଏକ ଭଲ ପରମ୍ପରା ନୁହେଁ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ରାଜ୍ୟ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସୁପ୍ରିମ କୋର୍ଟଙ୍କଠାରୁ ନିରାଶ ହୋଇଛନ୍ତି। ସୁପ୍ରିମ କୋର୍ଟ ଜାମିନ ଆବେଦନ ପାଇଁ ସିଧାସଳଖ ଉଚ୍ଚତମ ନ୍ୟାୟାଳୟରେ ପିଟିସନ ଦାଖଲ କରିବା ଉପରେ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ଆବେଦନ ଉପରେ ଶୁଣାଣି କରି ଜଷ୍ଟିସ୍‌ ଡି.ଓ୍ଵାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ନରସିହ୍ମାଙ୍କ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଆପଣ ସିଧାସଳଖ ସୁପ୍ରିମ କୋର୍ଟ କାହିଁକି ଆସିଯାଇଛନ୍ତି?

ପ୍ରଧାନ ବିଚାରପତି କହିଛନ୍ତି ଯେ ଜାମିନ ପାଇଁ ଆପଣଙ୍କ ପାଖରେ ଅନ୍ୟ ଆଇନଗତ ବିକଳ୍ପ ରହିଛି, କିନ୍ତୁ ଆପଣ ସିଧା ଏଠାକୁ ଆସିଛନ୍ତି, ଏହାର କାରଣ କ’ଣ? ଆପଣ ଏଠାରେ ଅନୁଚ୍ଛେଦ ୩୨ ଅଧୀନରେ ଆବେଦନ ଦାଖଲ କରିଛନ୍ତି। ସୁପ୍ରିମ କୋର୍ଟଙ୍କ ନିକଟକୁ ସିଧାସଳଖ ଚାଲିଆସିବା ଏକ ସୁସ୍ଥ ତଥା ଭଲ ପରମ୍ପରା ନୁହେଁ।

ଏଥି ସହିତ ଜଷ୍ଟିସ ନରସିହ୍ମା କହିଛନ୍ତି, ଯଦି କୌଣସି ଘଟଣା ଦିଲ୍ଲୀରେ ଘଟୁଛି, ତା’ ହେଲେ ଏହାର ଅର୍ଥ ନୁହେଁ ଯେ ଆପଣ ସିଧା ସୁପ୍ରିମ କୋର୍ଟ ଆସିଯିବେ। ବେଞ୍ଚ କହିଛନ୍ତି, ଆପଣଙ୍କ ପାଖରେ ଦିଲ୍ଲୀ ହାଇକୋର୍ଟଙ୍କର ବି ବିକଳ୍ପ ରହିଛି। ସେଠାରେ ମଧ୍ୟ ଚେଷ୍ଟା କରିବା ଉଚିତ୍।

କହି ରଖୁଛୁ, ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ରବିବାର ସିବିଆଇ ପଚରାଉଚରା ପାଇଁ ଡକାଇଥିଲା। ଏଠାରେ ପାଖାପାଖି ୮ ଘଣ୍ଟାର ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.