ଟେକ୍

ଦୃଷ୍ଟିହୀନ ଲୋକଙ୍କ ଜୀବନରେ ଆଶାର ଆଲୋକ ଆଣିବ AI, ଡେଭଲପ୍‌ କରାଯାଇଛି ନୂଆ ଡିଭାଇସ୍‌

ଟେକ୍ନୋଲୋଜି ଦୁନିଆରେ କାୟା ବିସ୍ତାର କରୁଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) । ପୃଥିବୀର ବିଭିନ୍ନ କ୍ଷେତ୍ରରେ AI ବ୍ୟବହାର କରାଯାଉଛି । କିଛି ଲୋକ ଏହାକୁ ବିପଦ ଭାବରେ ଦେଖୁଛନ୍ତି ତ ଆଉ କେତେ ଲୋକ ଏହାକୁ ଲୋକଙ୍କ ଜୀବନକୁ ଉନ୍ନତ କରିବାରେ ସାହାଯ୍ୟ କରୁଛି ବୋଲି ବିଶ୍ୱାସ କରୁଛନ୍ତି । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଅନ୍ଧ ଏବଂ ସ୍ୱଳ୍ପ ଦୃଷ୍ଟିହୀନ ଲୋକଙ୍କ ଜୀବନରେ ଆଶାର ଆଲୋକ ଆଣିବ । କାରଣ ସିଙ୍ଗାପୁରର ନ୍ୟାସନାଲ୍ ୟୁନିଭରସିଟି ଏକ AI ଡିଭାଇସ୍‌ ଡେଭଲପ୍‌ କରିଛି । ଏହାର ନାମ AiSee ରଖାଯାଇଛି । ଏହା ଜିନିଷଗୁଡ଼ିକୁ ଚିହ୍ନିବାରେ ସାହାଯ୍ୟ କରିବ ।

ଯଦି ଜଣେ ନେତ୍ରହୀନ ବ୍ୟକ୍ତି କୌଣସି ସାମଗ୍ରୀ ନେଉଛନ୍ତି ତେବେ AISee ସେହି ବ୍ୟକ୍ତିଙ୍କୁ ଜିନିଷର ସମ୍ପୂର୍ଣ୍ଣ ସୂଚନା ଦେବ । ଏହି ଟେକ୍ନୋଲୋଜି ଜିନିଷଗୁଡ଼ିକୁ ଚିହ୍ନିବାରେ ସାହାଯ୍ୟ କରିବ । ଯଦି କୌଣସି ଜିନିଷରୁ କୌଣସି ପ୍ରକାର ବିପଦ ଥାଏ ତେବେ ଦୃଷ୍ଟିହୀନ ଲୋକମାନେ ଜାଣିି ପାରିବେ ।

AISee ଏକ ହେଡଫୋନ୍ ଭଳି ଏବଂ ଏହାକୁ ପିନ୍ଧିବା ଦ୍ୱାରା ଦୃଷ୍ଟିଶକ୍ତି କମ୍‌ ଥିବା ଲୋକଙ୍କ ସମସ୍ୟା ବହୁ ପରିମାଣରେ ଦୂର ହୋଇଯିବ । AISee ରେ ଏକ ମାଇକ୍ରୋ କ୍ୟାମେରା ଲଗାଯାଇଛି । ଏହା ୟୁଜରଙ୍କ ସାମ୍ନାରେ ଥିବା ଦୃଶ୍ୟକୁ ପରୀକ୍ଷା କରିବାରେ ସାହାଯ୍ୟ କରେ । ଏହାର ସଫ୍ଟୱେର୍ ଟେକ୍ସଟ୍, ଲୋଗୋ ଏବଂ ଲେବଲ୍ ଇତ୍ୟାଦିକୁ ଚିହ୍ନିପାରେ । AISee କ୍ଲାଉଡ୍ ବେସଡ୍‌ AI ଆଲଗୋରିଦମ ବ୍ୟବହାର କରି ଜିନିଷଗୁଡିକ ଆନାଲାଇଜ୍‌ କରେ ।

ମନେକର ଜଣେ ଦୃଷ୍ଟିହୀନ ବ୍ୟକ୍ତି କିଛି ସାମଗ୍ରୀ କିଣିବାକୁ ଏକ ଦୋକାନକୁ ଯାଇଥିବେ, ଯେତେବେଳେ ସେ ଯେଉଁ ଜିନିଷ ଉଠାଇବେ ସେତେବେଳେ AISee ଏହାର ଏକ ଫଟୋ ଉଠାଇବ ଏବଂ ପ୍ରୋସେସିଙ୍ଗ୍‌ କରିବା ଆରମ୍ଭ କରିବ । AISee ହେଡଫୋନ୍ ମାଧ୍ୟମରେ ଜିନିଷକୁ ଦେଖେ ଏବଂ ସେଗୁଡ଼ିକ ବିଷୟରେ ବ୍ୟକ୍ତିଙ୍କୁ ସୂଚନା ଦେଇଥାଏ । ଏହା ସଠିକ୍ ସାମଗ୍ରୀ କିଣିବାରେ ସାହାଯ୍ୟ କରିବ । ଏହି ଡିଭାଇସ୍‌ ସାହାଯ୍ୟରେ ଦୃଷ୍ଟିହୀନ ବ୍ୟକ୍ତିମାନେ ଜିନିଷ ବିଷୟରେ ଜାଣିି ପାରିବେ, ଯାହା ଦ୍ୱାରା ସେମାନେ ଠିକ୍‌ କିି ଭୁଲ୍‌ ଜିନିଷ କିଣୁଛନ୍ତି ତାହା ଜାଣି ପାରିବେ ।

AISee ପିନ୍ଧିବା ପରେ ୟୁଜର ଜିନିଷ ବିଷୟରେ ଅନେକ ପ୍ରଶ୍ନ ପଚାରିପାରିବେ । ଏଥିରେ ଟେକ୍ସଟ୍-ଟୁ-ସ୍ପିଚ୍ ଏବଂ ସ୍ପିଚ୍‌-ଟୁ-ଟେକ୍ସଟ୍ ଫିଚର ଅଛି, ଯାହା ଅନୁସନ୍ଧାନକୁ ସହଜ କରିଥାଏ । ଏହି ଡିଭାଇସ୍ କୁ ଏକ ବଡ଼ ଭାଷା ମଡେଲ୍ ବ୍ୟବହାର କରି ପ୍ରସ୍ତୁତ କରାଯାଇଛି । AISee ପ୍ରୋଜେକ୍ଟକୁ ସଫଳ କରିବା ପାଇଁ ବିପି ଡି ସାଲଭା ହୋଲ୍ଡିଂ କମ୍ପାନୀ ୧.୫୦ ଲକ୍ଷ ସିଙ୍ଗାପୁର ଡଲାର ଅର୍ଥାତ୍ ପ୍ରାୟ ୯୨.୫୬ ଲକ୍ଷ ଟଙ୍କା ଦେଇଛି ।

Subhalaxmi Das

Recent Posts

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା, ଇଭିଏମ୍‌ ଏବଂ ଭିଭିପାଟ୍‌କୁ ପୋଖରୀରେ ଫିଙ୍ଗିଲେ ଲୋକ

ଆଜି ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟିଂ ଜାରି ରହିଛି । ଏହା ମଧ୍ୟରେ ପଶ୍ଚିମବଙ୍ଗରେ ପୁଣି ଦେଖିବାକୁ ମିଳିଛି…

5 mins ago

ମହାକାଳପଡ଼ାରେ ୩୦ ବୁଥରେ EVM ଅଚଳ ଖବର ସମ୍ପୂର୍ଣ୍ଣ ମିଛ : ସିଇଓ

ମହାକାଳପଡ଼ା(କେନ୍ୟୁଜ୍‌): ମହାକାଳପଡ଼ାରେ ୩୦ ବୁଥରେ EVM ଅଚଳ ଖବର ସମ୍ପୂର୍ଣ୍ଣ ମିଛ । ପ୍ରେସ୍ ମିଟରେ ସ୍ପଷ୍ଟ କଲେ ମୁଖ୍ୟ…

7 mins ago

ଯୁଦ୍ଧ ଶେଷ କରିବାର ସମୟ ଆସିଛି : ବାଇଡେନ

ଯୁଦ୍ଧ ଶେଷ କରିବାର ସମୟ ଆସିଛି । ଗାଜାରେ ଯୁଦ୍ଧ ଶେଷ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି ଆମେରିକା ରାଷ୍ଟ୍ରପତି…

20 mins ago

୫୬ ଡିଗ୍ରୀରେ ରେକର୍ଡ ଭାଙ୍ଗିଲା ନାଗପୁର, କେତେ ଡିଗ୍ରୀ ତାପମାତ୍ରା ସହ୍ୟ କରିପାରିବ ମଣିଷ ଶରୀର?

ଏଥର ଗରମ ସମସ୍ତ ରେକର୍ଡ ଭାଙ୍ଗିଦେଇଛି । ଚଳିତ ବର୍ଷ ସମଗ୍ର ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଛି, ଏଥିଯୋଗୁଁ…

23 mins ago

ହାଇକୋର୍ଟରେ ୧୩୦୦ରୁ ଅଧିକ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଗୁଜରାଟ ହାଇକୋର୍ଟରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି…

31 mins ago

ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ

ବାଲେଶ୍ୱର (କେନ୍ୟୁଜ୍‌): ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ ହୋଇଛି । ବାଲେଶ୍ୱର ୭.୪୬ ପ୍ରତିଶତ, ଭଦ୍ରକରେ…

49 mins ago