ଟେକ୍

ଆପଣଙ୍କ ହୃଦୟର ଯତ୍ନ ନେବ ଏହି ପାଞ୍ଚଟି ଫୋନ, ଏଥିରେ ରହିଛି ବଢ଼ିଆ ଆଉ ଦମଦାର ଫିଚର

ମହାମାରୀ ସମୟରେ ବର୍ତ୍ତମାନ ଲୋକେ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ସଚେତନତା ଅବଲମ୍ବନ କରୁଛନ୍ତି । ତେବେ ଏହି ଲକଡାଉନ ସମୟରେ ହାର୍ଟ ସହ ଜଡିତ ଅନେକ ଯନ୍ତ୍ର ବଜାରରେ ବିକ୍ରି ହେଉଛି । ନିକଟରେ ଲାଭା କମ୍ପାନୀ ର୍ହାଟ ରେଟ ଫିଚର ଯୁକ୍ତ ମୋବାଇଲ ଲଞ୍ଚ କରିଛି । କେବଳ ଲାଭା ନୁହେଁ , ଏହା ଛଡା ଏମିତି ଅନେକ କମ୍ପାନୀ ଦର୍ଶକଙ୍କ ପାଇଁ ନିଜ ମୋବାଲରେ ଏହି ଫିଚର ଉପଲବ୍ଧ କରିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ସବୁ ଫୋନ ବିଷୟରେ ।

ଲାଭା ପ୍ଲସ : ସର୍ବ ପ୍ରଥମେ ଲାଭା ଲଞ୍ଚ କରିଥିବା ଫୋନ ଲାଭା ପ୍ଲସ ବିଷୟରେ ଜାଣିବା । ଏହି ଫୋନରେ ର୍ହାଟ ରେଟ ସେନ୍ସର ଓ ବ୍ଲଡ ପ୍ରେସର ମାପିବାର ସୁବିଧା ରହିଥିବାରୁ ଏହା ସିନିଅର ସିଟିଜନ୍‌୍‌ସଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ । ଏହି ଦୁଇଟି ଖାସ୍‌ ଫିଚର ଥିବା ଫୋନର ମୂଲ୍ୟ ମାତ୍ର ୧୪୯୪ ଟଙ୍କା । ଅନ୍ୟ ପକ୍ଷରେ ଏହି ଫୋନର ବ୍ୟାଟେରି ଲାଇଫ୍‌ ଖୁବ ଲମ୍ବା ଓ ଏହା ଥରେ ଚାର୍ଜ କଲେ ୬ ଦିନ ପର୍ଯ୍ୟନ୍ତ ରହିବ ବୋଲି କମ୍ପାନୀ ଦାବି କରିଛି ।

ସ୍ୟାମସଙ୍ଗ ଗ୍ୟାଲେକ୍ସି S8/S8 Plus : ଦକ୍ଷିଣ କୋରିଆ କମ୍ପାନୀ ସର୍ବ ପ୍ରଥମେ ଏହି ସ୍ମାଟ ଫୋନକୁ ୨୦୧୭ ରେ ଲଞ୍ଚ କରିଥିଲା । ଏହି ଫୋନର ହାର୍ଟ ରେଟ ସ୍ୟାନ୍ସର ଏହାର କ୍ୟାମେରା ମଡ୍ୟୁଲ ପାଖରେ ରହିଛି । ଏହି ସ୍ୟାନ୍ସର ଉପରେ ଆଙ୍ଗୁଠି ରଖି ସ୍ୟାମସଙ୍ଗ ହେଲ୍‌ଥ ଆପ ମାଧ୍ୟମରେ ୟୁଜର୍ସ ନିଜ ର୍ହାଟ ରେଟର ସ୍ଥିତିକୁ ଜାଣିପାରିବେ । ତେବେ ଏହି ଫୋନ ର ଦାମ୍‌ ୫୩,୯୯୦ ଟଙ୍କା ରହିଛି ।

ସ୍ୟାମସଙ୍ଗ ଗ୍ୟାଲେକ୍ସି ନୋଟ 8 : ସ୍ୟାମସଙ୍ଗ କମ୍ପାନୀ ନିଜ ଗ୍ରାହକଙ୍କ ପାଇଁ ଗ୍ୟାଲେକ୍ସି S8 ବ୍ୟତିତ ଗ୍ୟାଲେକ୍ସି ନୋଟ 8 ରେ ମଧ୍ୟ ଏହି ଫିଚର ଉପଲବ୍ଧ କରିଛି। ଏହି ଫୋନର ପଛ ପଟେ ର୍ହାଟ ରେଟ ସ୍ୟାନ୍ସର ଦିଆଯାଇଛି ଓ ପ୍ରଥମ ଥର ପାଇଁ ଏହି ଫୋନରେ ଡୁଅଲ କ୍ୟାମେରା ସେଟଅପର ଫିଚର ମଧ୍ୟ ରହିଛି । ଏହା ବଜାରରେ ୪୫,୭୭୦ ଟଙ୍କାରେ ଉପଲବ୍ଧ ରହିଛି ।

ସ୍ୟାମସଙ୍ଗ ଗ୍ୟାଲେକ୍ସି S9/S9 Plus : S8 ଓ ନୋଟ 9 ପରେ ସ୍ୟାମସଙ୍ଗ ଏହି ଫିଚରକୁ ତାର ସମସ୍ତ ଫୋନରେ ବଜାୟ ରଖିଲା । କମ୍ପାନି ଗ୍ୟାଲେକ୍ସି S9 ରେ ମଧ୍ୟ ଏହି ଫିଚରକୁ ସାମିଲ କରିଛି । ୩୧୬୦୦ଟଙ୍କା ମୂଲ୍ୟ ଦାମରୁ ଆରମ୍ଭ ହେଉଥିବା ଏହି ଫୋନ କୁ ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ କିଣି ପାରିବେ ।

ସ୍ୟାମସଙ୍ଗ ଗ୍ୟାଲେକ୍ସି ନୋଟ 9 : ସ୍ୟାମସଙ୍ଗ ଗ୍ୟାଲେକ୍ସିରେ ମଧ୍ୟ ଏହି ଫିଚର ରହିଛି । ଏଥିରେ ନୋଟିଫଇକେସନ LED ବ୍ୟତୀତ ଆଇରସ ସ୍ୟାକ୍ନର ମଧ୍ୟ ରହିଛି । ୭୩୬୦୦ ଟଙ୍କା ମୂଲ୍ୟରେ ଉପଲବ୍ଧ ହେଉଥିବା ଏହି ଫୋନରେ ବ୍ଲୁଟୁଥ କନ୍କେଟ ହେଉଥିବା S-PEN ଫିଚର ମଧ୍ୟ ରହିଛି । ସ୍ମାଟଫୋନ ବ୍ୟତୀତ ଅନେକ ବିୟରେବଲ ଡିବାଇସରେ ମଧ୍ୟ ଏହି ଫିଚର ଉପଲବ୍ଧ ରହିଛି , ଏହାର ମୂଲ୍ୟ ୩ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ଆପଣ ଏହି ଫିଚର ପାଇଁ ସ୍ମାଟ ଓ୍ଵାଚ ବା ସ୍ମାଟ ବ୍ୟାଣ୍ଡ ମଧ୍ୟ କିଣି ପାରିବେ ।

Pritiparna

Recent Posts

ଯୁଦ୍ଧ ଶେଷ କରିବାର ସମୟ ଆସିଛି : ବାଇଡେନ

ଯୁଦ୍ଧ ଶେଷ କରିବାର ସମୟ ଆସିଛି । ଗାଜାରେ ଯୁଦ୍ଧ ଶେଷ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି ଆମେରିକା ରାଷ୍ଟ୍ରପତି…

9 mins ago

୫୬ ଡିଗ୍ରୀରେ ରେକର୍ଡ ଭାଙ୍ଗିଲା ନାଗପୁର, କେତେ ଡିଗ୍ରୀ ତାପମାତ୍ରା ସହ୍ୟ କରିପାରିବ ମଣିଷ ଶରୀର?

ଏଥର ଗରମ ସମସ୍ତ ରେକର୍ଡ ଭାଙ୍ଗିଦେଇଛି । ଚଳିତ ବର୍ଷ ସମଗ୍ର ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଛି, ଏଥିଯୋଗୁଁ…

12 mins ago

ହାଇକୋର୍ଟରେ ୧୩୦୦ରୁ ଅଧିକ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଗୁଜରାଟ ହାଇକୋର୍ଟରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି…

20 mins ago

ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ

ବାଲେଶ୍ୱର (କେନ୍ୟୁଜ୍‌): ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ ହୋଇଛି । ବାଲେଶ୍ୱର ୭.୪୬ ପ୍ରତିଶତ, ଭଦ୍ରକରେ…

38 mins ago

ପୁଣେ ପୋର୍ସେ କାର ଦୁର୍ଘଟଣା ମାମଲା: ନାବାଳକ ଅଭିଯୁକ୍ତର ମା’ ଗିରଫ, ରକ୍ତ ନମୁନା ବଦଳାଇଥିବା ଅଭିଯୋଗ

ପୁଣେ ପୋର୍ସେ କାର୍ ଦୁର୍ଘଟଣା ମାମଲାରେ ନାବାଳକଙ୍କ ମା’ଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ନାବାଳକ ମା' ଶିବାନୀ…

47 mins ago

ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି, ଉପକୂଳରେ ଅସହ୍ୟ ହେଉଛି ଗୁଳୁଗୁଳି

କେନ୍ୟୁଜ୍‌: ଜଳୁଛି ପଶ୍ଚିମ, ସିଝୁଛି ଉପକୂଳ । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି । ଆକାଶରୁ ହେଉଛି ଅଗ୍ନିବର୍ଷା ।…

1 hour ago