ଆପଣଙ୍କ ହୃଦୟର ଯତ୍ନ ନେବ ଏହି ପାଞ୍ଚଟି ଫୋନ, ଏଥିରେ ରହିଛି ବଢ଼ିଆ ଆଉ ଦମଦାର ଫିଚର

ମହାମାରୀ ସମୟରେ ବର୍ତ୍ତମାନ ଲୋକେ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ସଚେତନତା ଅବଲମ୍ବନ କରୁଛନ୍ତି । ତେବେ ଏହି ଲକଡାଉନ ସମୟରେ ହାର୍ଟ ସହ ଜଡିତ ଅନେକ ଯନ୍ତ୍ର ବଜାରରେ ବିକ୍ରି ହେଉଛି । ନିକଟରେ ଲାଭା କମ୍ପାନୀ ର୍ହାଟ ରେଟ ଫିଚର ଯୁକ୍ତ ମୋବାଇଲ ଲଞ୍ଚ କରିଛି । କେବଳ ଲାଭା ନୁହେଁ , ଏହା ଛଡା ଏମିତି ଅନେକ କମ୍ପାନୀ ଦର୍ଶକଙ୍କ ପାଇଁ ନିଜ ମୋବାଲରେ ଏହି ଫିଚର ଉପଲବ୍ଧ କରିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ସବୁ ଫୋନ ବିଷୟରେ ।

lavaଲାଭା ପ୍ଲସ : ସର୍ବ ପ୍ରଥମେ ଲାଭା ଲଞ୍ଚ କରିଥିବା ଫୋନ ଲାଭା ପ୍ଲସ ବିଷୟରେ ଜାଣିବା । ଏହି ଫୋନରେ ର୍ହାଟ ରେଟ ସେନ୍ସର ଓ ବ୍ଲଡ ପ୍ରେସର ମାପିବାର ସୁବିଧା ରହିଥିବାରୁ ଏହା ସିନିଅର ସିଟିଜନ୍‌୍‌ସଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ । ଏହି ଦୁଇଟି ଖାସ୍‌ ଫିଚର ଥିବା ଫୋନର ମୂଲ୍ୟ ମାତ୍ର ୧୪୯୪ ଟଙ୍କା । ଅନ୍ୟ ପକ୍ଷରେ ଏହି ଫୋନର ବ୍ୟାଟେରି ଲାଇଫ୍‌ ଖୁବ ଲମ୍ବା ଓ ଏହା ଥରେ ଚାର୍ଜ କଲେ ୬ ଦିନ ପର୍ଯ୍ୟନ୍ତ ରହିବ ବୋଲି କମ୍ପାନୀ ଦାବି କରିଛି ।

samsungସ୍ୟାମସଙ୍ଗ ଗ୍ୟାଲେକ୍ସି S8/S8 Plus : ଦକ୍ଷିଣ କୋରିଆ କମ୍ପାନୀ ସର୍ବ ପ୍ରଥମେ ଏହି ସ୍ମାଟ ଫୋନକୁ ୨୦୧୭ ରେ ଲଞ୍ଚ କରିଥିଲା । ଏହି ଫୋନର ହାର୍ଟ ରେଟ ସ୍ୟାନ୍ସର ଏହାର କ୍ୟାମେରା ମଡ୍ୟୁଲ ପାଖରେ ରହିଛି । ଏହି ସ୍ୟାନ୍ସର ଉପରେ ଆଙ୍ଗୁଠି ରଖି ସ୍ୟାମସଙ୍ଗ ହେଲ୍‌ଥ ଆପ ମାଧ୍ୟମରେ ୟୁଜର୍ସ ନିଜ ର୍ହାଟ ରେଟର ସ୍ଥିତିକୁ ଜାଣିପାରିବେ । ତେବେ ଏହି ଫୋନ ର ଦାମ୍‌ ୫୩,୯୯୦ ଟଙ୍କା ରହିଛି ।

samsungସ୍ୟାମସଙ୍ଗ ଗ୍ୟାଲେକ୍ସି ନୋଟ 8 : ସ୍ୟାମସଙ୍ଗ କମ୍ପାନୀ ନିଜ ଗ୍ରାହକଙ୍କ ପାଇଁ ଗ୍ୟାଲେକ୍ସି S8 ବ୍ୟତିତ ଗ୍ୟାଲେକ୍ସି ନୋଟ 8 ରେ ମଧ୍ୟ ଏହି ଫିଚର ଉପଲବ୍ଧ କରିଛି। ଏହି ଫୋନର ପଛ ପଟେ ର୍ହାଟ ରେଟ ସ୍ୟାନ୍ସର ଦିଆଯାଇଛି ଓ ପ୍ରଥମ ଥର ପାଇଁ ଏହି ଫୋନରେ ଡୁଅଲ କ୍ୟାମେରା ସେଟଅପର ଫିଚର ମଧ୍ୟ ରହିଛି । ଏହା ବଜାରରେ ୪୫,୭୭୦ ଟଙ୍କାରେ ଉପଲବ୍ଧ ରହିଛି ।

nineସ୍ୟାମସଙ୍ଗ ଗ୍ୟାଲେକ୍ସି S9/S9 Plus : S8 ଓ ନୋଟ 9 ପରେ ସ୍ୟାମସଙ୍ଗ ଏହି ଫିଚରକୁ ତାର ସମସ୍ତ ଫୋନରେ ବଜାୟ ରଖିଲା । କମ୍ପାନି ଗ୍ୟାଲେକ୍ସି S9 ରେ ମଧ୍ୟ ଏହି ଫିଚରକୁ ସାମିଲ କରିଛି । ୩୧୬୦୦ଟଙ୍କା ମୂଲ୍ୟ ଦାମରୁ ଆରମ୍ଭ ହେଉଥିବା ଏହି ଫୋନ କୁ ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ କିଣି ପାରିବେ ।

note 9ସ୍ୟାମସଙ୍ଗ ଗ୍ୟାଲେକ୍ସି ନୋଟ 9 : ସ୍ୟାମସଙ୍ଗ ଗ୍ୟାଲେକ୍ସିରେ ମଧ୍ୟ ଏହି ଫିଚର ରହିଛି । ଏଥିରେ ନୋଟିଫଇକେସନ LED ବ୍ୟତୀତ ଆଇରସ ସ୍ୟାକ୍ନର ମଧ୍ୟ ରହିଛି । ୭୩୬୦୦ ଟଙ୍କା ମୂଲ୍ୟରେ ଉପଲବ୍ଧ ହେଉଥିବା ଏହି ଫୋନରେ ବ୍ଲୁଟୁଥ କନ୍କେଟ ହେଉଥିବା S-PEN ଫିଚର ମଧ୍ୟ ରହିଛି । ସ୍ମାଟଫୋନ ବ୍ୟତୀତ ଅନେକ ବିୟରେବଲ ଡିବାଇସରେ ମଧ୍ୟ ଏହି ଫିଚର ଉପଲବ୍ଧ ରହିଛି , ଏହାର ମୂଲ୍ୟ ୩ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ଆପଣ ଏହି ଫିଚର ପାଇଁ ସ୍ମାଟ ଓ୍ଵାଚ ବା ସ୍ମାଟ ବ୍ୟାଣ୍ଡ ମଧ୍ୟ କିଣି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.