ଟେକ୍

ଘରକୁ ଚକାଚକ୍‌ କରିବ ଏହି କ୍ଲିନିଂ ରୋବୋଟ୍‌, ଜାଣନ୍ତୁ କେତେ ରହିଛି ଦାମ୍‌

ଯଦି ଆପଣ ସବୁବେଳେ ଘରୁ ବାହାରେ ରହୁଛନ୍ତି ଏବଂ ଘର ସଫା କରିବାକୁ ଚାହୁଁ ନାହାନ୍ତି । ତେବେ ଆମେ ଆପଣଙ୍କ ପାଇଁ ଆଣିଛୁ ଏକ ଖୁସି ଖବର । ଘରର ମଇଳାକୁ ସଫା କରିବା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗେ । କିନ୍ତୁ ବର୍ତ୍ତମାନ ଆପଣଙ୍କୁ ଏହି ମଇଳା ସଫା କରିବାକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ । ବଜାରରେ ଏପରି କିଛି କ୍ଲିନିଂ ରୋବଟ ମିଳୁଛି, ଯାହା ଆପଣଙ୍କ ଅନୁପସ୍ଥିତିରେ ମଧ୍ୟ ଆପଣଙ୍କ ଘରକୁ ସଫା ରଖିବ । ତେବେ ଏହି କ୍ଲିନିଂ ରୋବୋଟ୍‌ ବିଷୟରେ ଆସନ୍ତୁ ଜାଣିବା ।

ସ୍ମାର୍ଟ ରୋବୋଟ କ୍ଲିନର ଅଟୋ ଫ୍ଲୋର୍‌ କ୍ଲିନିଂ ସ୍ୱିପିଂ ସ୍ୱିପର ;
ୟୁଜରମାନେ ଆମାଜନରୁ ଏହି ରୋବୋଟ୍ ଭ୍ୟାକ୍ୟୁମ୍ କ୍ଲିନର୍ କିଣିପାରିବେ ଯାହାର ଦାମ୍‌ ୧୩,୪୭୯ ଟଙ୍କା ରହିଛି । ଏହା ଆପଣଙ୍କ ଘରର ଚଟାଣରୁ ଧୂଳି ଏବଂ ମାଟିକୁ ସଫା କରିବାରେ ସାହାଯ୍ୟ କରିବ । ଏହି ଭ୍ୟାକ୍ୟୁମ୍ କ୍ଲିନରରେ ଆପଣ ଏକ ହାଇ ସ୍ପିଡ୍ ମୋଟର ପାଇବେ ଯାହା ଏକ୍ସଟର୍ନାଲ ରୋଟେରିଂ ୱାଇପର ସାହାଯ୍ୟରେ ଘରକୁ ସଫା କରିଥାଏ । ଏଥିରେ ୟୁଜରମାନଙ୍କୁ USB ଚାର୍ଜିଂ ମୋଡ୍ ମିଳିବ । ଏହା ସହିତ ଗ୍ରାହକମାନଙ୍କୁ ବିଲ୍ଟ ଇନ୍‌ କ୍ୟାପାସିଟିି ବ୍ୟାଟେରୀ ମଧ୍ୟ ମିଳିବ । ଏହି ରୋବୋଟ୍ କ୍ଲିନରରେ ଗ୍ରାହକମାନଙ୍କୁ ହ୍ୟୁମିଡିଫିକେସନ୍‌ ସ୍ପ୍ରେ ମଧ୍ୟ ମିଳିବ, ଯାହା ସଫେଇକୁ ଆହୁରି ଭଲ କରିଥାଏ ।

ECOVACS DEEBOT_500 ରୋବୋଟିକ୍‌ ଫ୍ଲୋର କ୍ଲିନର୍‌ :
ଏହି ରୋବୋଟ୍ ଭ୍ୟାକ୍ୟୁମ୍ କ୍ଲିନରକୁ ଆପଣ ଫ୍ଲିପକାର୍ଟରୁ କିଣିପାରିବେ । ଏହାର ଦାମ୍‌ ମାତ୍ର ୯,୯୯୯ ଟଙ୍କା ରହିଛି । ଏହି ରୋବୋଟ୍ କ୍ଲିନର୍ ଆକାରରେ ଛୋଟ ରହିଛି , ଯେଉଁଥିପାଇଁ ଏହା ସହଜରେ ଛୋଟ ସ୍ଥାନରେ ବି ଏଣ୍ଟ୍ରି କରିପାରେ ଏବଂ ଘରର ସଫେଇକୁ ସହଜ କରିଥାଏ । ଏହି କ୍ଲିନରଟି ଆପ ଦ୍ୱାରା କଣ୍ଟ୍ରୋଲ୍‌ ହୋଇଥାଏ ଏବଂ ୟୁଜରମାନେ ଏହାକୁ ଅତି ସହଜରେ ବ୍ୟବହାର କରନ୍ତି ।

Intelligent Sweeping ରୋବୋଟ୍‌ ମେସିନ :
ଏହା କମ୍‌ ଦାମର ରୋବୋଟ୍ ଭ୍ୟାକ୍ୟୁମ୍ କ୍ଲିନର୍, ଯାହା ଗ୍ରାହକମାନେ ଆମାଜନରୁ ସହଜରେ କିଣି ପାରିବେ । ଗ୍ରାହକମାନେ ଏହି ଭ୍ୟାକ୍ୟୁମ୍ କ୍ଲିନରକୁ ମାତ୍ର ୬,୦୦୯ ଟଙ୍କାରେ କିଣିପାରିବେ । ଏଥିରେ ଗ୍ରାହକମାନେ ଭଲ ବ୍ୟାଟେରୀ ପାଇବେ ଏବଂ ଏହା ସେନ୍ସର ଦ୍ୱାରା ଲ୍ୟାସ୍‌ କରାଯାଇଛି । ଏହା ଆକାରରେ ଛୋଟ ହୋଇଥାଏ ଏବଂ ସହଜରେ ବଡ଼ ବଡ଼ ଆସବାବପତ୍ର ତଳକୁ ପଶିଯାଏ, ଯାହା ଦ୍ୱାରା କୋଣରେ ଜମି ରହିଥିବା ଧୂଳି ଏବଂ ମଇଳା ଭଲ ଭାବରେ ସଫା ହୋଇଥାଏ ।

Subhalaxmi Das

Recent Posts

ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି, ଉପକୂଳରେ ଅସହ୍ୟ ହେଉଛି ଗୁଳୁଗୁଳି

କେନ୍ୟୁଜ୍‌: ଜଳୁଛି ପଶ୍ଚିମ, ସିଝୁଛି ଉପକୂଳ । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି । ଆକାଶରୁ ହେଉଛି ଅଗ୍ନିବର୍ଷା ।…

8 mins ago

ଗ୍ରାହକଙ୍କୁ ଆଶ୍ୱସ୍ତି, ମାସ ଆରମ୍ଭରୁ କମିଲା ଗ୍ୟାସ୍‌ ସିଲିଣ୍ଡର ଦାମ୍‌

ଦେଶରେ ଲୋକସଭା ନିର୍ବାଚନର ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି । ଭୋଟ ଚାଲିଥିବା ବେଳେ ଗ୍ରାହକଙ୍କୁ ଖୁସି କରିଦେଇଛନ୍ତି…

15 mins ago

ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ

କେନ୍ୟୁଜ୍‌: ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ । ୫୭ଟି…

41 mins ago

ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ

ମୟୂରଭଞ୍ଜ(କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ । ସେଥିରେ ରହିଛି ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅଧୀନ, ଯଶୀପୁର,…

54 mins ago

ଆସନ୍ତୁ ଜାଣିବା ଆଜି କେଉଁ ସହରରେ କେତେ ରହିଛି ଡିଜେଲ ଓ ପେଟ୍ରୋଲ୍ ମୂଲ୍ୟ

ଆସନ୍ତୁ ଜାଣିବା ଆଜି କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ? ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦ ଟଙ୍କା…

1 hour ago

ଜାଣନ୍ତୁ ଆଜିର ସୁନା ଓ ରୁପା ଦର

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

1 hour ago