ଘରକୁ ଚକାଚକ୍ କରିବ ଏହି କ୍ଲିନିଂ ରୋବୋଟ୍, ଜାଣନ୍ତୁ କେତେ ରହିଛି ଦାମ୍
ଘରର ମଇଳାକୁ ସଫା କରିବା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗେ । କିନ୍ତୁ ବର୍ତ୍ତମାନ ଆପଣଙ୍କୁ ଏହି ମଇଳା ସଫା କରିବାକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ ।

ଯଦି ଆପଣ ସବୁବେଳେ ଘରୁ ବାହାରେ ରହୁଛନ୍ତି ଏବଂ ଘର ସଫା କରିବାକୁ ଚାହୁଁ ନାହାନ୍ତି । ତେବେ ଆମେ ଆପଣଙ୍କ ପାଇଁ ଆଣିଛୁ ଏକ ଖୁସି ଖବର । ଘରର ମଇଳାକୁ ସଫା କରିବା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗେ । କିନ୍ତୁ ବର୍ତ୍ତମାନ ଆପଣଙ୍କୁ ଏହି ମଇଳା ସଫା କରିବାକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ । ବଜାରରେ ଏପରି କିଛି କ୍ଲିନିଂ ରୋବଟ ମିଳୁଛି, ଯାହା ଆପଣଙ୍କ ଅନୁପସ୍ଥିତିରେ ମଧ୍ୟ ଆପଣଙ୍କ ଘରକୁ ସଫା ରଖିବ । ତେବେ ଏହି କ୍ଲିନିଂ ରୋବୋଟ୍ ବିଷୟରେ ଆସନ୍ତୁ ଜାଣିବା ।
ସ୍ମାର୍ଟ ରୋବୋଟ କ୍ଲିନର ଅଟୋ ଫ୍ଲୋର୍ କ୍ଲିନିଂ ସ୍ୱିପିଂ ସ୍ୱିପର ;
ୟୁଜରମାନେ ଆମାଜନରୁ ଏହି ରୋବୋଟ୍ ଭ୍ୟାକ୍ୟୁମ୍ କ୍ଲିନର୍ କିଣିପାରିବେ ଯାହାର ଦାମ୍ ୧୩,୪୭୯ ଟଙ୍କା ରହିଛି । ଏହା ଆପଣଙ୍କ ଘରର ଚଟାଣରୁ ଧୂଳି ଏବଂ ମାଟିକୁ ସଫା କରିବାରେ ସାହାଯ୍ୟ କରିବ । ଏହି ଭ୍ୟାକ୍ୟୁମ୍ କ୍ଲିନରରେ ଆପଣ ଏକ ହାଇ ସ୍ପିଡ୍ ମୋଟର ପାଇବେ ଯାହା ଏକ୍ସଟର୍ନାଲ ରୋଟେରିଂ ୱାଇପର ସାହାଯ୍ୟରେ ଘରକୁ ସଫା କରିଥାଏ । ଏଥିରେ ୟୁଜରମାନଙ୍କୁ USB ଚାର୍ଜିଂ ମୋଡ୍ ମିଳିବ । ଏହା ସହିତ ଗ୍ରାହକମାନଙ୍କୁ ବିଲ୍ଟ ଇନ୍ କ୍ୟାପାସିଟିି ବ୍ୟାଟେରୀ ମଧ୍ୟ ମିଳିବ । ଏହି ରୋବୋଟ୍ କ୍ଲିନରରେ ଗ୍ରାହକମାନଙ୍କୁ ହ୍ୟୁମିଡିଫିକେସନ୍ ସ୍ପ୍ରେ ମଧ୍ୟ ମିଳିବ, ଯାହା ସଫେଇକୁ ଆହୁରି ଭଲ କରିଥାଏ ।
ECOVACS DEEBOT_500 ରୋବୋଟିକ୍ ଫ୍ଲୋର କ୍ଲିନର୍ :
ଏହି ରୋବୋଟ୍ ଭ୍ୟାକ୍ୟୁମ୍ କ୍ଲିନରକୁ ଆପଣ ଫ୍ଲିପକାର୍ଟରୁ କିଣିପାରିବେ । ଏହାର ଦାମ୍ ମାତ୍ର ୯,୯୯୯ ଟଙ୍କା ରହିଛି । ଏହି ରୋବୋଟ୍ କ୍ଲିନର୍ ଆକାରରେ ଛୋଟ ରହିଛି , ଯେଉଁଥିପାଇଁ ଏହା ସହଜରେ ଛୋଟ ସ୍ଥାନରେ ବି ଏଣ୍ଟ୍ରି କରିପାରେ ଏବଂ ଘରର ସଫେଇକୁ ସହଜ କରିଥାଏ । ଏହି କ୍ଲିନରଟି ଆପ ଦ୍ୱାରା କଣ୍ଟ୍ରୋଲ୍ ହୋଇଥାଏ ଏବଂ ୟୁଜରମାନେ ଏହାକୁ ଅତି ସହଜରେ ବ୍ୟବହାର କରନ୍ତି ।
Intelligent Sweeping ରୋବୋଟ୍ ମେସିନ :
ଏହା କମ୍ ଦାମର ରୋବୋଟ୍ ଭ୍ୟାକ୍ୟୁମ୍ କ୍ଲିନର୍, ଯାହା ଗ୍ରାହକମାନେ ଆମାଜନରୁ ସହଜରେ କିଣି ପାରିବେ । ଗ୍ରାହକମାନେ ଏହି ଭ୍ୟାକ୍ୟୁମ୍ କ୍ଲିନରକୁ ମାତ୍ର ୬,୦୦୯ ଟଙ୍କାରେ କିଣିପାରିବେ । ଏଥିରେ ଗ୍ରାହକମାନେ ଭଲ ବ୍ୟାଟେରୀ ପାଇବେ ଏବଂ ଏହା ସେନ୍ସର ଦ୍ୱାରା ଲ୍ୟାସ୍ କରାଯାଇଛି । ଏହା ଆକାରରେ ଛୋଟ ହୋଇଥାଏ ଏବଂ ସହଜରେ ବଡ଼ ବଡ଼ ଆସବାବପତ୍ର ତଳକୁ ପଶିଯାଏ, ଯାହା ଦ୍ୱାରା କୋଣରେ ଜମି ରହିଥିବା ଧୂଳି ଏବଂ ମଇଳା ଭଲ ଭାବରେ ସଫା ହୋଇଥାଏ ।