Bournvita କୁ ନେଇ ନୋଟିଫିକେସନ ଜାରି କଲେ ସରକାର, ତୁରନ୍ତ ହେଲଦି ଡ୍ରିଙ୍କ କ୍ୟାଟେଗୋରୀରୁ ହଟାଇବାକୁ ନିର୍ଦ୍ଦେଶ

ବୋର୍ନଭିଟାକୁ ହେଲଦି ଡ୍ରିଙ୍କ କ୍ୟାଟେଗୋରୀରୁ ହଟାଇବା ପାଇଁ ଆଡଭାଇଜରୀ ଜାରି କରିଛି । ମନ୍ତ୍ରଣାଳୟ ନୋଟିଫିକେସନରେ କହିଛି ଯେ, ସମସ୍ତ ଇ-କମର୍ସ କମ୍ପାନୀଗୁଡିକ ସେମାନଙ୍କ ପ୍ଲାଟଫର୍ମରେ ବୋର୍ନଭିଟା ସମେତ ୱେବସାଇଟରୁ ହେଲଦି ଡ୍ରିଙ୍କ ବର୍ଗରୁ ହଟାଇବା ଉଚିତ୍ ।

କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ସମସ୍ତ ଇ-କମର୍ସ କମ୍ପାନୀମାନଙ୍କୁ ବୋର୍ନଭିଟାକୁ ହେଲଦି ଡ୍ରିଙ୍କ କ୍ୟାଟେଗୋରୀରୁ ହଟାଇବା ପାଇଁ ଆଡଭାଇଜରୀ ଜାରି କରିଛି । ମନ୍ତ୍ରଣାଳୟ ନୋଟିଫିକେସନରେ କହିଛି ଯେ, ସମସ୍ତ ଇ-କମର୍ସ କମ୍ପାନୀଗୁଡିକ ସେମାନଙ୍କ ପ୍ଲାଟଫର୍ମରେ ବୋର୍ନଭିଟା ସମେତ ୱେବସାଇଟରୁ ହେଲଦି ଡ୍ରିଙ୍କ ବର୍ଗରୁ ହଟାଇବା ଉଚିତ୍ ।

ଏପ୍ରିଲ ୧୦ତାରିଖରେ ମନ୍ତ୍ରଣାଳୟ ନୋଟିଫିକେସନରେ କହିଛି, ଜାତୀୟ ଶିଶୁ ଅଧିକାର ସୁରକ୍ଷା, ଶିଶୁ ଅଧିକାର ଅଧିକାର ଆୟୋଗ (ସିପିସିଆର) ଅଧିନିୟମ, ୨୦୦୫ ର ଧାରା (୩) ଅନୁଯାୟୀ ଗଠିତ ଏକ କମିଟି ସିପିସିଆର ଅଧିନିୟମ, ୨୦୦୫ ର ଧାରା ୧୪ ଅନୁଯାୟୀ ଅନୁସନ୍ଧାନ ପରେ ନିଷ୍ପତ୍ତି ନେଇଛି। ହେଲଦି ଡ୍ରିଙ୍କଗୁଡିକ ଏଫଏସଏସ ଅଧିନିୟମ ୨୦୦୬ ଅନୁଯାୟୀ ବର୍ଣ୍ଣନା କରାଯାଇଛି । ନୋଟିଫିକେସନରେ ଇ-କର୍ମସ କମ୍ପାନୀ ଏବଂ ସାଇଟକୁ ପରାମର୍ଶ ଦିଆଯାଇଛି କି, ନିଜ ସାଇଟ/ପ୍ଲାଟଫର୍ମରୁ ବୋର୍ନଭିଟା ସହିତ ଅନ୍ୟ ପାନୀୟକୁ ହେଲଦି ଡ୍ରିଙ୍କ କ୍ୟାଟେଗୋରୀରୁ ହଟାଇବାକୁ । ଏଥିରେ ଅଧିକ ପରିମାଣର ଚିନି ଏବଂ କଲର ଦିଆଯାଉଥିବା କୁହାଯାଉଛି ।

bounavita

ଚଳିତବର୍ଷ ମାସ ଆରମ୍ଭରୁ FSSAI ସମସ୍ତ ଇ-କର୍ମସ କମ୍ପାନୀକୁ ଡାଏରୀ ପ୍ରଡକ୍ଟ, ଶସ୍ୟ ଜାତୀୟ ପେୟ ପଦାର୍ଥକୁ ହେଲଦି ଡ୍ରିଙ୍କ ଏବଂ ଏନର୍ଜି ଡ୍ରିଙ୍କ କ୍ୟଟେଗୋରୀରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭୁଲ ଶବ୍ଦ ବ୍ୟବହାର କରି ଉପଭୋକ୍ତାଙ୍କୁ ବାଟମଣା କରିବା ଉଚିତ ନୁହେଁ । ତେଣୁ ଏଗୁଡିକୁ ହଟାଇ ଅଲଗା କରି ସୁଧାରି ନେବାକୁ ପରାମର୍ଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.