ଟେକ୍

ଏଥର କମ ଆସିବ AC ର ଇଲେକ୍ଟ୍ରି ବିଲ , ୨୪ ଘଣ୍ଟା କରିପାରିବେ ବ୍ୟବହାର

ଅସହ୍ୟ ଗରମରୁ ଟିକେ ଶାନ୍ତି ପାଇଁ ଲୋକମାନେ AC ବ୍ୟବହାର କରିଥାନ୍ତି । କିନ୍ତୁ ବେଳେବେଳେ ଯେଉଁ ଇଲେକ୍ଟ୍ରି ବିଲ ଆସିଥାଏ ତାକୁ ଦେଖିବା ପରେ ଲୋକମାନେ AC କମ ବ୍ୟବହାର କରିବାକୁ ବାଧ୍ୟ ହୋଇଥାନ୍ତି । ଯଦି ଆପଣ ମଧ୍ୟ ଏହି ଖର୍ଚ୍ଚ କମାଇବାକୁ ଚାହୁଁଛନ୍ତି ତେବେ ଏହି ସମସ୍ତ କଥା କୁ ଧ୍ୟାନ ଦିଅନ୍ତୁ । AC କିଣିବା ସମୟରେ କିଛି ଲୋକ କମ ମୂଲ୍ୟରେ ଭଲ AC କିଣିବା ପାଇଁ ଭାବିଥାନ୍ତି । ଏହି କାରଣ ପାଇଁ ଅନେକ ସମୟରେ ଲୋକଙ୍କ ଟଙ୍କା ନଷ୍ଟ ହୋଇଯାଏ । ତେବେ ଆପଣ ଏପରି AC କିଣନ୍ତୁ ଯେଉଁଥିରେ ବିଜୁଳି କମ ଖର୍ଚ୍ଚ ହେବା ସହିତ ବିଲ ମଧ୍ୟ କମ ଆସିବ । ଆପଣ କିପରି ଜାଣିବେ କେଉଁ AC ବ୍ୟବହାର ଦ୍ୱାରା ଆପଣଙ୍କ ଇଲେକ୍ଟ୍ରି ବିଲ କମ ଆସିବ । ଆସନ୍ତୁ ଜାଣିବା କେଉଁ AC ଆପଣଙ୍କ ପାଇଁ ଉପଯୁକ୍ତ ।

ଅନେକ ସମୟରେ ଲୋକମାନେ ଅଫର ଏବଂ ଡିସକାଉଣ୍ଟ ଦେଖି ଶସ୍ତା AC  କିଣିଥାନ୍ତି , କିନ୍ତୁ ଏହା ଆପଣଙ୍କ ଇଲେକ୍ଟ୍ରି ବିଲ ଏତେ ଅଧିକ ମାତ୍ରାରେ ବଢାଇଥାଏ ଯେ ଆପଣ ଏହାକୁ ବ୍ୟବହାର କରି ପାରନ୍ତି ନାହିଁ । ଏଥିପାଇଁ ଆପଣ କିଛି ନିର୍ଦ୍ଦିଷ୍ଟ କଥାକୁ ଦୃଷ୍ଟି ଦେଲେ ଆପଣଙ୍କୁ AC ପାଇଁ ଅଧିକ ମୂଲ୍ୟ ଦେବାକୁ ହେବ ସତ କିନ୍ତୁ ଏହା ଆପଣଙ୍କ ଇଲେକ୍ଟ୍ରି ବିଲ କମାଇବ । ଆପଣ କିପରି ଜାଣିବେ କେଉଁ AC ରେ କମ ବିଜୁଳି ବ୍ୟବହାର ହେବ ଆସନ୍ତୁ ଜାଣିବା ।

AC, ଫ୍ରିଜ ଭଳି ପ୍ରଡକ୍ଟ ମାନଙ୍କରେ ଷ୍ଟାର ରେଟିଙ୍ଗ ଥିବା ଆପଣମାନେ ନିଶ୍ଚିତ ଦେଖିଥିବେ । AC ରେ ମଧ୍ୟ ଗୋଟିଏ ଷ୍ଟାର ରୁ ୫ଟି ଷ୍ଟାର ଦିଆଯାଇଥାଏ । ଷ୍ଟାର ରେଟିଙ୍ଗ ସେହି ପ୍ରଡକ୍ଟ ର ବିଜୁଳି ବଞ୍ଚାଇବା ଶକ୍ତିକୁ ଦେଖାଇଥାଏ । ଏହି ଷ୍ଟାର ରେଟିଙ୍ଗକୁ ବୁଝିବାରେ କିଛି ଲୋକ ଭୁଲ କରିଥାନ୍ତି । ଯଦି ଆପଣ ଭାବୁଛନ୍ତି କମ ଷ୍ଟାର ର ଅର୍ଥ କମ ବିଜୁଳି ବ୍ୟବହାର ହେବ ତେବେ ଏହା ସମ୍ପୂର୍ଣ୍ଣ ଭୁଲ । ଯେଉଁ ACରେ ଷ୍ଟାର କମ ଥିବ ସେଥିରେ ବିଜୁଳି ବ୍ୟବହାର ଅଧିକ ହୋଇଥାଏ ।

୨ ଷ୍ଟାର ଥିବା AC ଅଧିକ ବିଜୁଳି ବ୍ୟବହାର କରୁଥିବା ବେଳେ ୫ ଷ୍ଟାର ACରେ କମ ବିଜୁଳି ଖର୍ଚ୍ଚ ହୋଇଥାଏ । ଯଦି ଆପଣ ୫ ଷ୍ଟାର ର AC କିଣୁଛନ୍ତି ତେବେ ଏହା ବିଜୁଳି କମ ଖର୍ଚ୍ଚ କରିଥାଏ, ଯାହା ଦ୍ୱାରା ଇଲେକ୍ଟ୍ରି ବିଲ କମ ଆସିଥାଏ । ଓ୍ଵାନ ଷ୍ଟାର AC କିଣିବା ସମୟରେ ଏହାର ମୂଲ୍ୟ କମ ଥାଏ କିନ୍ତୁ ଏହା ଆପଣଙ୍କ ଇଲେକ୍ଟ୍ରି ବିଲ ବହୁତ ଅଧିକ ବଢାଇଥାଏ ।

BEE ଅନୁଯାୟୀ ୫ ଷ୍ଟାର AC ଓ୍ଵାନ ଷ୍ଟାର AC ତୁଳନାରେ ୨୦ ରୁ ୨୨ ପ୍ରତିଶତ ବିଜୁଳି ବଞ୍ଚାଇଥାଏ । ଯଦି ଆପଣଙ୍କ ଓ୍ଵାନ ଷ୍ଟାର AC ଗୋଟିଏ ମାସରେ ୨୦୦ ୟୁନିଟ ବିଜୁଳି ଖର୍ଚ୍ଚ କରେ ସେହି ସମୟରେ ୫ ଷ୍ଟାର AC ୧୬୦ ୟୁନିଟ ବିଜୁଳି ବ୍ୟବହାର କରିଥାଏ । ଯଦି ଆପଣଙ୍କ ଅଞ୍ଚଳରେ ଇଲେକ୍ଟ୍ରି ବିଲ ୟୁନିଟ ପିଛା ୮ ଟଙ୍କା ଥାଏ, ତେବେ ଏହି ୫ ଷ୍ଟାର AC ଗୋଟିଏ ମାସରେ ୩୨୦ ଟଙ୍କା ବଞ୍ଚାଇବ ।

 

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ : ଆଜି ଆପଣଙ୍କ ଦ୍ୱାରା କିଛି ଭୁଲ ହୋଇପାରେ । ଘରେ ସମସ୍ତଙ୍କ ସହିତ ଭଲ ବ୍ୟବହାର କରନ୍ତୁ,…

5 hours ago

ଶ୍ରୀମନ୍ଦିର ପରିସରରେ ଥିବା କୂଅରେ ପଡିଲେ ଶ୍ରଦ୍ଧାଳୁ, ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ସୁରକ୍ଷିତ ଉଦ୍ଧାର

ଶ୍ରୀମନ୍ଦିର ପରିସରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଶ୍ରଦ୍ଧାଳୁ ଆନନ୍ଦବଜାରର ଉତ୍ତର ପାର୍ଶ୍ଵରେ ଥିବା ଏକ…

6 hours ago

ବିବାହ ଷ୍ଟେଜ୍‌ରେ କନିଆଁଙ୍କୁ ଚୁମ୍ବନ ଦେଇ ହଟହଟା ହେଲେ ବର

ଉତ୍ତରପ୍ରଦେଶରୁ ସମ୍ନାକୁ ଆସିଛି ଏକ ଅଜବ ଘଟଣା । ବାହାଘର ଚାଲିଥିବା ବେଳେ କନିଆଁକୁ ଚୁମା ଦେଇ ମାଡ଼ ଖାଇଲେ…

8 hours ago

ପୋଲିସ-ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ, ୭ ହାର୍ଡ କୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ।…

9 hours ago

ଗାଈର ଡକାରରୁ ତିଆରି ହେଉଛି ହୀରା, କିପରି କାଣନ୍ତୁ…

ଆମ ସଂସ୍କୃତି, ପରମ୍ପରାରେ ଗାଈକୁ ପୂଜା କରାଯାଏ । ଗାଈ ଦେହରେ ଥାଆନ୍ତି ୩୩ କୋଟି ଦେବତା । ସେଥିପାଇଁ…

9 hours ago

୨ ହାତୀଦାନ୍ତ ଜବତ, ୧୧ ଗିରଫ

ରାଉରକେଲା : ୨ ହାତୀଦାନ୍ତ ଜବତ, ୧୧ ଗିରଫ । କୋର୍ଟ ଚାଲାଣ ହେଲେ ଗିରଫ ଅଭିଯୁକ୍ତ । ରାଉରକେଲା…

9 hours ago