ଟେକ୍

ସାବଧାନ ଫୋନରେ ଏହିସବୁ ଆପ୍‌ ଥିଲେ ବ୍ୟାଟେରୀ ହୋଇପାରେ ଖରାପ, ତୁରନ୍ତ ଜାଣି କରନ୍ତୁ ଡିଲିଟ

ଫୋନକୁ ସବୁବେଳେ ବ୍ୟବହାର କରିବା ଦ୍ବାରା ବ୍ୟାଟେରୀ ଜଲଦି ଶେଷ ହୋଇଯାଇଥାଏ ଏବଂ ବ୍ୟାଟେରୀ ମଧ୍ୟ ଖରାପ ହୋଇଥାଏ। କେବଳ ଫୋନର ବ୍ୟବହାର ନୁହେଁ ବରଂ ମୋବାଇଲରେ କିଛି ନିର୍ଦ୍ଧିଷ୍ଟ ଆପ ରହିବା ଦ୍ବାରା ଏହା ଶୀଘ୍ର ଖରାପ ହେବା ଦେଖାଯାଇଥାଏ। ଆଜିକାଲି ଦୁନିଆରେ ଲୋକମାନେ ସ୍ମାର୍ଟଫୋନ ବିନା ଗୋଟେ ମିନିଟ ମଧ୍ୟ ରହିପାରୁ ନାହାନ୍ତି।

ଆମ ମାନଙ୍କର ଜୀବନଶୈଳୀରେ ମୋବାଇଲର ଭୂମିକା ଏତେ ଗୁରୁତ୍ବପୂର୍ଣ୍ଣ ହୋଇଗଲାଣି ଯେ, ଆମେ ବିନା କାହାର ମେସେଜରେ ମଧ୍ୟ ମୋବାଇଲକୁ ଧରି ଚେକ କରିଥାଉ। ଏହି ସବୁ କାରଣରୁ ବ୍ୟାଟେରୀ ଶୀଘ୍ର ଡେଡ଼୍ ହୋଇଯାଇଥାଏ। ଫୋନରେ ସବୁ ସମୟରେ ଲାଗି ରହିଲେ ବ୍ୟାଟେରୀ ଲୋ ହେବା ସହିତ ବ୍ୟାଟେରୀ ଡ୍ରେନ ହୋଇଥାଏ। ଏହା ବ୍ୟତୀତ ବ୍ୟାଟେରୀ ଲୋ ହେବାର ଅନ୍ୟତମ ପ୍ରମୁଖ କାରଣ ହେଉଛି ଫୋନରେ ଥିବା ଆପ୍। ଆସନ୍ତୁ ନଜର ପକାଇବା କିଛି ଏଭଳି ମୋବାଇଲ ଆପ୍ ଉପରେ।

ୟୁଟୁବ ଏବଂ ନେଟଫ୍ଲିକ୍ସ :

ୟୁଟୁବ,ନେଟଫ୍ଲିକ୍ସ ଏବଂ ଏହି ଭଳି ସ୍ଟ୍ରିମିଙ୍ଗ ଆପଲିକେସନ୍ ବ୍ଯାଟେରୀର ଶତୃ ହୋଇଥାଏ। ବ୍ୟାକଗ୍ରାଉଣ୍ଡରେ ଚାଲିବା ହେତୁ ଏହା ସବୁବେଳେ ଆପଣଙ୍କ ମୋବାଇଲ ବ୍ୟାଟେରୀକୁ ଡ୍ରେନ କରିଥାଏ । ଯେଉଁ କାରଣରୁ ବ୍ଯାଟେରୀ ଜଲଦି ଜଲଦି ସରି ଯାଇଥାଏ।

ଫେସବୁକ ଏବଂ ମେସେଞ୍ଜର:

ଦୁନିଆର ସବୁଠୁ ବଡ ସୋସିଆଲ ମିଡିଆ ଆପ ଆପଣଙ୍କ ମୋବାଇଲ ବ୍ୟାଟେରିର ବହୁତ ବଡ ଶତୃ ଏବଂ ଏହାର ସିଷ୍ଟର ଆପ ମେସେଞ୍ଜର ମଧ୍ୟ ଏହି ତାଲିକାରେ ସାମିଲ ଅଛି ଯାହା ଆପଣଙ୍କ ବ୍ୟାଟେରିକୁ ବହୁତ ଅଧିକ ଖର୍ଚ୍ଚ କରିଥାଏ।

ସ୍ନାପଚାର୍ଟ:

ସ୍ନାପଚାର୍ଟ ସବୁଠୁ ଅଧିକ ବ୍ୟାଟେରୀ ଶେଷ କରୁଥିବା ଆପରୁ ଗୋଟିଏ। ଏହି ଆପ ଆଣ୍ଟିଭାଇରସ ତାଲିକାରେ ଚାରି ନମ୍ବରରେ ରହିଛି। ଡେଭଲପର୍ସ ଫୋରମରେ ଅନେକ ଡେଭଲପର୍ ବ୍ୟାଟେରୀ କମ ଖର୍ଚ୍ଚ ହେବା ପାଇଁ ସ୍ନାପଚାର୍ଟକୁ ଅନଇନଷ୍ଟଲ କରିବା ପାଇଁ କହିଛନ୍ତି। ଏହାଛଡା ବ୍ୟବହାରକାରୀ ନିଜେ ଅନୁଭବ କରିପାରିବ ଯେ ସ୍ନାପଚାର୍ଟ ବ୍ୟବହାର କରିବା ଦ୍ୱାରା ଫୋନର ବେଟେରୀ ୫-୬% କମିଯାଇଥାଏ।

ଟିଣ୍ଡର:
ଟିଣ୍ଡର ଆପଣଙ୍କ ସୋସିଆଲ୍ ଲାଇଫକୁ ବୁଷ୍ଟ କରୁଥିଲେ ମଧ୍ୟ ଫୋନ ପାଇଁ ଏହି ଆପ ଭଲ ନୁହେଁ। ଏହା ମଧ୍ୟ ଆପଣଙ୍କ ମୋବାଇଲର ବ୍ୟାଟେରୀକୁ କମାଇଦେଇଥାଏ।

ମାଇକ୍ରୋସୋଫ୍ଟ ଆଉଟଲୁକ:

ଆଉଟଲୁକ ଆପ ଆପଣଙ୍କ ଫୋନର ବ୍ୟାଟେରୀକୁ ଜଲଦି କମାଇ ଦେଇଥାଏ। ଅଫିସିଆଲ କାମ ପାଇଁ ଏହି ଆପକୁ ଅଧିକ ବ୍ୟବହାର କରାଯାଇଥାଏ। ତେବେ ଏହି କଥାକୁ ମଧ୍ୟ ଧ୍ୟାନରେ ରଖନ୍ତୁ ଯେ ଏହି ଆପ ବ୍ୟାଟେରୀକୁ କମାଇ ଦେଇଥାଏ।

D Sonali

Recent Posts

ଆଜି ବିଶ୍ୱ ବାଇସାଇକେଲ ଦିବସ

ଭୁବନେଶ୍ୱର (କେନ୍ୟୁଜ): ଆଜି ବିଶ୍ୱ ବାଇସାଇକେଲ ଦିବସ । ଏହି ଅବସରରେ ଭୁବନେଶ୍ୱର ସାଇକେଲିଂ ଆଣ୍ଡ ଆଡଭେଞ୍ଚର କ୍ଳବର ସାଇକେଲ ଯାତ୍ରା…

8 mins ago

ପୁଲୱାମାରେ ଏନକାଉଣ୍ଟର: ଘର ଭିତରେ ଲୁଚିଛନ୍ତି ୨ ଲସ୍କର କମାଣ୍ଡର

ଜମ୍ମୁ କାଶ୍ମୀର : ଜମ୍ମୁ କାଶ୍ମୀର ପୁଲୱାମାରେ ଏନକାଉଣ୍ଟର । ସୁରକ୍ଷାବାହିନୀ-ଆତଙ୍କବାଦୀ ଗୁଳି ବିନିମୟ । ପୁଲୱାମା ନିହାମ ଅଞ୍ଚଳରେ…

29 mins ago

ଝିଅ ସହ Yachtରେ ନଜର ଆସିଲେ ପ୍ରିୟଙ୍କା ଚୋପ୍ରା, ଫ୍ୟାନ୍ସଙ୍କ ହୃଦୟ ଜିତିଲା ମାଳତୀଙ୍କ କ୍ୟୁଟନେସ୍

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି । ତେଣୁ ଆଜି ତାଙ୍କୁ ଏକ ଗ୍ଲୋବାଲ ଷ୍ଟାର…

39 mins ago

ଝାଡ଼ଖଣ୍ଡ ବିଧାନସଭା ନିକଟରେ ପହଞ୍ଚିଲା ଜଙ୍ଗଲି ହାତୀ, ରାତି ସାରା ପୋଲିସ ନାକେଦମ୍‌

ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଶନିବାର ବିଳମ୍ବିତ ରାତିରେ ଏକ ଜଙ୍ଗଲି ହାତୀ ଆତଙ୍କ ଖେଳାଇଥିଲା । ରାଞ୍ଚି ଜନବସତି ଅଞ୍ଚଳକୁ…

1 hour ago

ସୂର୍ଯ୍ୟୋଦୟର ଏକ ଘଣ୍ଟା ପୂର୍ବରୁ ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ

ଆକାଶରେ ବିରଳ ମହାଜାଗତିକ ଘଟଣା । ଗୋଟିଏ ସରଳ ରେଖାରେ ସୌର ମଣ୍ଡଳର ୬ ଗ୍ରହ ।  ପରେଡ୍  କଲା…

1 hour ago

ମୁଖ୍ୟ ନିର୍ବାଚନ କିମଶନଙ୍କ ପ୍ରେସମିଟ୍‌, ୩୧ କୋଟିରୁ ଅଧିକ ମହିଳା ଭୋଟର ଦେଇଛନ୍ତି ଭୋଟ୍‌

ଲୋକସଭା ନିର୍ବାଚନ ଗଣତି ପୂର୍ବରୁ ନିର୍ବାଚନ ଆୟୋଗ ପ୍ରେସମିଟ୍‌ କରିଛନ୍ତି । ଚଳିତଥର ମତଦାନରେ ଭାରତ ଐତିହାସିକ ରେକର୍ଡ ହାସଲ…

1 hour ago