ଟେକ୍

Vivo V19 4,500mAh ବ୍ୟାଟେରୀ ସହିତ କଲା ଲଞ୍ଚ, ଜାଣନ୍ତୁ ଏହି ଦମଦାର ଫୋନର ଦାମ

ଚାଇନା ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ଭିଭୋ v ସିରିଜର ବହୁ ଚର୍ଚ୍ଚିତ ସ୍ମାର୍ଟଫୋନ V୧୯ (Vivo V19)କୁ ଲଞ୍ଚ କରିଛି। ୟୁଜର୍ସଙ୍କୁ ଲାଟେଷ୍ଟ ଭିଭୋ V୧୯ରେ ଚାରି କ୍ୟାମେରା, ସ୍ନାପଡ୍ରାଗନ ୭୧୨ ପ୍ରୋସେସର ଏବଂ ଦମଦାର ବ୍ୟାଟେରୀ ସପୋର୍ଟ ମଧ୍ୟ ମିଳିବ। ଏହାଛଡା କମ୍ପାନୀ ଏହି ଫୋନର ଫ୍ରଣ୍ଟରେ ୩୨ ମେଗାପିକ୍ସେଲର ସେଲ୍ଫି କ୍ୟାମେରା ମଧ୍ୟ ଦେଇଛି। ତେବେ ଆସନ୍ତୁ ଜାଣିବା ଏତେ ବଢିଆ ଫେସିଲିଟି ଥିବା ଭିଭୋ V୧୯ର ଦାମ ଏବଂ ସ୍ପେସିଫିକେସନ ବିଷୟରେ।

Vivo V19ର ଦାମ

ଭିଭୋ ଏହି ସ୍ମାର୍ଟଫୋନକୁ ସ୍ଲିକ ସିଲଭର ଏବଂ Gleam ବ୍ଲାକ କଲର ଅପ୍ସନ ସହିତ ବଜାର ପ୍ରବେଶ କରାଇଛି। କିନ୍ତୁ ଏବେ ପର୍ଯ୍ୟନ୍ତ ଭିଭୋ ଏହି ଦମଦାର ସ୍ମାର୍ଟଫୋନର ଦାମ ଘୋଷଣା କରିନାହିଁ। ଅନୁମାନ କରାଯାଉଛି ଯେ କମ୍ପାନୀ ଭିଭୋ V୧୯ର ଦାମ ପ୍ରାୟ ୨୦ ରୁ ୨୫ ହଜାର ଟଙ୍କା ରଖିପାରେ।

Vivo V19 ର ସ୍ପେସିଫିକେସନ

ଫିଚର୍ସ ବିଷୟରେ କହିବାକୁ ଗଲେ କମ୍ପାନୀ ଏହି ଫୋନରେ ୬.୪୪ ଇଞ୍ଚର ଫୁଲ ଏଚଡ଼ି ପ୍ଲସ ଡିସପ୍ଲେ ଦେଇଛି। ଯାହାର ରିଜୋଲ୍ୟୁସନ ୨୪୦୦ ୧୦୮୦ ପିକ୍ସେଲ ରହିଛି। ଏହାସହିତ ୟୁଜର୍ସଙ୍କୁ ଏହି ସ୍ମାର୍ଟଫୋନରେ ସ୍ନାପଡ୍ରାଗନ ୭୧୨ ଚିପସେଟ ଏବଂ ୮gb ରାମ + ୧୨୮gb ଷ୍ଟୋରେଜ ସପୋର୍ଟ ମିଳିବ। ସେହିପରି ଏହି ସ୍ମାର୍ଟଫୋନ ଆଣ୍ଡ୍ରଏଡ଼ ୯ ପାଇ ଉପରେ ଆଧାରିତ ଫନଟଚ ୯.୨ ଅପରେଣ୍ଟିଙ୍ଗ ସିଷ୍ଟମ ଉପରେ କାମ କରିଥାଏ।

Vivo V19 ର କ୍ୟାମେରା

ଭିଭୋ V୧୯ରେ କ୍ୱାଡ କ୍ୟାମେରା ସେଟଅପ (୪କ୍ୟାମେରା ରହିଛି)। ଯେଉଁଥିରେ ୪୮ ମେଗାପିକ୍ସେଲର ପ୍ରାଇମେରୀ ସେନ୍ସର, ୮ ମେଗାପିକ୍ସେଲର ଅଲଟ୍ରା ୱାଇଡ଼ ସେନ୍ସର, ୨ ମେଗାପିକ୍ସେଲର ମାକ୍ରୋ ଲେନ୍ସ ଏବଂ ୨ ମେଗାପିକ୍ସେଲର ଡେପଥ ସେନ୍ସର ରହିଛି। ଏହାଛଡା ଏହି ଫୋନର ଫ୍ରଣ୍ଟରେ ୩୨ ମେଗାପିକ୍ସେଲର ସେଲ୍ଫି କ୍ୟାମେରା ଦିଆଯାଇଛି।

Vivo V19 ବ୍ୟାଟେରୀ

କମ୍ପାନୀ ଏହି ଫୋନର କନେକ୍ଟିଭିଟି ପାଇଁ ୱାଇ-ଫାଇ,୪ଜି ଏଲଟିଇ, ବ୍ଲୁଟୁଥ, ଜିପିଏସ ଏବଂ ୟୁଏସବି ପୋର୍ଟ ଟାଇପ ସି ଭଳି ଫିଚର୍ସ ଦେଇଛି। ସେହିପରି ଏହି ଫୋନରେ ୪,୫୦୦ ମାହ ବ୍ୟାଟେରୀ ଦିଆଯାଇଛି, ଯାହା ୩୩ ୱାଟ ଫାଷ୍ଟ ଚାରଜିଙ୍ଗ ଫିଚର ରହିଛି।

Pritiparna

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ବ୍ୟବସାୟୀଙ୍କ ପାଇଁ କିପରି କଟିବ ଦିନ

ମେଷ : କାର୍ଯ୍ୟ ସମ୍ବନ୍ଧୀୟ କିଛି ସୃଜନାତ୍ମକ ଚିନ୍ତାଧାରା ମନକୁ ଆସିପାରେ, ଯାହାକୁ ଆପଣ ନିଜ କାମରେ ବ୍ୟବହାର କରିପାରିବେ,…

5 hours ago

ଓଡ଼ିଶାର ଗଣମାଧ୍ୟମ ପରିବାର ପକ୍ଷରୁ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମ ଜଗତର ପ୍ରମୁଖ ବ୍ୟକ୍ତିିତ୍ୱ ରାମୋଜୀ ରାଓଙ୍କ ବିୟୋଗରେ ଓଡ଼ିଶାର ମିଡିଆ ପରିବାର ମଧ୍ୟରେ ଗଭୀର…

6 hours ago

ଫେସବୁକ ପ୍ରେମର କରୁଣ ପରିଣତି, ପ୍ରେମିକାର ଗଳା କାଟିବା ପରେ ନିଜ ଗଳା କାଟି ଜୀବନ ହାରିଲେ ପ୍ରେମିକ

ଦେବଗଡ଼ : ଫେସବୁକ ପ୍ରେମର କରୁଣ ପରିଣତି l ସାହି ଦାଣ୍ଡରେ ପ୍ରେମିକାର ତଣ୍ଟି କାଟିବା ପରେ ନିଜେ ନିଜ…

7 hours ago

ଥାନାକୁ ଡାକି ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ କରିବା ଘଟଣା : ନିଲମ୍ବିତ ହେଲେ ପୋଲିସ ଏଏସଆଇ

ସୁବର୍ଣ୍ଣପୁର : ମିଛ କେଶରେ ଯୁବକଙ୍କୁ ଥାନାକୁ ଡାକି ଥାର୍ଡ଼ ଡିଗ୍ରୀ କରିବା ଏଏସଆଇଙ୍କୁ ମହଙ୍ଗା ପଡିଲା  l ଘଟଣାକୁ…

7 hours ago

ରୋଗୀ ଆଣୁଥିବା ବେଳେ 108 ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ଡ୍ରାଇଭର

ବାସୁଦେବପୁର :  ଭଦ୍ରକ ଜିଲ୍ଲା ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡା ପେଟ୍ରୋଲ ପମ୍ପ ନିକଟରେ ରୋଗୀ ଆଣୁଥିବା ବେଳେ 108 …

7 hours ago

କୋଇଲା ଟ୍ରେନରେ ନିଆଁ, ଆୟତ୍ତ କରିବା ପାଇଁ ଲାଗିଛନ୍ତି ଦମକଳ ବାହିନୀ

ସୋର : କୋଇଲା ବଗିରେ ଲାଗିଛି ନିଆଁ  l କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଯିବା ବେଳେ ସୋର…

8 hours ago