Below header

Vivo V19 4,500mAh ବ୍ୟାଟେରୀ ସହିତ କଲା ଲଞ୍ଚ, ଜାଣନ୍ତୁ ଏହି ଦମଦାର ଫୋନର ଦାମ

ଚାଇନା ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ଭିଭୋ v ସିରିଜର ବହୁ ଚର୍ଚ୍ଚିତ ସ୍ମାର୍ଟଫୋନ V୧୯ (Vivo V19)କୁ ଲଞ୍ଚ କରିଛି। ୟୁଜର୍ସଙ୍କୁ ଲାଟେଷ୍ଟ ଭିଭୋ V୧୯ରେ ଚାରି କ୍ୟାମେରା, ସ୍ନାପଡ୍ରାଗନ ୭୧୨ ପ୍ରୋସେସର ଏବଂ ଦମଦାର ବ୍ୟାଟେରୀ ସପୋର୍ଟ ମଧ୍ୟ ମିଳିବ। ଏହାଛଡା କମ୍ପାନୀ ଏହି ଫୋନର ଫ୍ରଣ୍ଟରେ ୩୨ ମେଗାପିକ୍ସେଲର ସେଲ୍ଫି କ୍ୟାମେରା ମଧ୍ୟ ଦେଇଛି। ତେବେ ଆସନ୍ତୁ ଜାଣିବା ଏତେ ବଢିଆ ଫେସିଲିଟି ଥିବା ଭିଭୋ V୧୯ର ଦାମ ଏବଂ ସ୍ପେସିଫିକେସନ ବିଷୟରେ।

Vivo V19ର ଦାମ

ଭିଭୋ ଏହି ସ୍ମାର୍ଟଫୋନକୁ ସ୍ଲିକ ସିଲଭର ଏବଂ Gleam ବ୍ଲାକ କଲର ଅପ୍ସନ ସହିତ ବଜାର ପ୍ରବେଶ କରାଇଛି। କିନ୍ତୁ ଏବେ ପର୍ଯ୍ୟନ୍ତ ଭିଭୋ ଏହି ଦମଦାର ସ୍ମାର୍ଟଫୋନର ଦାମ ଘୋଷଣା କରିନାହିଁ। ଅନୁମାନ କରାଯାଉଛି ଯେ କମ୍ପାନୀ ଭିଭୋ V୧୯ର ଦାମ ପ୍ରାୟ ୨୦ ରୁ ୨୫ ହଜାର ଟଙ୍କା ରଖିପାରେ।

vivooVivo V19 ର ସ୍ପେସିଫିକେସନ

ଫିଚର୍ସ ବିଷୟରେ କହିବାକୁ ଗଲେ କମ୍ପାନୀ ଏହି ଫୋନରେ ୬.୪୪ ଇଞ୍ଚର ଫୁଲ ଏଚଡ଼ି ପ୍ଲସ ଡିସପ୍ଲେ ଦେଇଛି। ଯାହାର ରିଜୋଲ୍ୟୁସନ ୨୪୦୦ ୧୦୮୦ ପିକ୍ସେଲ ରହିଛି। ଏହାସହିତ ୟୁଜର୍ସଙ୍କୁ ଏହି ସ୍ମାର୍ଟଫୋନରେ ସ୍ନାପଡ୍ରାଗନ ୭୧୨ ଚିପସେଟ ଏବଂ ୮gb ରାମ + ୧୨୮gb ଷ୍ଟୋରେଜ ସପୋର୍ଟ ମିଳିବ। ସେହିପରି ଏହି ସ୍ମାର୍ଟଫୋନ ଆଣ୍ଡ୍ରଏଡ଼ ୯ ପାଇ ଉପରେ ଆଧାରିତ ଫନଟଚ ୯.୨ ଅପରେଣ୍ଟିଙ୍ଗ ସିଷ୍ଟମ ଉପରେ କାମ କରିଥାଏ।

Vivo V19 ର କ୍ୟାମେରା

cameraଭିଭୋ V୧୯ରେ କ୍ୱାଡ କ୍ୟାମେରା ସେଟଅପ (୪କ୍ୟାମେରା ରହିଛି)। ଯେଉଁଥିରେ ୪୮ ମେଗାପିକ୍ସେଲର ପ୍ରାଇମେରୀ ସେନ୍ସର, ୮ ମେଗାପିକ୍ସେଲର ଅଲଟ୍ରା ୱାଇଡ଼ ସେନ୍ସର, ୨ ମେଗାପିକ୍ସେଲର ମାକ୍ରୋ ଲେନ୍ସ ଏବଂ ୨ ମେଗାପିକ୍ସେଲର ଡେପଥ ସେନ୍ସର ରହିଛି। ଏହାଛଡା ଏହି ଫୋନର ଫ୍ରଣ୍ଟରେ ୩୨ ମେଗାପିକ୍ସେଲର ସେଲ୍ଫି କ୍ୟାମେରା ଦିଆଯାଇଛି।

Vivo V19 ବ୍ୟାଟେରୀ

କମ୍ପାନୀ ଏହି ଫୋନର କନେକ୍ଟିଭିଟି ପାଇଁ ୱାଇ-ଫାଇ,୪ଜି ଏଲଟିଇ, ବ୍ଲୁଟୁଥ, ଜିପିଏସ ଏବଂ ୟୁଏସବି ପୋର୍ଟ ଟାଇପ ସି ଭଳି ଫିଚର୍ସ ଦେଇଛି। ସେହିପରି ଏହି ଫୋନରେ ୪,୫୦୦ ମାହ ବ୍ୟାଟେରୀ ଦିଆଯାଇଛି, ଯାହା ୩୩ ୱାଟ ଫାଷ୍ଟ ଚାରଜିଙ୍ଗ ଫିଚର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.