କରୋନା ଯୋଗୁ ରଦ୍ଦ ହେଲା ଦିଲ୍ଲୀରେ ହେବାକୁ ଥିବା ଶୁଟିଂ ବିଶ୍ୱକପ, ଚଳିତବର୍ଷ ନ ହେବାର ସମ୍ଭାବନା

ରାଜଧାନୀ ଦିଲ୍ଲୀରେ ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଶୁଟିଂ ୱାର୍ଲଡ଼ କପକୁ ରଦ୍ଦ କରି ଦିଆଯାଇଛି। ଭାରତୀୟ ରାଇଫଲ ସଙ୍ଘ(ଏନଆରଏଆଇ) ସଚିବ ରାଜୀବ ଭାଟିଆ ଏ ନେଇ ସୋମବାର ସୂଚନା ଦେଇଛନ୍ତି। ଏନଆରଏଆଇ ତରଫରୁ ଭାଟିଆ କହିଛନ୍ତି, ‘ନୂଆ ତାରିଖ ଘୋଷଣା ହୋଇନାହିଁ। ଟୁର୍ଣ୍ଣାମେଣ୍ଟକୁ ବାତିଲ କରି ଦିଆଯାଇଛି। ମୋତେ ଲାଗୁନାହିଁ, ଚଳିତବର୍ଷ ଟୁର୍ଣ୍ଣାମେଣ୍ଟ ହୋଇପାରିବ। ନୂଆଦିଲ୍ଲୀ-2020 ୱାର୍ଲଡ଼ କପକୁ ରଦ୍ଦ କରି ଦିଆଯାଇଛି’।

jiu

ଅନ୍ତଃରାଷ୍ଟ୍ରୀୟ ଶୁଟିଂ ମହାସଂଘ ଏକ ବୟାନରେ କହିଛି, ରାଇଫଲ/ପିସ୍ତଲ ଏବଂ ଶଟଗନ ପର୍ଯ୍ୟାୟକୁ ବାତିଲ କରାଯାଇଛି। କୋଭିଡ-19 ଯୋଗୁ ଦିଲ୍ଲୀ ଆୟୋଜନ ସମିତି ଏହି ନିଷ୍ପତ୍ତି ନେଇଛି। ଏହି ଦୁଇଟି ବିଶ୍ୱକପ ନୂଆଦିଲ୍ଲୀରେ ହେବାର ଥିଲା। ରାଇଫଲ ଓ ପିସ୍ତଲ ବିଶ୍ୱକପ 5ରୁ 13 ମେ ଭିତରେ ହେବାର ଥିଲା ଏବଂ ଶଟଗନ ବିଶ୍ୱକପ 20ରୁ 29 ମେ ଭିତରେ ଖେଳାଯିବାର ଥିଲା। ଏହାଛଡା ଜୁନରୁ 3 ଜୁଲାଇ ମଧ୍ୟରେ ଖେଳାଯିବାକୁ ଥିବା ବାକୁ ବିଶ୍ୱକପକୁ ମଧ୍ୟ ରଦ୍ଦ କରି ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.