Below header

ତେଲେଙ୍ଗାନାରେ ୧୪ ଏପ୍ରିଲ ପରେ ପୁଣି ଦୁଇ ସପ୍ତାହ ଲକଡାଉନ ବୃଦ୍ଧି, ସିଏମ୍‍ଓ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା

ମହାମାରୀ କରୋନା ସମଗ୍ର ବିଶ୍ୱରେ ତାଣ୍ଡବ ରହିବାରେ ଲାଗିଛି । ଏଥିପାଇଁ ବିଶ୍ୱର ସବୁ ଦେଶରେ ଅନେକ ଲୋକଙ୍କର ପ୍ରାଣ ଯାଇଥିବା ବେଳେ ଲକ୍ଷାଧିକ ଆକ୍ରାନ୍ତ ରହିଛନ୍ତି । ଏଥିପାଇଁ ସମଗ୍ର ଭାରତରେ ଲକ୍‍ଡାଉନ ୨୧ଦିନ ପର୍ଯ୍ୟନ୍ତ ଅର୍ଥାତ୍‍ ଏପ୍ରିଲ ୧୪ ତାରିଖ ଯାଏଁ ଲାଗୁ କରାଯାଇଛି । କିନ୍ତୁ ଆଗକୁ ପରିସ୍ଥିତିକୁ ଦେଖି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଚର୍ଚ୍ଚା କରାଯାଉଛି ।

lock

ତେଲେଙ୍ଗାନାରେ ଲକ୍‍ଡାଉନ ଏପ୍ରିଲ ୧୪ ପରେ ପୁଣି ୨ ସପ୍ତାହକୁ ବୃଦ୍ଧି କରାଯିବ ବୋଲି ସିଏମ୍‍ଓ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଏହାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ତେବେ ଏନେଇ କୌଣସି ଘୋଷଣା କରାଯାଇନାହିଁ । ତେବେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲକ୍‍ଡାଉନ ଅବଧି ବୃଦ୍ଧି କରିବା ଓ କରୋନାଙ୍କୁ ନିୟନ୍ତ୍ରଣକୁ ଆଣିବା ଲାଗି ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିଛନ୍ତି । ସୂଚନାଯୋଗ୍ୟ, ତେଲେଙ୍ଗାନାରେ ଏବେ ୩୨୧ କରୋନା ସଂକ୍ରମିତ ଥିବା ବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.