ଗୁଗଲ ସହ କାମ କରିବାକୁ ଚାହୁଁଛନ୍ତି କି? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର 

ଗୁଗଲ ପକ୍ଷରୁ ପିଏଚଡ଼ି ଫେଲୋସିପ ପ୍ରୋଗ୍ରାମ ୨୦୨୦ ପାଇଁ ଆବେଦନ ପ୍ରକାଶ ପାଇଛି। ଏହି ଫେଲୋସିପ ପାଇଁ ଆବେଦନ କରୁଥିବା ଇଚ୍ଛୁକ ପ୍ରାର୍ଥି Algorithms, Optimizations and Markets, Computational Neuroscience, Human Computer Interaction, Machine Learning, Machine Perception, Speech Technology and Computer Vision, Mobile Computing, Natural Language Processing, Privacy and Security, Programming Language and Software Engineering, Quantum Computing, Structured Data & Database Management & Systems A E Networks ଏହିସବୁ ଫିଲଡ଼ରେ କାମ କରୁଥିବା ଆବଶ୍ୟକ।

gg

ଯୋଗ୍ୟତା

ଏହି ଫେଲୋସିପ ପାଇଁ ଆବେଦନକାରୀ କୌଣସି ମାନ୍ୟତା ପ୍ରାପ୍ତ ସଂସ୍ଥାନରୁ ପିଏଚଡ଼ି କରିସାରିଥିବା ପ୍ରାର୍ଥି ଆବେଦନ କରିପାରିବେ। ଗ୍ରାଜୁଏଟ କିମ୍ବା ପୋଷ୍ଟ ଗ୍ରାଜୁଏଟ କରିଥିବା ଛାତ୍ର-ଛାତ୍ରୀମାନେ ମଧ୍ୟ ଆବେଦନ କରିପାରିବେ। ଯଦି ଆବେଦନକାରୀଙ୍କୁ ଅନ୍ୟ କୌଣସି ସଂସ୍ଥାନରୁ ଫେଲୋସିପ ବା ସ୍କଲାରସିପ ମିଳୁଥାଏ ତେବେ ଏଥିପାଇଁ ଆବେଦନ କରିପାରିବେ ନାହିଁ। ଫେଲୋସିପର ସମୟସୀମା ପର୍ଯ୍ୟନ୍ତ ଛାତ୍ର-ଛାତ୍ରୀଙ୍କ ପିଏଚଡ଼ି ପ୍ରୋଗ୍ରାମ ଜାରି ରହିବା ଆବଶ୍ୟକ ଯଦି ଏପରି ନହୁଏ ତେବେ ଫେଲୋସିପ ରଦ୍ଦ କରାଯିବ।

ଏଥିରେ ଭାରତୀୟ ଛାତ୍ରଙ୍କୁ ଚାରି ବର୍ଷ ପର୍ଯ୍ୟନ୍ତ ଫେଲୋସିପ ମିଳିବ। ପାଖାପାଖି ୩୮ଲକ୍ଷ ଟଙ୍କା ଷ୍ଟାଇପେଣ୍ଟ ଆକାରରେ ମିଳିବ। ଏଥିରେ ଯାତ୍ରା ସମ୍ବନ୍ଧିୟ ଖର୍ଚ୍ଚ ଏବଂ ଅନ୍ୟ ଖର୍ଚ୍ଚ ସାମିଲ ରହିବ। ଏହା ବ୍ୟତୀତ ଗୁଗଲ ରିସର୍ଚ୍ଚ ମେଟର ମଧ୍ୟ ମିଳିବ।

ରିପୋର୍ଟ ଅନୁଯାୟୀ ଏହି ଫେଲୋସିପ ପାଇଁ ଆପଣ ୨୭ ଏପ୍ରିଲ ୨୦୨୦ ପର୍ଯ୍ୟନ୍ତ ଆବେଦନ କରିପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.