Categories: ଟେକ୍

ଭୋଡାଫୋନ ଲଞ୍ଚ କଲା ନୂଆ ପ୍ରିପେଡ ପ୍ଳାନ, ୭୦ଦିନର ଭାଲିଡିଟି ସହ ମିଳିବ ଦୈନିକ ୩ଜିବି ଡାଟା

ନୂଆଦିଲ୍ଲୀ : ଟେଲିକମ୍ କମ୍ପାନୀ ଭୋଡାଫୋନ ନିଜ ଗ୍ରାହକଙ୍କ ପାଇଁ ନୂଆ ପ୍ରିପେଡ ପ୍ଳାନ ଲଞ୍ଚ କରିଛି। ଏହି ପ୍ଳାନର ମୂଲ୍ୟ ମାତ୍ର ୨୯୯ ଟଙ୍କା ରହିଥିବା ବେଳେ ଏଥିରେ ଗ୍ରାହକ ୭୦ ଦିନ ପାଇଁ ମାଗଣା କଲିଂ ଏବଂ ଦୈନିକ ୩ଜିବି ଡାଟାର ଲାଭ ଉଠାଇପାରିବେ। ନିକଟରେ ଭୋଡାଫୋନ ନିଜ ଗ୍ରାହକଙ୍କୁ ଖୁବ ମନଲୋଭା ଅଫର ଦେଇଛି ଯାହା ମଧ୍ୟରେ ଏହି ପ୍ଳାନ ମଧ୍ୟ ସାମିଲ ରହିଛି।

ଭୋଡାଫୋନ ୨୯୯ମୂଲ୍ୟର ପ୍ରିପେଡ ପ୍ଳାନରେ ୭୦ ଦିନର ଭାଲିଡିଟି ମିଳିବ। ଏହି ଅଫରରେ ଗ୍ରାହକଙ୍କୁ ମାଗଣା ଅନଲିମିଟେଡ ଲୋକାଲ, ଏସଟିଡି ଏବଂ ରୋମିଂ କଲର ସୁବିଧା ମିଳିବ। ଏଥିସହ ଗ୍ରାହକ ଏହି ପ୍ଳାନରେ ଦୈନିକ ୧୦୦୦ଟି ଏସଏମଏସ ଏବଂ ୩ଜିବି ଡାଟାର ଫାଇଦା ମଧ୍ୟ ଉଠାଇ ପାରିବେ।

ତେବେ ଏହା ପୂର୍ବରୁ ମଧ୍ୟ ଭୋଡାଫୋନ ତାହାର ଗ୍ରାହକଙ୍କ ପାଇଁ ୨୨୯ମୂଲ୍ୟର ପ୍ଳାନ ଲଞ୍ଚ କରିଥିଲା। ଯେଉଁଥିରେ ଗ୍ରାହକଙ୍କୁ ଅନଲିମିଟେଡ କଲିଂ ଏବଂ ଦୈନିକ ୨ଜିବି ଡାଟାର ସୁବିଧା ମିଳିବ। କମ୍ପାନୀ ଏହାର ବୈଧତା ୨୮ ଦିନ ରଖିଥିବା ବେଳେ ଏଥିରେ ଗ୍ରାହକଙ୍କୁ ସମୁଦାୟ ୫୬ଜିବି ଡାଟା ମିଳିବ।

KNews Bureau

Recent Posts

NTA କୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ, ୮ ଜୁଲାଇରେ ହେବ ପରବର୍ତ୍ତୀ ଶୁଣାଣି

NEET ପରୀକ୍ଷାକୁ ନେଇ ଦାଖଲ ହୋଇଥିବା ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟ ହୋଇଛି । NEET କାଉନସେଲିଂ ଉପରେ ରୋକ୍…

8 mins ago

ନିଜ ଜନ୍ମଦିନରେ ୭୭ ପାଉଣ୍ଡ୍‌ର କେକ୍‌ କାଟିବେ ଲାଲୁ ଯାଦବ, ପରିବାର ସହ ମଧ୍ୟରାତ୍ରିରେ ପାଳିଲେ ବାର୍ଥ ଡେ’

ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)ର ମୁଖ୍ୟ ତଥା ପୂର୍ବତନ ରେଳ ମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କର ଆଜି ୭୭ତମ ଜନ୍ମଦିନ…

15 mins ago

ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ, କାଲି ଅଧାଦିନ ଛୁଟି ରହିବ ରାଜଧାନୀର ସରକାରୀ କାର୍ଯ୍ୟାଳୟ

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତାକାଲି ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ଜନତା ମଇଦାନରେ ଶପଥ ନେବେ ନୂଆ ମନ୍ତ୍ରିମଣ୍ଡଳ…

30 mins ago

ଏହି ସବୁ ଲାପଟପରେ ମିଳୁଛି ବଢ଼ିଆ ଡିସକାଉଣ୍ଟ, ୟୁଜର୍ସଙ୍କ ପାଇଁ ମିଳୁଛି ପତଳା ଏବଂ ଲାଇଟ୍‌ ୱେଟ ଅପ୍ସନ

ଯେତେବେଳେ ଆମେ ଲାପଟପ୍ କିଣିବାକୁ ପ୍ଲାନ୍‌ କରୁ ସେତେବେଳେ ପ୍ରଥମେ ଲାପଟପର ଡିଜାଇନ୍ ଏବଂ ଓଜନ ଦେଖିଥାଉ । ଅନେକ…

39 mins ago

‘ବାପା ମୋ ଜୀବନ…’, ମନ୍ତ୍ରୀ ହେବା ପରେ ଚିରାଗ ପାସଓ୍ଵାନ ସେୟାର କଲେ ଭାବପ୍ରବଣ ପୋଷ୍ଟ

ଚିରାଗ ପାସୱାନ ପ୍ରଥମ ଥର ମୋଦି କ୍ୟାବିନେଟ୍‌ରେ ମନ୍ତ୍ରୀ ହୋଇଛନ୍ତି । ମୋଦିଙ୍କ ତୃତୀୟ ପାଳି କ୍ୟାବିନେଟରେ ଚିରାଗଙ୍କୁ ଖାଦ୍ୟ…

58 mins ago

ମୁଖ୍ୟମନ୍ତ୍ରୀ ଶପଥ ସମାରୋହ ପାଇଁ ଟ୍ରାଫିକ କଟକଣା, ଦିନ ୨ରୁ ସଂଧ୍ୟା ୭ ଯାଏଁ ଗାଡ଼ି ଚଳାଚଳ ମନା

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତାକାଲି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। କାଲି ଅପରହ୍ଣ ୪ଟା…

1 hour ago