Below header

ଭୋଡାଫୋନ ଲଞ୍ଚ କଲା ନୂଆ ପ୍ରିପେଡ ପ୍ଳାନ, ୭୦ଦିନର ଭାଲିଡିଟି ସହ ମିଳିବ ଦୈନିକ ୩ଜିବି ଡାଟା

ନୂଆଦିଲ୍ଲୀ : ଟେଲିକମ୍ କମ୍ପାନୀ ଭୋଡାଫୋନ ନିଜ ଗ୍ରାହକଙ୍କ ପାଇଁ ନୂଆ ପ୍ରିପେଡ ପ୍ଳାନ ଲଞ୍ଚ କରିଛି। ଏହି ପ୍ଳାନର ମୂଲ୍ୟ ମାତ୍ର ୨୯୯ ଟଙ୍କା ରହିଥିବା ବେଳେ ଏଥିରେ ଗ୍ରାହକ ୭୦ ଦିନ ପାଇଁ ମାଗଣା କଲିଂ ଏବଂ ଦୈନିକ ୩ଜିବି ଡାଟାର ଲାଭ ଉଠାଇପାରିବେ। ନିକଟରେ ଭୋଡାଫୋନ ନିଜ ଗ୍ରାହକଙ୍କୁ ଖୁବ ମନଲୋଭା ଅଫର ଦେଇଛି ଯାହା ମଧ୍ୟରେ ଏହି ପ୍ଳାନ ମଧ୍ୟ ସାମିଲ ରହିଛି।

vodafone

ଭୋଡାଫୋନ ୨୯୯ମୂଲ୍ୟର ପ୍ରିପେଡ ପ୍ଳାନରେ ୭୦ ଦିନର ଭାଲିଡିଟି ମିଳିବ। ଏହି ଅଫରରେ ଗ୍ରାହକଙ୍କୁ ମାଗଣା ଅନଲିମିଟେଡ ଲୋକାଲ, ଏସଟିଡି ଏବଂ ରୋମିଂ କଲର ସୁବିଧା ମିଳିବ। ଏଥିସହ ଗ୍ରାହକ ଏହି ପ୍ଳାନରେ ଦୈନିକ ୧୦୦୦ଟି ଏସଏମଏସ ଏବଂ ୩ଜିବି ଡାଟାର ଫାଇଦା ମଧ୍ୟ ଉଠାଇ ପାରିବେ।

vodafone

ତେବେ ଏହା ପୂର୍ବରୁ ମଧ୍ୟ ଭୋଡାଫୋନ ତାହାର ଗ୍ରାହକଙ୍କ ପାଇଁ ୨୨୯ମୂଲ୍ୟର ପ୍ଳାନ ଲଞ୍ଚ କରିଥିଲା। ଯେଉଁଥିରେ ଗ୍ରାହକଙ୍କୁ ଅନଲିମିଟେଡ କଲିଂ ଏବଂ ଦୈନିକ ୨ଜିବି ଡାଟାର ସୁବିଧା ମିଳିବ। କମ୍ପାନୀ ଏହାର ବୈଧତା ୨୮ ଦିନ ରଖିଥିବା ବେଳେ ଏଥିରେ ଗ୍ରାହକଙ୍କୁ ସମୁଦାୟ ୫୬ଜିବି ଡାଟା ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.