Categories: ଟେକ୍

କ’ଣ WhatsApp ଦେଉଛି ୧୦୦୦ଜିବି ଡାଟା? ଜାଣନ୍ତୁ ଏଥିରେ କେତେ ରହିଛି ସତ୍ୟତା

ହ୍ୱାଟସଆପ୍ ରେ ପ୍ରତିଦିନ ଫେକ୍ ମେସେଜ୍ ଭାଇରାଲ୍ ହୋଇଥାଏ । ଏବେ ଠିକ୍ ଏମିତି ଏକ ମେସେଜ୍ ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ ୧୦୦୦ଜିବି ଫ୍ରି ଇଣ୍ଟରନେଟ୍ ଡାଟା ଦିଆଯାଉଥିବା ନେଇ କୁହାଯାଇଛି । ଏହି ମେସେଜ୍ ହ୍ୱାଟସଆପ୍ ପକ୍ଷରୁ ଜମାରୁ କରାଯାଇନାହିଁ । କାରଣ ହ୍ୱାଟସଆପ୍ ଏପରି ସ୍କିମ୍ ଆଣିନଥାଏ ।

ହ୍ୱାଟସଆପ୍ କୁ ୧୦ବର୍ଷ ପୁରିସାରିଥିବାବେଳେ ଏହି ସମୟରେ ହିଁ ଏପରି ମ୍ୟାସେଜ୍ ଭାଇରାଲ କରାଯାଇଛି।ଯେମିତି ସମସ୍ତଙ୍କୁ ଲଗିବ ଯେ ନିଜର ୧୦ବର୍ଷ ପୂର୍ତ୍ତି ଅବସରରେ ହ୍ୱାଟସଆପ୍  ନିଜର ୟୁଜର୍ସ ମାନଙ୍କୁ ଏହି ଅଫର ପ୍ରଦାନ କରୁଛି । ଯଦି ଆପଣଙ୍କୁ ଏହି ମେସେଜ୍ ମିଳିଛି କିମ୍ବା ଆଗକୁ ମିଳିବ ତେବେ ଆପଣ ମେସେଜ୍ ପଠାଇଥିବା ନମ୍ବରରେ ବ୍ୟାକ୍ ମେସେଜ୍ କରି କୁହନ୍ତୁ କି ଏହା ଫେକ୍ ଅଟେ। ଯଦି କୌଣସି ଏମିତି ନମ୍ବରକୁ ମେସେଜ୍ ଆସେ ଯାହାକୁ ଆପଣ ଜାଣିନାହାନ୍ତି ତେବେ ସେହି ନମ୍ବରକୁ ବ୍ଳକ୍ କରିଦିଅନ୍ତୁ କିମ୍ବା ରିପୋର୍ଟ ମାରିଦିଅନ୍ତୁ ।

ସାଇବର ସିକ୍ୟୁରିଟି ଫର୍ମ ଇଏସଇଟି କୁ ଏହି ମେସେଜ୍ ମିଳିଛି ଯେଉଁଥିରେ କୁହାଯାଇଛି କି, ହ୍ବାର୍ଟଅପ୍ ନିଜର ୧୦ବର୍ଷ ପୂର୍ତ୍ତି ଅବସରରେ ଲୋକଙ୍କୁ ୧୦୦୦ଜିବି ଡାଟା ଫ୍ରିରେ ଦେଉଛି । ରିସର୍ଚର ବ୍ଳଗପୋଷ୍ଟରେ କହିଲେ କି ଏହି ମେସେଜ୍ ଏକ ଲିଙ୍କ ଅଟେ ଯାହା ହ୍ବାର୍ଟଅପ୍ ର ଅଫିସିଆଲ୍ ନୁହେଁ । କୁହାଯାଉଛି କି ଏହି ମେସେଜ୍ ଏମିତି ଏକ ଡୋମେନ୍ ରୁ ଭାଇରାଲ ହୋଇଛି ଯାହା ନିତିଦିନ ବଡ କମ୍ପାନୀମାନଙ୍କର ଫେକ୍ ଅଫର ବିଷୟରେ ବିଭିନ୍ନ ତଥ୍ୟ ଭାଇରାଲ କରୁଛି।

ଏହି ଲିଙ୍କରେ କ୍ଳିକ୍ କରିବା ପରେ ଗୋଟେ ପେଜ୍ ରି ଡାଇରେକ୍ଟ ହୋଇଥାଏ ଏହା ପରେ କିଛି ପ୍ରଶ୍ନ ପଚରାଯାଇଥାଏ । ଏହା ଏକ ପ୍ରକାରର ସର୍ଭେ ଅଟେ । ଏହାପରେ ଏହି ମେସେଜ୍ କୁ ୩୦ଜଣ ଲୋକଙ୍କୁ ଫରୱାର୍ଡ କରିବା ପାଇଁ ୟୁଜର୍ସଙ୍କୁ କୁହାଯାଇଥାଏ । ଏପରି କରିବା ପରଯାଇଁ ରିୱାର୍ଡ ପାଇବାକୁ ହକଦାର ବୋଲି ୟୁଜର୍ସଙ୍କୁ ଲୋଭାନ୍ବିତ କରାଯାଇଥାଏ । ଇଏସଇଟି ମୁତାବକ ଏହାଦ୍ବାରା ସ୍କିମର୍ସଙ୍କର ଲାଭ ହୋଇଥାଏ । ପ୍ରତି କ୍ଳିକ୍ ଦ୍ବାରା ତାଙ୍କୁ ରେଭିନ୍ୟୁ ମିଳିଥାଏ । ଏହି କାରଣରୁ ସେମାନେ ଏପରି ମେସେଜ୍ ନିତିଦିନ ଭାଇରାଲ କରିଥାନ୍ତି।

Sonalisa

Recent Posts

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

13 mins ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

17 mins ago

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

50 mins ago

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

1 hour ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

1 hour ago

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

2 hours ago