କ’ଣ WhatsApp ଦେଉଛି ୧୦୦୦ଜିବି ଡାଟା? ଜାଣନ୍ତୁ ଏଥିରେ କେତେ ରହିଛି ସତ୍ୟତା

ହ୍ୱାଟସଆପ୍ ରେ ପ୍ରତିଦିନ ଫେକ୍ ମେସେଜ୍ ଭାଇରାଲ୍ ହୋଇଥାଏ । ଏବେ ଠିକ୍ ଏମିତି ଏକ ମେସେଜ୍ ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ ୧୦୦୦ଜିବି ଫ୍ରି ଇଣ୍ଟରନେଟ୍ ଡାଟା ଦିଆଯାଉଥିବା ନେଇ କୁହାଯାଇଛି । ଏହି ମେସେଜ୍ ହ୍ୱାଟସଆପ୍ ପକ୍ଷରୁ ଜମାରୁ କରାଯାଇନାହିଁ । କାରଣ ହ୍ୱାଟସଆପ୍ ଏପରି ସ୍କିମ୍ ଆଣିନଥାଏ ।

whats app1ହ୍ୱାଟସଆପ୍ କୁ ୧୦ବର୍ଷ ପୁରିସାରିଥିବାବେଳେ ଏହି ସମୟରେ ହିଁ ଏପରି ମ୍ୟାସେଜ୍ ଭାଇରାଲ କରାଯାଇଛି।ଯେମିତି ସମସ୍ତଙ୍କୁ ଲଗିବ ଯେ ନିଜର ୧୦ବର୍ଷ ପୂର୍ତ୍ତି ଅବସରରେ ହ୍ୱାଟସଆପ୍  ନିଜର ୟୁଜର୍ସ ମାନଙ୍କୁ ଏହି ଅଫର ପ୍ରଦାନ କରୁଛି । ଯଦି ଆପଣଙ୍କୁ ଏହି ମେସେଜ୍ ମିଳିଛି କିମ୍ବା ଆଗକୁ ମିଳିବ ତେବେ ଆପଣ ମେସେଜ୍ ପଠାଇଥିବା ନମ୍ବରରେ ବ୍ୟାକ୍ ମେସେଜ୍ କରି କୁହନ୍ତୁ କି ଏହା ଫେକ୍ ଅଟେ। ଯଦି କୌଣସି ଏମିତି ନମ୍ବରକୁ ମେସେଜ୍ ଆସେ ଯାହାକୁ ଆପଣ ଜାଣିନାହାନ୍ତି ତେବେ ସେହି ନମ୍ବରକୁ ବ୍ଳକ୍ କରିଦିଅନ୍ତୁ କିମ୍ବା ରିପୋର୍ଟ ମାରିଦିଅନ୍ତୁ ।

whatsସାଇବର ସିକ୍ୟୁରିଟି ଫର୍ମ ଇଏସଇଟି କୁ ଏହି ମେସେଜ୍ ମିଳିଛି ଯେଉଁଥିରେ କୁହାଯାଇଛି କି, ହ୍ବାର୍ଟଅପ୍ ନିଜର ୧୦ବର୍ଷ ପୂର୍ତ୍ତି ଅବସରରେ ଲୋକଙ୍କୁ ୧୦୦୦ଜିବି ଡାଟା ଫ୍ରିରେ ଦେଉଛି । ରିସର୍ଚର ବ୍ଳଗପୋଷ୍ଟରେ କହିଲେ କି ଏହି ମେସେଜ୍ ଏକ ଲିଙ୍କ ଅଟେ ଯାହା ହ୍ବାର୍ଟଅପ୍ ର ଅଫିସିଆଲ୍ ନୁହେଁ । କୁହାଯାଉଛି କି ଏହି ମେସେଜ୍ ଏମିତି ଏକ ଡୋମେନ୍ ରୁ ଭାଇରାଲ ହୋଇଛି ଯାହା ନିତିଦିନ ବଡ କମ୍ପାନୀମାନଙ୍କର ଫେକ୍ ଅଫର ବିଷୟରେ ବିଭିନ୍ନ ତଥ୍ୟ ଭାଇରାଲ କରୁଛି।

WhatsAppଏହି ଲିଙ୍କରେ କ୍ଳିକ୍ କରିବା ପରେ ଗୋଟେ ପେଜ୍ ରି ଡାଇରେକ୍ଟ ହୋଇଥାଏ ଏହା ପରେ କିଛି ପ୍ରଶ୍ନ ପଚରାଯାଇଥାଏ । ଏହା ଏକ ପ୍ରକାରର ସର୍ଭେ ଅଟେ । ଏହାପରେ ଏହି ମେସେଜ୍ କୁ ୩୦ଜଣ ଲୋକଙ୍କୁ ଫରୱାର୍ଡ କରିବା ପାଇଁ ୟୁଜର୍ସଙ୍କୁ କୁହାଯାଇଥାଏ । ଏପରି କରିବା ପରଯାଇଁ ରିୱାର୍ଡ ପାଇବାକୁ ହକଦାର ବୋଲି ୟୁଜର୍ସଙ୍କୁ ଲୋଭାନ୍ବିତ କରାଯାଇଥାଏ । ଇଏସଇଟି ମୁତାବକ ଏହାଦ୍ବାରା ସ୍କିମର୍ସଙ୍କର ଲାଭ ହୋଇଥାଏ । ପ୍ରତି କ୍ଳିକ୍ ଦ୍ବାରା ତାଙ୍କୁ ରେଭିନ୍ୟୁ ମିଳିଥାଏ । ଏହି କାରଣରୁ ସେମାନେ ଏପରି ମେସେଜ୍ ନିତିଦିନ ଭାଇରାଲ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.