Categories: ଟେକ୍

ଦୁଇ ମାସ ପରେ ଆରମ୍ଭ ହୋଇପାରେ ହ୍ୱାଟ୍ସଆପ୍ ପେମେଣ୍ଟ ସେବା

ହ୍ୱାଟ୍ସଆପ୍ ର ପେମେଣ୍ଟ ସର୍ଭିସ୍ ପାଇଁ କରାଯାଉଥିବା ଅପେକ୍ଷା ଏବେ ଶେଷ ହେବାକୁ ଯାଉଛି । ରିପୋର୍ଟ ଅନୁଯାୟୀ ଆଗାମୀ ଦୁଇ ମାସ ମଧ୍ୟରେ ଡାଟା ଲୋକେଲାଇଜେସନ୍ ନିୟମ ପାଳନ ପୂରା କରିଦେବ । ଏହାପରେ ହ୍ୱାଟ୍ସଆପ୍ ଦୁଇ ମାସ ପରେ ଦେଶରେ ନିଜର ପେମେଣ୍ଟ ସର୍ଭିସ୍ ଆରମ୍ଭ କରିପାରିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶରେ ପେମେଣ୍ଟ ସର୍ଭିସ୍ ଯୋଗାଇ ଦେଉଥିବା କମ୍ପାନୀଗୁଡିକ ପାଇଁ ଏହି ଡାଟା ଲୋକଲାଇଜେଶନ୍ ନିୟମ ବନାଇଛି। ଗୁଗଲ, ଆମାଜନ, ମାଷ୍ଟରକାର୍ଡ, ଭିସା ଆଦି ବିଦେଶୀ ପେମେଣ୍ଟ ସର୍ଭିସ୍ କମ୍ପାନୀକୁ ଏହାର ପାଳନ କରିବାକୁ ପଡିଥାଏ ।

ସୂଚନା ଅନୁସାରେ ହ୍ୱାଟ୍ସଆପ ପେମେଣ୍ଟ ସର୍ଭିସ୍ ଆରମ୍ଭ ହେବା ପରେ ଘରୋଇ ଅର୍ଥବ୍ୟବସ୍ଥାରେ ଟଙ୍କାର କାରବାରକୁ କମାଇବା ପାଇଁ ଅର୍ଥାତ୍ କ୍ୟାସଲେସ୍ ପାଇଁ ୨ ବର୍ଷ ପର୍ଯ୍ୟନ୍ତ ସମୟ ଲାଗିପାରେ । ଅର୍ଥବ୍ୟବସ୍ଥାରେ ରାଶିର ବ୍ୟବହାର କମେଇବା ପାଇଁ ଡିଜିଟାଲ୍ ମାଧ୍ୟମରେ ନେଣଦେଣ କରୁଥିବା ଲୋକମାନଙ୍କ ସଂଖ୍ୟା ଅତିକମରେ ୩୦ କୋଟି ହେବା ଉଚିତ୍ ।

ହ୍ୱାଟ୍ସଆପ୍ ଗତ ବର୍ଷ ଦେଶରେ ନିଜ ପେମେଣ୍ଟ ସର୍ଭିସର ଟେଷ୍ଟିଂ ଆରମ୍ଭ କରିଥିଲା । ବାକି ସମସ୍ତ ହିତଧାରକ ଏହାର ଔପଚାରିକ ପ୍ରାରମ୍ଭକୁ ଅପେକ୍ଷା କରି ରହିଛନ୍ତି । ଏହି କାରଣରୁ ହ୍ୱାଟ୍ସଆପ୍ ସହିତ ୩୦ କୋଟିରୁ ଅଧିକ ଲୋକଙ୍କୁ ଯୋଡିହେବାକୁ ପଡିବ । ଅଧିକାଂଶ ଲୋକଙ୍କୁ ଲାଗୁଛି ଯେ ହ୍ୱାଟ୍ସଆପ୍ ଦେଶରେ ଚାଇନାର ‘WeChat’ ଭଳି କାମ କରିପାରେ । ଏହା ସେଠାରେ ଡିଜିଟାଲ୍ ପୈଠକୁ ବଢାଇବାରେ ବହୁତ ସାହାଯ୍ୟ କରିଛି । ତେବେ କୁହାଯାଉଛି ହ୍ୱାଟ୍ସଆପ୍ ଆଗାମୀ ୨ ମାସରେ ନିଜର ନିୟମକୁ ପ୍ରସ୍ତୁତ କରିଦେବ । କମ୍ପାନୀର ଜଣେ ଅଧିକାରୀଙ୍କ କହିବାନୁସାରେ ଅନ୍ୟ ଆବେଦକ ଯଥା ସାଓମି, ଆମାଜନ ପେ ଓ ଟ୍ରୁକଲର ଡାଟା ଲୋକେଲାଇଜେସନ୍ ନିୟମ ଯୋଗୁଁ ଏପର୍ଯ୍ୟନ୍ତ ନିଜ ପେମେଣ୍ଟ ସର୍ଭିସ୍ ଆରମ୍ଭ ହୋଇପାରିନାହିଁ ।

KNews Bureau

Recent Posts

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

20 mins ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

42 mins ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

59 mins ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

3 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

4 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

4 hours ago