ମୋବାଇଲ, ମୋବାଇଲ, ମୋବାଇଲ… ଆଜିକାଲି ସମସ୍ତଙ୍କ ମୁହଁରେ କେବଳ ଏହି ଗୋଟିଏ ଶବ୍ଦ ଶୁଣିବାକୁ ମିଳୁଛି। ଲୋକମାନେ ଏବେ ଏତେ ମାତ୍ରାରେ ମୋବାଇଲ ବ୍ୟବହାର କରୁଛନ୍ତି ଯେ ସକାଳୁ ଉଠିବା ପରଠୁ ରାତିରେ ଶୋଇବା ଯାଏଁ ତାଙ୍କ ଆଖେ ପାଖେ ରଖୁଛନ୍ତି। କିନ୍ତୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିବା ପରେ ଆପଣ ମୋବଇଲ ବ୍ୟବହାର କରିବାକୁ ଭୟ କରିବେ। କାରଣ ଅତ୍ୟଧିକ ମୋବାଇଲ ବ୍ୟବହାର କରିବା ଯୋଗୁ ଜଣେ ମହିଳାଙ୍କୁ ନିଜ ହାତ ହରାଇବାକୁ ପଡ଼ିଛି। ବିଶ୍ୱାସ ହେଉନଥିଲେ ମଧ୍ୟ କଥାଟି ସତ।
ଆୟାର୍ଲ୍ୟାଣ୍ଡର ବାସିନ୍ଦା ୩୫ ବର୍ଷିୟା ଏମିଲୋରୀଙ୍କୁ ମୋବାଇଲ ବ୍ୟବହାର କରିବା ମହଙ୍ଗା ପଡ଼ିଛି। ଅତ୍ୟଧିକ ମୋବାଇଲ ବ୍ୟବହାର କରିବା ଯୋଗୁ ୨୦୧୮ ମସିହାରେ ଏମିଙ୍କ ହାତ କୁଣ୍ଡାଇ ହୋଇ ଫୁଲିଯାଇଥିଲା। ସେ ଏହାକୁ ଅଣଦେଖା କରିଥିଲେ। ମାତ୍ର ହାତରେ ଫୋଡ଼ି ଫୋଡ଼ି ହେବା ସହ ପୀଡ଼ା ବଢ଼ିଥିଲା। ପରେ ସେ ଡାକ୍ତରଙ୍କୁ ଦେଖାଇବାରୁ ଡାକ୍ତର ତାଙ୍କ ଟେଷ୍ଟ କରିଥିଲେ। ରିପୋର୍ଟ ଆସିବା ପରେ ଏମିଙ୍କ ହୋସ୍ ଉଡ଼ିଯାଇଥିଲା। ଅଧିକ ମୋବାଇଲ ବ୍ୟବହାର କରିବା କାରଣରୁ ତାଙ୍କୁ କ୍ୟାନସର ହୋଇଯାଇଥିଲା। ଡାକ୍ତର ତାଙ୍କୁ କହିଥିଲେ ଯେ କ୍ୟାନ୍ସର ହାତ ମାଧ୍ୟମରେ ପୂର ଶରୀରରେ ବ୍ୟାପିଯାଇଛି। ଏହାକୁ ରୋକିବା ପାଇଁ ହାତ କାଟିବା ବ୍ୟତୀତ ଆଉ କିଛି ବିକଳ୍ପ ନାହିଁ।
ପରେ ଡାକ୍ତର ଅପରେସନ୍ କରି ଏମିଙ୍କ ହାତ କାଟିଥିଲେ। ଏହି ଘଟଣା ପରେ ଏମି ସମସ୍ତଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ଯଦି ଶରୀରରେ କିଛି ଅସ୍ୱାଭାବିକ ପରିବର୍ତ୍ତନ ହେଉଛି ତେବେ ତାହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ। ନଚେତ୍ ତାଙ୍କ ଭଳି ଅବସ୍ଥା ଭୋଗିବାକୁ ପଡ଼ିପାରେ। ତେବେ ଏହି ମାମଲାରେ ଏମିଙ୍କ ସ୍ୱାମୀ ତାଙ୍କ ସାଥ୍ ଦେଇଥିବା ସେ କହିଛନ୍ତି।
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…
ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…
ଉଦଳା: ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…
ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…