ଅତ୍ୟଧିକ ମୋବାଇଲ୍‌ ବ୍ୟବହାର କରିବା ହେଲା କାଳ, ମହିଳାଙ୍କୁ କାଟିବାକୁ ପଡ଼ିଲା ଡାହାଣ ହାତ

ମୋବାଇଲ, ମୋବାଇଲ, ମୋବାଇଲ… ଆଜିକାଲି ସମସ୍ତଙ୍କ ମୁହଁରେ କେବଳ ଏହି ଗୋଟିଏ ଶବ୍ଦ ଶୁଣିବାକୁ ମିଳୁଛି। ଲୋକମାନେ ଏବେ ଏତେ ମାତ୍ରାରେ ମୋବାଇଲ ବ୍ୟବହାର କରୁଛନ୍ତି ଯେ ସକାଳୁ ଉଠିବା ପରଠୁ ରାତିରେ ଶୋଇବା ଯାଏଁ ତାଙ୍କ ଆଖେ ପାଖେ ରଖୁଛନ୍ତି। କିନ୍ତୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିବା ପରେ ଆପଣ ମୋବଇଲ ବ୍ୟବହାର କରିବାକୁ ଭୟ କରିବେ। କାରଣ ଅତ୍ୟଧିକ ମୋବାଇଲ ବ୍ୟବହାର କରିବା ଯୋଗୁ ଜଣେ ମହିଳାଙ୍କୁ ନିଜ ହାତ ହରାଇବାକୁ ପଡ଼ିଛି। ବିଶ୍ୱାସ ହେଉନଥିଲେ ମଧ୍ୟ କଥାଟି ସତ।

right hand amputated

ଆୟାର୍ଲ୍ୟାଣ୍ଡର ବାସିନ୍ଦା ୩୫ ବର୍ଷିୟା ଏମିଲୋରୀଙ୍କୁ ମୋବାଇଲ ବ୍ୟବହାର କରିବା ମହଙ୍ଗା ପଡ଼ିଛି। ଅତ୍ୟଧିକ ମୋବାଇଲ ବ୍ୟବହାର କରିବା ଯୋଗୁ ୨୦୧୮ ମସିହାରେ ଏମିଙ୍କ ହାତ କୁଣ୍ଡାଇ ହୋଇ ଫୁଲିଯାଇଥିଲା। ସେ ଏହାକୁ ଅଣଦେଖା କରିଥିଲେ। ମାତ୍ର ହାତରେ ଫୋଡ଼ି ଫୋଡ଼ି ହେବା ସହ ପୀଡ଼ା ବଢ଼ିଥିଲା। ପରେ ସେ ଡାକ୍ତରଙ୍କୁ ଦେଖାଇବାରୁ ଡାକ୍ତର ତାଙ୍କ ଟେଷ୍ଟ କରିଥିଲେ। ରିପୋର୍ଟ ଆସିବା ପରେ ଏମିଙ୍କ ହୋସ୍‌ ଉଡ଼ିଯାଇଥିଲା। ଅଧିକ ମୋବାଇଲ ବ୍ୟବହାର କରିବା କାରଣରୁ ତାଙ୍କୁ କ୍ୟାନସର ହୋଇଯାଇଥିଲା। ଡାକ୍ତର ତାଙ୍କୁ କହିଥିଲେ ଯେ କ୍ୟାନ୍‌ସର ହାତ ମାଧ୍ୟମରେ ପୂର ଶରୀରରେ ବ୍ୟାପିଯାଇଛି। ଏହାକୁ ରୋକିବା ପାଇଁ ହାତ କାଟିବା ବ୍ୟତୀତ ଆଉ କିଛି ବିକଳ୍ପ ନାହିଁ।

right hand amputated

ପରେ ଡାକ୍ତର ଅପରେସନ୍‌ କରି ଏମିଙ୍କ ହାତ କାଟିଥିଲେ। ଏହି ଘଟଣା ପରେ ଏମି ସମସ୍ତଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ଯଦି ଶରୀରରେ କିଛି ଅସ୍ୱାଭାବିକ ପରିବର୍ତ୍ତନ ହେଉଛି ତେବେ ତାହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ। ନଚେତ୍‌ ତାଙ୍କ ଭଳି ଅବସ୍ଥା ଭୋଗିବାକୁ ପଡ଼ିପାରେ। ତେବେ ଏହି ମାମଲାରେ ଏମିଙ୍କ ସ୍ୱାମୀ ତାଙ୍କ ସାଥ୍‌ ଦେଇଥିବା ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.