ଲୋକସଭାରେ ଚାକିରି ସୁଯୋଗ, ଆବେଦନ କରିବାକୁ ହାତରେ ଆଉ ମାତ୍ର ଗୋଟିଏ ଦିନ ବାକି

ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଭାରତର ସଂସଦ, ଲୋକସଭାରେ ଖାଲି ପଡ଼ିଛି ଏକାଧିକ ପଦବୀ। ଏନେଇ ବିଜ୍ଞାପନ ଜାରି କରାଯାଇଛି। ବିଜ୍ଞାପନ ମୁତାବକ ଲୋକସଭାରେ ୪୭ ପଦ ପାଇଁ ନିଯୁକ୍ତି ବାହାରିଛି। ମାତ୍ର ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ନିକଟରେ ଆଉ ସମୟ ନାହିଁ। ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଆସନ୍ତାକାଲି ବା ୨୭ ଜୁଲାଇ ୨୦୨୦ ପୂର୍ବରୁ ଆବେଦନ କରିପାରିବେ। ଆସନ୍ତୁ ଜାଣିବା ଏହି ନିଯୁକ୍ତି ସମ୍ବନ୍ଧୀୟ ଅଧିକ ବିବରଣୀ…

ଅଫଲାଇନ୍‌ ଆବେଦନର ଶେଷ ତାରିଖ– ୨୭ ଜୁଲାଇ ୨୦୨୦

ପଦ ସଂଖ୍ୟା– ୪୭

Get ready for a younger, more gender-balanced Lok Sabha

ପଦ ନାମ– ଟ୍ରାନ୍ସଲେଟର

ଶିକ୍ଷାଗତ ଯୋଗ୍ୟତା– ଇଂରାଜୀରେ ମାଷ୍ଟର ଡିଗ୍ରୀ ଓ ହିନ୍ଦୀରେ ସ୍ନାତକୋତ୍ତର ଡିଗ୍ରୀ

ବୟସ ସୀମା– ସର୍ବାଧିକ ୨୭ ବର୍ଷ

ଏମିତି କରନ୍ତୁ ଆବେଦନ– ଇଚ୍ଛୁକ ପ୍ରାର୍ଥୀ ୨୭ ଜୁଲାଇ ୨୦୨୦ କିମ୍ବା ତା’ ପୂର୍ବରୁ ଭାରତ ସଂସଦ ଓ ଲୋକସଭା ପୋଷ୍ଟ ପାଇଁ ଆବେଦନ କରିପାରିବେ। ଆବେଦନ ପତ୍ର ପୂରଣ କରିସାରିବା ପରେ ଦରକାରୀ କାଗଜପତ୍ରକୁ ସ୍କାନ୍‌ କରି [email protected] ଏହି ମେଲ ଆଇଡିକୁ ପଠାଇଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.