ବ୍ୟବସାୟ ଓ ଅର୍ଥନୀତି

ରିଚାର୍ଜ ପାଇଁ ଚିନ୍ତା ନାହିଁ, ଏୟାରଟେଲ ଏବଂ ଭୋଡଫୋନ ଆଇଡିଆ ୩ ମେ ପର୍ଯ୍ୟନ୍ତ ବଢାଇଲେ ବୈଧତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଲକଡାଉନକୁ ୩ ମେ ପର୍ଯ୍ୟନ୍ତ ବଢାଇବା ପାଇଁ ଘୋଷଣା କରିଛନ୍ତି। ଲକଡାଉନର ଅବଧି ବଢିବା ପରେ ଗ୍ରାହକଙ୍କ ସାହାଯ୍ୟ ପାଇଁ ଟେଲିକମ କମ୍ପାନୀ ମଧ୍ୟ ଆଗକୁ ଆସିଛନ୍ତି। ଏୟାରଟେଲ ଏବଂ ଭୋଡଫୋନ ଆଇଡିଆ ଗ୍ରାହକଙ୍କ ପାଇଁ ଉତ୍ତମ ସେବା ଯୋଗାଇଛି। ଯାହା ଫଳରେ ଏହି ଟେଲିକମ କମ୍ପାନୀ ମୋବାଇଲ ୟୁଜର୍ସଙ୍କ ବୈଧତା ତିନି ମାସ ପର୍ଯ୍ୟନ୍ତ ବଢ଼ାଯିବ ବୋଲି ଘୋଷଣା କରିଛି ଯେଉଁ ମାନଙ୍କର ବୈଧତା ଏହି ମାସରେ ଶେଷ ହେଉଥିବ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଲକଡାଉନରେ ମଧ୍ୟ ଟେଲିକମ କମ୍ପାନୀ ନିଜ ମୋବାଇଲ ୟୁଜର୍ସଙ୍କ ବୈଧତାକୁ ୧୭ ଏପ୍ରିଲ ପର୍ଯ୍ୟନ୍ତ ଘୋଷଣା କରିଛନ୍ତି। ଯେଉଁ ପ୍ରି-ପେଡ ଗ୍ରାହକଙ୍କ ଭ୍ୟାଲିଡିଟି ଶେଷ ହୋଇଯାଇଛି କିମ୍ବା ଶେଷ ହେବାକୁ ଅଛି ସେମାନଙ୍କୁ ଲକଡାଉନରେ କୌଣସି ପ୍ରକାର ସମସ୍ୟା ହେବନାହିଁ ଏବଂ ୩ ମେ ପର୍ଯ୍ୟନ୍ତ ତାଙ୍କ ଇନକମିଙ୍ଗ ଚାଲୁ ରହିବ। କିନ୍ତୁ jio ଏବେ ପର୍ଯ୍ୟନ୍ତ ବୈଧତା ବଢାଇବା କଥା ଏଯାଏଁ କହିନାହିଁ।

ଏହାପୂର୍ବରୁ ଟେଲିକମ କମ୍ପାନୀ ଗୁଡିକ ଏଟିଏମ ଏବଂ ମିସଡକଲ ଜରିଆରେ ମୋବାଇଲ ରିଚାର୍ଜ କରିବାର ସୁବିଧା ଦେଇସାରିଛି। ଏହାବ୍ୟତୀତ କମ୍ପାନୀ ସେହି ଲୋକମାନଙ୍କୁ ମଧ୍ୟ ୪-୬ ପ୍ରତିଶତ କମିସନ ଦେଉଛି ଯେଉଁମାନେ ଅନ୍ୟ ମାନଙ୍କର ରିଚାର୍ଜ କରୁଛନ୍ତି।

Pritiparna

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କିଛି ନୂଆ କାର୍ଯ୍ୟ ଆରମ୍ଭ କରିବେ

ମେଷ : ବାକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ…

39 mins ago

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପାଣ୍ଡିଆନଙ୍କ ଦିଲ୍ଲୀ ଗସ୍ତ :ସସ୍ମିତ

ଭୁବନେଶ୍ୱର  : ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ଯାଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ପାଣ୍ଡିଆନଙ୍କ ଦିଲ୍ଲୀ ଗସ୍ତକୁ…

2 hours ago

ଫିସୁ ବିଶ୍ୱ ବିଶ୍ୱବିଦ୍ୟାଳୟ ରଗ୍‍ବୀ ୭-ଏସ୍‍ ଚାମ୍ପିୟନ୍‍ସିପରେ କିଟ୍‍ ବିଶ୍ୱବିଦ୍ୟାଳୟର ୩ଜଣ ଖେଳାଳି

ଫ୍ରାନ୍‍ସର ଏକ୍‍ସ ଏନ୍‍ ରାଜ୍ୟରେ ଜୁନ୍‍ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଫିସୁ ବିଶ୍ୱ ବିଶ୍ୱବିଦ୍ୟାଳୟ…

4 hours ago

ଆସନ୍ତା ୯ ତାରିଖରେ ଶପଥ ନେବେ ନରେନ୍ଦ୍ର ମୋଦି, କେନ୍ଦ୍ର କ୍ୟାବିନେଟରେ ଓଡ଼ିଶାର କେତେଜଣ ନେଇ ଚର୍ଚ୍ଚା

ଆସନ୍ତା ୯ ତାରିଖରେ ଶପଥ ନେବେ ନରେନ୍ଦ୍ର ମୋଦି । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ…

5 hours ago

ନବୀନ ଆମ ପୁଅ ଠୁ ଅଧିକ ଥିଲେ, ଏକଥା କହି କାନ୍ଦୁଛନ୍ତି ମାଆ ମାନେ

ଆଖିରେ ଲୁହର ଧାର । ନବୀନଙ୍କ ଫଟୋ ଆଗରେ କାନ୍ଦୁଛନ୍ତି ଜଣେ ମା । କହୁଥିଲେ…ପୁଅ ଥିଲା ଆମର ।…

5 hours ago

ସାବିତ୍ରୀ ବ୍ରତରେ ପୂଜା ପାଇଥାଆନ୍ତେ ତା ପୂର୍ବରୁ ଉଠିଲା କୋକେଇ

ସାବିତ୍ରୀ ବ୍ରତରେ ସତ୍ୟବାନ୍‌ ହୋଇ ପୂଜା ପାଇ ଥାଆନ୍ତେ । ତା ପୂର୍ବରୁ ଘଟିଗଲା ଏପରି କିଛି । ମୃତକଙ୍କ…

5 hours ago