Below header

ରିଚାର୍ଜ ପାଇଁ ଚିନ୍ତା ନାହିଁ, ଏୟାରଟେଲ ଏବଂ ଭୋଡଫୋନ ଆଇଡିଆ ୩ ମେ ପର୍ଯ୍ୟନ୍ତ ବଢାଇଲେ ବୈଧତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଲକଡାଉନକୁ ୩ ମେ ପର୍ଯ୍ୟନ୍ତ ବଢାଇବା ପାଇଁ ଘୋଷଣା କରିଛନ୍ତି। ଲକଡାଉନର ଅବଧି ବଢିବା ପରେ ଗ୍ରାହକଙ୍କ ସାହାଯ୍ୟ ପାଇଁ ଟେଲିକମ କମ୍ପାନୀ ମଧ୍ୟ ଆଗକୁ ଆସିଛନ୍ତି। ଏୟାରଟେଲ ଏବଂ ଭୋଡଫୋନ ଆଇଡିଆ ଗ୍ରାହକଙ୍କ ପାଇଁ ଉତ୍ତମ ସେବା ଯୋଗାଇଛି। ଯାହା ଫଳରେ ଏହି ଟେଲିକମ କମ୍ପାନୀ ମୋବାଇଲ ୟୁଜର୍ସଙ୍କ ବୈଧତା ତିନି ମାସ ପର୍ଯ୍ୟନ୍ତ ବଢ଼ାଯିବ ବୋଲି ଘୋଷଣା କରିଛି ଯେଉଁ ମାନଙ୍କର ବୈଧତା ଏହି ମାସରେ ଶେଷ ହେଉଥିବ।

airtelଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଲକଡାଉନରେ ମଧ୍ୟ ଟେଲିକମ କମ୍ପାନୀ ନିଜ ମୋବାଇଲ ୟୁଜର୍ସଙ୍କ ବୈଧତାକୁ ୧୭ ଏପ୍ରିଲ ପର୍ଯ୍ୟନ୍ତ ଘୋଷଣା କରିଛନ୍ତି। ଯେଉଁ ପ୍ରି-ପେଡ ଗ୍ରାହକଙ୍କ ଭ୍ୟାଲିଡିଟି ଶେଷ ହୋଇଯାଇଛି କିମ୍ବା ଶେଷ ହେବାକୁ ଅଛି ସେମାନଙ୍କୁ ଲକଡାଉନରେ କୌଣସି ପ୍ରକାର ସମସ୍ୟା ହେବନାହିଁ ଏବଂ ୩ ମେ ପର୍ଯ୍ୟନ୍ତ ତାଙ୍କ ଇନକମିଙ୍ଗ ଚାଲୁ ରହିବ। କିନ୍ତୁ jio ଏବେ ପର୍ଯ୍ୟନ୍ତ ବୈଧତା ବଢାଇବା କଥା ଏଯାଏଁ କହିନାହିଁ।

ଏହାପୂର୍ବରୁ ଟେଲିକମ କମ୍ପାନୀ ଗୁଡିକ ଏଟିଏମ ଏବଂ ମିସଡକଲ ଜରିଆରେ ମୋବାଇଲ ରିଚାର୍ଜ କରିବାର ସୁବିଧା ଦେଇସାରିଛି। ଏହାବ୍ୟତୀତ କମ୍ପାନୀ ସେହି ଲୋକମାନଙ୍କୁ ମଧ୍ୟ ୪-୬ ପ୍ରତିଶତ କମିସନ ଦେଉଛି ଯେଉଁମାନେ ଅନ୍ୟ ମାନଙ୍କର ରିଚାର୍ଜ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.