ଦିନକୁ ଦିନ ମାରାତ୍ମକ ହେଉଛି କରୋନା ଭାଇରସ ଅନ୍ତତଃ ଦୁଇବର୍ଷ ସୋସିଆଲ ଡିଷ୍ଟାନସିଂ ଜରୁରୀ ବୋଲି କହିଲେ ବୈଜ୍ଞାନିକ

ସାରା ଦୁନିଆ ସାମ୍ନାରେ ଆଜି ଏକ ଭୟଙ୍କର ସମସ୍ୟା ରୂପେ ଠିଆହୋଇଛି କରୋନା । ଏଥିପାଇଁ ବିଶ୍ଵର ଅଧାରୁ ଅଧିକ ଦେଶ ଏବେ ଲକଡାଉନ ହୋଇ ରହିଛି । ତେବେ କରୋନାର ପ୍ରଭାବ ଟିକିଏ କମିବା ପରେ ନିଜ ଦେଶରୁ ଲକଡାଉନ ହଟାଇବା ପାଇଁ କିଛି ଦେଶ ଏବେ ଯୋଜନା ଚଳାଇଛନ୍ତି । ଏପରିକି ଚୀନ ନିଜ ଦେଶରୁ ଲକଡାଉନ ହଟାଇ ଦେଇଥିବା ବେଳେ ପୁଣିଥରେ ଏହି ଭୁତାଣୁ ଚୀନକୁ ଫେରୁଥିବା ଦେଖିବାକୁ ମିଳିଛି । ଏସବୁକୁ ଧ୍ୟାନରେ ରଖି ବୈଜ୍ଞାନିକମାନେ କହିଛନ୍ତି ଯେ ଅନ୍ତତଃ ଦୁଇ ବର୍ଷ ପର୍ଯ୍ୟନ୍ତ ସୋସିଆଲ ଡିଷ୍ଟାନ୍ସିଂ ଜରୁରୀ । କାରଣ ଏହି ନିୟମକୁ ପ୍ରତ୍ୟାହାର କରିନେଲେ ମାନବ ଜାତି ପୁଣି ଥରେ ମହାମାରୀ ଭୂତାଣୁ ଶିକାର ହୋଇପାରେ ବୋଲି ଆମେରିକାସ୍ଥିତ ହାର୍ଭାର୍ଡ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । କରୋନା ଯୁଦ୍ଧରେ ଜିତିବାକୁ ହେଲେ ଆଗାମୀ ୨ ବର୍ଷ ଅର୍ଥାତ ୨୦୨୨ ମସିହା ପର୍ଯ୍ୟନ୍ତ ମଣିଷକୁ ସାମାଜିକ ଦୂରତା ପାଳନ କରିବାକୁ ହେବ । ମଣିଷ ଯଦି କରୋନା ମୁକାବିଲା କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରେ ତେବେ ଏହି ଭୂତାଣୁ ଆହୁରି ଘାତକ ହୋଇପାରେ ।

ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ ସାମାଜିକ ଦୂରତାକୁ କଡ଼ାକଡ଼ି ଭାବେ ପାଳନ କରାଗଲେ କରୋନା ଭୂତାଣୁ ପୁନର୍ବାର ବ୍ୟାପିପାରିବ ନାହିଁ । କାରଣ ଏହି ଭାଇରସ ବହୁତ ମାରାତ୍ମକ ଅଟେ ଯାହାକି ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି । ଏହା ସମୟ ସମୟରେ ରଙ୍ଗ ବଦଳାଉଥିବା ଏକ ଭୟଙ୍କର ଭୂତାଣୁ । କାହାଠାରେ ଏହାର ଲକ୍ଷଣ ଦେଖାଯାଉଛି ତ ଅନ୍ୟ କାହାଠାରେ କୌଣସି ଲକ୍ଷଣ ମିଳୁନାହିଁ । ନିକଟରେ ଚୀନରେ ପରିସ୍ଥିତି ସାମାନ୍ୟ ସୁଧୁରିବା ପରେ ଏହା ପୁଣି ଥ​‌ରେ ଫେରିଛି । ଯେକୌଣସି ରାଷ୍ଟ୍ରରେ ବି ଏଭଳି ପରିସ୍ଥିତି ଉପୁଜିପାରେ । ତେଣୁ ଏହାକୁ ପୁନର୍ବାର ବ୍ୟାପିବାରୁ ରୋକିବା ଲାଗି ସାବଧାନତା ବା ସତର୍କତା ଏକମାତ୍ର ଏବଂ ସର୍ବଶ୍ରେଷ୍ଠ ଉପଚାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.