ଭାରତୀୟ ନୌସେନାର ୨୧ଜଣ ଯବାନ କରୋନା ସଂକ୍ରମିତ, ଆଇଏନ୍‌ଏସ୍‌ ଆଙ୍ଗ୍ରେ ବେସ୍‌ରେ ଏକାଧିକ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଭାରତୀୟ ନୌସେନାର ଯବାନଙ୍କୁ କରୋନା । ପ୍ରଥମ ଥର ପାଇଁ ନୌସେନାର ଯବାନମାନେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି । ୨୧ ଜଣ ଯବାନଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ଜଣାପଡ଼ିଛି । ଆଇଏନ୍‌ଏସ୍‌ ଆଙ୍ଗ୍ରେ ବେସ୍‌ରୁ ଏକାଧିକ ପଜିଟିଭ୍‌ ଆସିଛି । ସମସ୍ତଙ୍କୁ ନଭୀ ମୁମ୍ବାଇ ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିପରି ଆଉ କିଛି ଯବାନଙ୍କ ନମୁନା ପରୀକ୍ଷା କରାଯାଇଛି । ସେମାନଙ୍କ ରିପୋର୍ଟ ଆସିନାହିଁ । ଏହା ପୂର୍ବରୁ ଭାରତୀୟ ଆର୍ମିର ୮ ଜଣ ଯବାନ କରୋନା ସଂକ୍ରମିତ ହୋଇଥିଲେ । ଏମାନଙ୍କ ମଧ୍ୟରେ ଦୁଇ ଜଣ ଡାକ୍ତର ଓ ଜଣେ ନର୍ସ ସାମିଲ ଥିଲେ । ଆମେରିକାରେ ମଧ୍ୟ ନେଭାଲ୍‌ ବେସ୍‌ରୁ କରୋନା ପଜେଟିଭ୍‌ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.