Below header

ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୪ ହଜାର ୧୨୬ରେ ପହଁଞ୍ଚିଛି, ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ଟପିଲା

ନୂଆଦିଲ୍ଲୀ: ବିଶ୍ୱରେ ବଢି ବଢି ଚାଲିଛି ମହାମାରୀ କରୋନା ବିପର୍ଯ୍ୟୟ । ବିଶ୍ୱର ୨୧୦ ଦେଶରେ ଏଯାଏ ୨୨ ଲକ୍ଷ ୪୮ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୪ ହଜାର ୧୨୬ରେ ପହଁଞ୍ଚିଛି । ୫ ଲକ୍ଷ ୭୦ ହଜାର ଲୋକ ସଂକ୍ରମଣରୁ ସୁସ୍ଥ ହୋଇସାରିଲେଣି । ସବୁଠୁ ଅଧିକ ପ୍ରଭାବିତ ହୋଇଛି ଆମେରିକା । ଆମେରିକାରେ ୭ ଲକ୍ଷ ଆକ୍ରାନ୍ତ ହୋଇଥିବା ବେଳେ ୩୭ ହଜାର ୧୩୫ ଜଣଙ୍କର ମୃତ୍ୟୁ ହୋଇଛି।

CHINAସ୍ପେନ୍‌ରେ ୧ ଲକ୍ଷ ୯୦ ହଜାର ଆକ୍ରାନ୍ତ ହୋଇଥିବା ବେଳେ ୨୦ ହଜାର ୨ ଜଣଙ୍କର ମୃତ୍ୟୁ ହୋଇଛି । ଇଟାଲୀରେ ୧ଲକ୍ଷ ୭୨ହଜାର ଆକ୍ରାନ୍ତ ହୋଇଥିବା ବେଳେ ୨୨ ହଜାର ୭୪୫ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ଫ୍ରାନ୍ସରେ ୧ ଲକ୍ଷ ୭୨ହଜାର ଆକ୍ରାନ୍ତ ହୋଇଥିବା ବେଳେ ୧୮ ହଜାର ୬୮୧ ଜଣଙ୍କର ମୃତ୍ୟୁ ହୋଇଛି । ଜର୍ମାନୀରେ ୧ଲକ୍ଷ ୪୭ ହଜାର ଆକ୍ରାନ୍ତ ହୋଇଥିବା ବେଳେ ୪ ହଜାର ୩୫୨ ଜଣଙ୍କର ଜୀବନ ଗଲାଣି । ଚୀନ୍‌ରେ ୮୨ ହଜାର ଆକ୍ରାନ୍ତ ହୋଇଥିବା ବେଳେ ୪ ହଜାର ୬୩୨ ଜଣଙ୍କର ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.