ବ୍ୟବସାୟ ଓ ଅର୍ଥନୀତି

ବାଇକର କ୍ଲଚ୍‌ ଖରାପ ହେବା ପୂର୍ବରୁ ମିଳିଥାଏ ଏହି ସଂକେତ, ଭୁଲରେ ବି କରନ୍ତୁନି ଅଣଦେଖା

ଅନେକ ଲୋକ ମୋଟରସାଇକେଲ ଦ୍ୱାରା ଦୂର ସ୍ଥାନକୁ ଯାତ୍ରା କରନ୍ତି । ଏଭଳି ପରିସ୍ଥିତିରେ ଆପଣଙ୍କୁ ବାଇକ୍ ର ଖାସ୍‌ ଧ୍ୟାନ ନେବାକୁ ପଡିବ । ଏଥିରେ ବାଇକ୍ ର କ୍ଲଚ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ବାଇକକୁ ଚଳାଇବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା କ୍ଲଚ୍‌ ର ଥାଏ । ଏପରି ପରିସ୍ଥିତିରେ କ୍ଲଚ୍ ଖରାପ ହେଲେ କେଉଁ ପ୍ରକାରର ସିଗନାଲ ଦେଇଥାଏ ଜାଣିଛନ୍ତି କି ? ଏହି ସିଗନାଲ ଜାଣିପାରିଲେ, ଆପଣ ବାଇକକୁ ଠିକ୍ ସମୟରେ ମରାମତି କରିପାରିବେ ।

ଯଦି ବାଇକ୍ ର କ୍ଲଚ୍ ଫେଲ୍‌ ହୁଏ, ତେବେ ମୋଟର ସାଇକେଲର ମାଇଲେଜ୍ କମିଯାଏ । କ୍ଲଚ୍ ପ୍ଲେଟ୍ ଖରାପ ହୋଇଗଲେ ଟ୍ରାନ୍ସମିସନ ସମୟରେ ଅଧିକ ତେଲ ଖର୍ଚ୍ଚ ହୋଇଥାଏ । ଏଭଳି ପରିସ୍ଥିତିରେ ଏହା ସିଧାସଳଖ ମାଇଲେଜ୍ ଉପରେ ପ୍ରଭାବ ପକାଇଥାଏ ।

ଯଦି ବାଇକ୍ ର କ୍ଲଚ୍ ସବୁବେଳେ ଖସିଯାଉଛି ତେବେ ଆପଣମାନେ ବୁଝିଯିବା ଉଚିତ୍ ଯେ ମୋଟରସାଇକେଲର କ୍ଲଚ୍ ଫେଲ୍‌ ହୋଇଛି । ଇଞ୍ଜିନର RPM ବଢ଼ିଯାଏ ଏବଂ ଗିଅରଶିଫ୍ଟ ସମୟରେ ସ୍ପିଡ୍‌ ବଢ଼େ ନାହିଁ । ଖରାପ ହୋଇଯାଇଥିବା କ୍ଲଚ୍ ପ୍ଲେଟ୍ ଟର୍କକୁ କ୍ଷତି ପହଞ୍ଚାଏ ।

ଯେତେବେଳେ ବି ବାଇକର ପିକଅପ୍ ଏବଂ ଏକ୍ସଲେଟେସନରେ ଫରକ ଆସେ ସେତେବେଳେ ବାଇକର କ୍ଲଚ୍ ନଷ୍ଟ ହୋଇଯାଇଛି କି ନାହିଁ ତାହା ଥରେ ଯାଞ୍ଚ କରିବା ଉଚିତ୍ । ଯଦି ଏଭଳି କିଛି ସମସ୍ୟା ଦେଖାଯାଉଛି ତେବେ ଆପଣ ତୁରନ୍ତ କ୍ଲଚ୍ ପ୍ଲେଟ୍ ବଦଳାଇବା ଉଚିତ୍ ହେବ ।

ବାଇକ୍ ରାଇଡିଂ ସମୟରେ ଗିଅର ଲିଭରରୁ ଭ୍ରାଇବେସନ୍‌ ଆସୁଥିଲେ ଏହାକୁ ଅଣଦେଖା କରାଯିବା ଉଚିତ୍ ନୁହେଁ । ଏହା କ୍ଲଚ୍ ପ୍ଲେଟ ଖରାପ ହୋଇଥିବା ନେଇ ଏକ ସଙ୍କେତ ହୋଇପାରେ ।

ବାଇକ୍ ଚଲାଇବା ସମୟରେ ଯଦି ଇଞ୍ଜିନରୁ କୌଣସି ପ୍ରକାରର ଅଜବ ଶବ୍ଦ ଶୁଣାଯାଉଛି, ତେବେ କ୍ଲଚ୍ ପ୍ଲେଟ୍ ଥରେ ଯାଞ୍ଚ କରିବା ଆବଶ୍ୟକ । କ୍ଲଚ୍ ପ୍ଲେଟକୁ ଠିକ୍ ସମୟରେ ଯାଞ୍ଚ କରିବା ଦ୍ୱାରା ଅଜଥା ଖର୍ଚ୍ଚ ଏବଂ କ୍ଷତିକୁ ଏଡାଇ ପାରିବେ ।

Subhalaxmi Das

Recent Posts

ଭୋଟ ଦେଉଛି ଯାଜପୁର,ବାଲେଶ୍ୱର,ଜଗତସିଂପୁର,ଭଦ୍ରକ: ବୁଥ୍ ସମ୍ମୁଖରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଯାଜପୁର/ବାଲେଶ୍ୱର/ଜଗତସିଂପୁର/ଭଦ୍ରକ(କେନ୍ୟୁଜ୍‌): ଯାଜପୁର ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ ୧୫…

4 mins ago

କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ

କେନ୍ଦ୍ରାପଡ଼ା (କେନ୍ୟୁଜ୍‌): କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ…

27 mins ago

ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ, ଫାଇବର ବ୍ୟାରିକେଡରେ ଲାଗିଲା ନିଆଁ

ପୁରୀ(କେନ୍ୟୁଜ୍‌): ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ । ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ଲାଗିଲା ନିଆଁ । ମନ୍ଦିର…

48 mins ago

୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ: ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ

କେନ୍ୟୁଜ୍‌: ୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ। ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ।…

59 mins ago

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

9 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

11 hours ago