ବାଇକର କ୍ଲଚ୍ ଖରାପ ହେବା ପୂର୍ବରୁ ମିଳିଥାଏ ଏହି ସଂକେତ, ଭୁଲରେ ବି କରନ୍ତୁନି ଅଣଦେଖା
ବାଇକକୁ ଚଳାଇବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା କ୍ଲଚ୍ ର ଥାଏ । ଏପରି ପରିସ୍ଥିତିରେ କ୍ଲଚ୍ ଖରାପ ହେଲେ କେଉଁ ପ୍ରକାରର ସିଗନାଲ ଦେଇଥାଏ ଜାଣିଛନ୍ତି କି ? ଏହି ସିଗନାଲ ଜାଣିପାରିଲେ, ଆପଣ ବାଇକକୁ ଠିକ୍ ସମୟରେ ମରାମତି କରିପାରିବେ ।

ଅନେକ ଲୋକ ମୋଟରସାଇକେଲ ଦ୍ୱାରା ଦୂର ସ୍ଥାନକୁ ଯାତ୍ରା କରନ୍ତି । ଏଭଳି ପରିସ୍ଥିତିରେ ଆପଣଙ୍କୁ ବାଇକ୍ ର ଖାସ୍ ଧ୍ୟାନ ନେବାକୁ ପଡିବ । ଏଥିରେ ବାଇକ୍ ର କ୍ଲଚ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ବାଇକକୁ ଚଳାଇବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା କ୍ଲଚ୍ ର ଥାଏ । ଏପରି ପରିସ୍ଥିତିରେ କ୍ଲଚ୍ ଖରାପ ହେଲେ କେଉଁ ପ୍ରକାରର ସିଗନାଲ ଦେଇଥାଏ ଜାଣିଛନ୍ତି କି ? ଏହି ସିଗନାଲ ଜାଣିପାରିଲେ, ଆପଣ ବାଇକକୁ ଠିକ୍ ସମୟରେ ମରାମତି କରିପାରିବେ ।
ଯଦି ବାଇକ୍ ର କ୍ଲଚ୍ ଫେଲ୍ ହୁଏ, ତେବେ ମୋଟର ସାଇକେଲର ମାଇଲେଜ୍ କମିଯାଏ । କ୍ଲଚ୍ ପ୍ଲେଟ୍ ଖରାପ ହୋଇଗଲେ ଟ୍ରାନ୍ସମିସନ ସମୟରେ ଅଧିକ ତେଲ ଖର୍ଚ୍ଚ ହୋଇଥାଏ । ଏଭଳି ପରିସ୍ଥିତିରେ ଏହା ସିଧାସଳଖ ମାଇଲେଜ୍ ଉପରେ ପ୍ରଭାବ ପକାଇଥାଏ ।
ଯଦି ବାଇକ୍ ର କ୍ଲଚ୍ ସବୁବେଳେ ଖସିଯାଉଛି ତେବେ ଆପଣମାନେ ବୁଝିଯିବା ଉଚିତ୍ ଯେ ମୋଟରସାଇକେଲର କ୍ଲଚ୍ ଫେଲ୍ ହୋଇଛି । ଇଞ୍ଜିନର RPM ବଢ଼ିଯାଏ ଏବଂ ଗିଅରଶିଫ୍ଟ ସମୟରେ ସ୍ପିଡ୍ ବଢ଼େ ନାହିଁ । ଖରାପ ହୋଇଯାଇଥିବା କ୍ଲଚ୍ ପ୍ଲେଟ୍ ଟର୍କକୁ କ୍ଷତି ପହଞ୍ଚାଏ ।
ଯେତେବେଳେ ବି ବାଇକର ପିକଅପ୍ ଏବଂ ଏକ୍ସଲେଟେସନରେ ଫରକ ଆସେ ସେତେବେଳେ ବାଇକର କ୍ଲଚ୍ ନଷ୍ଟ ହୋଇଯାଇଛି କି ନାହିଁ ତାହା ଥରେ ଯାଞ୍ଚ କରିବା ଉଚିତ୍ । ଯଦି ଏଭଳି କିଛି ସମସ୍ୟା ଦେଖାଯାଉଛି ତେବେ ଆପଣ ତୁରନ୍ତ କ୍ଲଚ୍ ପ୍ଲେଟ୍ ବଦଳାଇବା ଉଚିତ୍ ହେବ ।
ବାଇକ୍ ରାଇଡିଂ ସମୟରେ ଗିଅର ଲିଭରରୁ ଭ୍ରାଇବେସନ୍ ଆସୁଥିଲେ ଏହାକୁ ଅଣଦେଖା କରାଯିବା ଉଚିତ୍ ନୁହେଁ । ଏହା କ୍ଲଚ୍ ପ୍ଲେଟ ଖରାପ ହୋଇଥିବା ନେଇ ଏକ ସଙ୍କେତ ହୋଇପାରେ ।
ବାଇକ୍ ଚଲାଇବା ସମୟରେ ଯଦି ଇଞ୍ଜିନରୁ କୌଣସି ପ୍ରକାରର ଅଜବ ଶବ୍ଦ ଶୁଣାଯାଉଛି, ତେବେ କ୍ଲଚ୍ ପ୍ଲେଟ୍ ଥରେ ଯାଞ୍ଚ କରିବା ଆବଶ୍ୟକ । କ୍ଲଚ୍ ପ୍ଲେଟକୁ ଠିକ୍ ସମୟରେ ଯାଞ୍ଚ କରିବା ଦ୍ୱାରା ଅଜଥା ଖର୍ଚ୍ଚ ଏବଂ କ୍ଷତିକୁ ଏଡାଇ ପାରିବେ ।