ବ୍ୟବସାୟ ଓ ଅର୍ଥନୀତି

ବଢିଲା ସୁନା ଦର, ଜାଣନ୍ତୁ କେତେ ହେଲା ଗ୍ରାମ ପ୍ରତି ଦାମ୍

ଚାଲିଛି ପାର୍ବଣ ଋତୁ। ଆଉ ଏହିସମୟରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ମନଲୋଭା ଅଫର ଦେଇଥାନ୍ତି ସୁନା ଦେକାନୀ। ସୁନା ଦୋକାନୀ ଗଢା ମଜୁରୀ ଉପରେ କିଛି ପ୍ରତିଶତ ଛାଡ କରି ଗ୍ରାହକଙ୍କୁ ଆକର୍ଷିତ କରିଥାନ୍ତି। ତେବେ ଆପଣ ଯଦି ସୁନା କିଣିବାକୁ ଚାହୁଁଛନ୍ତି, ତେବେ ଆଜି ହିଁ କିଣିଆଣନ୍ତୁ। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୬,୬୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୦,୮୭୦ ଟଙ୍କା ରହିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬, ୭୫୦ ଟଙ୍କା ଓ ୫୧, ୦୦୦ ଟଙ୍କା ହୋଇଛି।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୭, ୬୦୦ ଟଙ୍କା ଓ ୫୧, ୯୩୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୬, ୯୦୦ ଟଙ୍କା ଓ ୫୧, ୧୫୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୭,୯୨୭ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୨, ୨୮୫ ଟଙ୍କା ଥିବା ରେକର୍ଡ ହୋଇଛି। ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୬, ୭୫୦ ଟଙ୍କା ଓ ୫୧, ୦୦୦ ଟଙ୍କା ରହିଛି।

ସେହିପରି ଆଜି ରୁପା ମୂଲ୍ୟ ବି ବୃଦ୍ଧି ପାଇଛି। ଆଜି ରୁପା କିଲୋଗ୍ରାମ ପ୍ରତି ୫୭,୩୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

Barsha

Recent Posts

କନ୍ୟାକୁମାରୀରେ ଧ୍ୟାନରୁ ଉଠିଲେ ପ୍ରଧାନମନ୍ତ୍ରୀ ମୋଦି, ସକାଳେ ପ୍ରଦାନ କରିଥିଲେ ସୂର୍ଯ୍ୟ ଅର୍ଘ୍ୟ

ଧ୍ୟାନରୁ ଉଠିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କନ୍ୟାକୁମାରୀର ବିବେକାନନ୍ଦ ପଥର ସ୍ମାରକୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାଧନାର ଆଜି ଥିଲା…

1 min ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

38 mins ago

ଦିନ ଗୋଟାଏ ସୁଦ୍ଧା ରାଜ୍ୟରେ ହାରାହାରି ୩୭.୬୪% ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ । ଦିନ…

50 mins ago

ଝାଡ଼ଖଣ୍ଡ: ମାଛ ବୋଝେଇ ଗାଡ଼ି ଓଲଟିଲା, ରାସ୍ତାରୁ ଥାଇ ମାଗୁର ବୋହିନେଲେ ସ୍ଥାନୀୟ ଲୋକେ

ଝାଡ଼ଖଣ୍ଡର ଧନବାଦରେ ଏକ ମାଛ ବୋଝେଇ ଗାଡ଼ି ଦୁର୍ଘଟଣାର ଶିକାର ହୋଇଛି । ଏଠାରେ ରାସ୍ତାରେ ଯାଉଥିବା ବେଳେ ଗାଡ଼ିଟି…

53 mins ago

ଦିନ ୧୦ଟାରୁ ୩ଟା ଯାଏ ପ୍ରଚଣ୍ଡ ଖରାରେ ଘରୁ ନ ବାହାରିବାକୁ ଅପିଲ୍

ଭୁବନେଶ୍ୱର(କେନ୍ୟୁଜ୍‌) : ପ୍ରବଳ ଖରାକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କୁ ସତର୍କ କଲେ ମୁଖ୍ୟ ସଚିବ ପ୍ରଦୀପ ଜେନା । ଗତ…

1 hour ago

ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକରେ ମେଧାବୀ ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ଶିକ୍ଷୟତ୍ରୀ

ମହାନତା ଦେଖାଇଲେ ଶିକ୍ଷୟତ୍ରୀ । ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ…

1 hour ago