ବ୍ୟବସାୟ ଓ ଅର୍ଥନୀତି

କଣ ଆପଣଙ୍କ ପାଖରେ ଅଛି କି ଏଚଡିଏଫସି ବ୍ୟାଙ୍କର କ୍ରେଡିଟ୍‌ କାର୍ଡ, ତାହେଲେ ୧ ସେପ୍ଟେମ୍ବରରୁ ଲେଟ ପେମେଣ୍ଟ କରିବା ପଡିବ ମହଙ୍ଗା

ଯଦି ଆପଣଙ୍କ ପାଖରେ ଏଚଡିଏଫସି ବ୍ୟାଙ୍କର କ୍ରେଡିଟ୍‌ କାର୍ଡ ଅଛି, ତେବେ ଆପଣ ୧ ସେପ୍ଟେମ୍ବର ଠାରୁ ଲେଟ୍‌ ପେମେଣ୍ଟ କରିବା ମହଙ୍ଗା ପଡିବ। ପ୍ରାଇଭେଟ୍‌ ସେକ୍ଟରର ସବୁଠାରୁ ବଡ ବ୍ୟାଙ୍କ୍‌ କ୍ରେଡିଟ୍‌ କାର୍ଡରେ ଲେଟ୍‌ ପେମେଣ୍ଟ ଚାର୍ଜ ବଢ଼ାଇବା ପାଇଁ ଘୋଷଣା କରିଛନ୍ତି। ଏଚଡିଏଫସି ନିଜ ୱେବସାଇଟରେ ଏହି ସୂଚନା ଦେଇଛି। ଏହା ଅନୁଯାୟୀ ଇମ୍ଫୋନିଆ କାର୍ଡକୁ ଛାଡି ଅନ୍ୟ ସମସ୍ତ ପ୍ରକାରର କ୍ରେଡିଟ୍‌ କାର୍ଡସ୍‌ ଉପରେ ନୂଆ ଚାର୍ଜ ଲାକୁ ହେବ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଯଦି ଡ୍ୟୁ ଡେଟ୍‌ ପଯ୍ୟର୍ନ୍ତ କ୍ରେଡିଟ୍‌ କାର୍ଡ ବିଲର ମିନିମମ୍‌ ଆମାଉଣ୍ଟ ପେମେଣ୍ଟ କରିନାହାନ୍ତି ତାହେଲେ ବ୍ୟାଙ୍କ କାର୍ଡ ଖାତାରେ ଡ୍ୟୁ ଡେଟ ପେମେଣ୍ଟ ରାଶି କ୍ରେଡିଟ୍‌ ହୋଇନଥାଏ। ବ୍ୟାଙ୍କ୍‌ ଗ୍ରାହକଙ୍କ ଠାରୁ ଲେଟ୍‌ ପେମେଣ୍ଟ ଚାର୍ଜ ବସୁଲ କରିଥାଏ। ଏହି ଲେଟ୍‌ ପେମେଣ୍ଟ ଚାର୍ଜ ଇମଫୋନିୟା କ୍ରେଡିଟ୍‌ କାର୍ଡରେ ବସୁଲ କରାଯାଇନଥାଏ।

ଅର୍ଥାତ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଡ୍ୟୁ ରାଶି ଉପରେ ଲେଟ୍‌ ପେମେଣ୍ଟ ଚାର୍ଜ ଦେବାକୁ ହେବ। କିନ୍ତୁ ଏହାଠାରୁ ଅଧିକ ଡ୍ୟୁ ରହିଛି ତାହେଲେ ୩୧ ଅଗଷ୍ଟ ପରେ ଅତିରିକ୍ତ ଚାର୍ଜ ଦେବାକୁ ହେବ। ବର୍ତ୍ତମାନ ୨୫,୦୦୦ରୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ରାଶି ଉପରେ ୯୫୦ ଟଙ୍କା ଲେଟ୍‌ ପେମେଣ୍ଟ ଚାର୍ଜ ଲାଗୁଛି, ଯାହା ୧ ସେପ୍ଟେମ୍ବର ଠାରୁ ୧,୧୦୦ ଟଙ୍କା ହୋଇଯିବ। ଏହିପରି ଭାବେ ୫୦,୦୦୦ ଟଙ୍କାରୁ ଅଧିକ ବକେୟା ରାଶି ଉପରେ ୯୫୦ ଟଙ୍କା ଚାର୍ଜ ଲାଗିଥାଏ, ଯାହା ବୃଦ୍ଧି ପାଇ ୧,୩୦୦ ଟଙ୍କା ହୋଇଯିବ।

ଏହାର ଅତିରିକ୍ତ ସେପ୍ଟେମ୍ବର ଠାରୁ ଗ୍ରାହକଙ୍କ ଠାରୁ ଡୁପ୍ଲିକେଟ ଷ୍ଟେଟମେଣ୍ଟ ଚାର୍ଜ ଆଦାୟ କରାଯିବ। ଏକ ଫିଜିକାଲ ଡୁପ୍ଲିକେଟ୍‌ ଷ୍ଟେଟମେଣ୍ଟର ଚାର୍ଜ ୧୦ ଟଙ୍କା କରାଯାଇଛି। ଏହାସହିତ ସମ୍ବନ୍ଧୀତ ଅନ୍ୟ ବିବରଣୀ ଆପଣ ଏଚଡିଏଫସି ୱେବସାଇଟରେ ମିଳିଯିବ।

Pritiparna

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

3 hours ago

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

6 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

6 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

7 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

7 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

7 hours ago