କଣ ଆପଣଙ୍କ ପାଖରେ ଅଛି କି ଏଚଡିଏଫସି ବ୍ୟାଙ୍କର କ୍ରେଡିଟ୍‌ କାର୍ଡ, ତାହେଲେ ୧ ସେପ୍ଟେମ୍ବରରୁ ଲେଟ ପେମେଣ୍ଟ କରିବା ପଡିବ ମହଙ୍ଗା

ଯଦି ଆପଣଙ୍କ ପାଖରେ ଏଚଡିଏଫସି ବ୍ୟାଙ୍କର କ୍ରେଡିଟ୍‌ କାର୍ଡ ଅଛି, ତେବେ ଆପଣ ୧ ସେପ୍ଟେମ୍ବର ଠାରୁ ଲେଟ୍‌ ପେମେଣ୍ଟ କରିବା ମହଙ୍ଗା ପଡିବ। ପ୍ରାଇଭେଟ୍‌ ସେକ୍ଟରର ସବୁଠାରୁ ବଡ ବ୍ୟାଙ୍କ୍‌ କ୍ରେଡିଟ୍‌ କାର୍ଡରେ ଲେଟ୍‌ ପେମେଣ୍ଟ ଚାର୍ଜ ବଢ଼ାଇବା ପାଇଁ ଘୋଷଣା କରିଛନ୍ତି। ଏଚଡିଏଫସି ନିଜ ୱେବସାଇଟରେ ଏହି ସୂଚନା ଦେଇଛି। ଏହା ଅନୁଯାୟୀ ଇମ୍ଫୋନିଆ କାର୍ଡକୁ ଛାଡି ଅନ୍ୟ ସମସ୍ତ ପ୍ରକାରର କ୍ରେଡିଟ୍‌ କାର୍ଡସ୍‌ ଉପରେ ନୂଆ ଚାର୍ଜ ଲାକୁ ହେବ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଯଦି ଡ୍ୟୁ ଡେଟ୍‌ ପଯ୍ୟର୍ନ୍ତ କ୍ରେଡିଟ୍‌ କାର୍ଡ ବିଲର ମିନିମମ୍‌ ଆମାଉଣ୍ଟ ପେମେଣ୍ଟ କରିନାହାନ୍ତି ତାହେଲେ ବ୍ୟାଙ୍କ କାର୍ଡ ଖାତାରେ ଡ୍ୟୁ ଡେଟ ପେମେଣ୍ଟ ରାଶି କ୍ରେଡିଟ୍‌ ହୋଇନଥାଏ। ବ୍ୟାଙ୍କ୍‌ ଗ୍ରାହକଙ୍କ ଠାରୁ ଲେଟ୍‌ ପେମେଣ୍ଟ ଚାର୍ଜ ବସୁଲ କରିଥାଏ। ଏହି ଲେଟ୍‌ ପେମେଣ୍ଟ ଚାର୍ଜ ଇମଫୋନିୟା କ୍ରେଡିଟ୍‌ କାର୍ଡରେ ବସୁଲ କରାଯାଇନଥାଏ।

tableଅର୍ଥାତ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଡ୍ୟୁ ରାଶି ଉପରେ ଲେଟ୍‌ ପେମେଣ୍ଟ ଚାର୍ଜ ଦେବାକୁ ହେବ। କିନ୍ତୁ ଏହାଠାରୁ ଅଧିକ ଡ୍ୟୁ ରହିଛି ତାହେଲେ ୩୧ ଅଗଷ୍ଟ ପରେ ଅତିରିକ୍ତ ଚାର୍ଜ ଦେବାକୁ ହେବ। ବର୍ତ୍ତମାନ ୨୫,୦୦୦ରୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ରାଶି ଉପରେ ୯୫୦ ଟଙ୍କା ଲେଟ୍‌ ପେମେଣ୍ଟ ଚାର୍ଜ ଲାଗୁଛି, ଯାହା ୧ ସେପ୍ଟେମ୍ବର ଠାରୁ ୧,୧୦୦ ଟଙ୍କା ହୋଇଯିବ। ଏହିପରି ଭାବେ ୫୦,୦୦୦ ଟଙ୍କାରୁ ଅଧିକ ବକେୟା ରାଶି ଉପରେ ୯୫୦ ଟଙ୍କା ଚାର୍ଜ ଲାଗିଥାଏ, ଯାହା ବୃଦ୍ଧି ପାଇ ୧,୩୦୦ ଟଙ୍କା ହୋଇଯିବ।

ଏହାର ଅତିରିକ୍ତ ସେପ୍ଟେମ୍ବର ଠାରୁ ଗ୍ରାହକଙ୍କ ଠାରୁ ଡୁପ୍ଲିକେଟ ଷ୍ଟେଟମେଣ୍ଟ ଚାର୍ଜ ଆଦାୟ କରାଯିବ। ଏକ ଫିଜିକାଲ ଡୁପ୍ଲିକେଟ୍‌ ଷ୍ଟେଟମେଣ୍ଟର ଚାର୍ଜ ୧୦ ଟଙ୍କା କରାଯାଇଛି। ଏହାସହିତ ସମ୍ବନ୍ଧୀତ ଅନ୍ୟ ବିବରଣୀ ଆପଣ ଏଚଡିଏଫସି ୱେବସାଇଟରେ ମିଳିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.