ଭୁବନେଶ୍ବର: କୋଭିଡ ଯୋଦ୍ଧାଙ୍କ ମନୋବଳ ବଢାଇବା ପାଇଁ ନିଆରା ପ୍ରୟାସ, ଏହି ଭଉଣୀ ତିଆରି କରିଛନ୍ତି ଶ୍ରଦ୍ଧାମିଶା ରାକ୍ଷୀ

କେନ୍ୟୁଜ୍(ବ୍ୟୁରୋ):  ଆଉ ମଝିରେ ଗୋଟିଲ ଦିନ ପରେ  ଆସୁଛି ରାକ୍ଷୀ ପର୍ଣ୍ଣିମା। ବର୍ଷ ତମାମ ଗେହ୍ଲା ଭଉଣୀଟି ଅତି ସରାଗରେ ଅପେକ୍ଷା କରି ରହିଥାଏ  ଏହି ଦିନଟିକୁ। ପ୍ରତିବର୍ଷ ଏହି ଦିନଟିକୁ ପାଳନ କରିବା ପାଇଁ ଦୂରରେ  ଥିବା ଭାଇ  ପାଖକୁ ଡାକ ମଧ୍ୟମରେ ରକ୍ଷୀ ପଠାଇଥାଏ ଭଉଣୀ। କିନ୍ତୁ ଏବର୍ଷ ସବୁକିଛି ସୁଖ ଶାନ୍ତିକୁ ଛଡାଇ ନେଇଛି କରୋନା ରାକ୍ଷାସ। କେବଳ  ସେତିକି ନୁହେଁ ସବୁ ପର୍ବ ପର୍ବାଣୀ ଉପରେ ରୋକ ମଧ୍ୟ ଲଗାଇଦେଇଛି। ଏଭଳି ସ୍ଥିତିର ସବୁ ବିଦେଶରେ ରହୁଥବା  ଭାଇମାନଙ୍କର ଭଉଣୀମାନଙ୍କ ପାଇଁ ରାକ୍ଷୀ ପୂର୍ଣ୍ଣିମା ଫିକା  ପଡିଯାଇଛି। କିନ୍ତୁ ଭୁବନେଶ୍ବରର ଲକ୍ଷ୍ମୀପ୍ରୀୟାଙ୍କ ପାଇଁ ଫିକା ପଡିନାହିଁ ରକ୍ଷା ବନ୍ଧନ।  ରାତିଦିନ ଏକ କରି ଯେଉଁ ମାନେ ଏ କରୋନା ମହାମାରୀ ସାଙ୍ଗରେ ଲଢେଇ କରୁଛନ୍ତି ସେମାନଙ୍କ ଉଦ୍ଦେଶ୍ୟରେ ତିଆରି କରିଛନ୍ତି ‘‘କୋଭିଡ ଯୋଦ୍ଧା’’ ନାମକ ରାକ୍ଷୀ। ଆଉ ମଧ୍ୟ ଏମିତି  କିଛି ରାକ୍ଷୀ ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ଲେଖା ହୋଇଛି ‘‘ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ’’  ।

ଲକ୍ଷ୍ମୀପ୍ରିୟା କହିଛନ୍ତି  ରକ୍ଷା ବନ୍ଧନ ସବୁ ବର୍ଷ ଆସିବ କିନ୍ତୁ ଏବର୍ଷ ଆମକୁ ସଚେତନ ହେବା  ସହ ନିଜ ଘରେ ରହି କୋଭିଡ ଯୋଦ୍ଧାଙ୍କୁ ସାହଯ୍ୟ ଓ ସହଯୋଗ କରିବା ବୋଲି କହିଛନ୍ତି। ଏହା ସହିତ ଲକ୍ଷ୍ମୀପ୍ରିୟା  ଇଚ୍ଛା କରିଛନ୍ତି କି ସେ ତିଆରି କରିଥିବା ବଡ଼ ରାକ୍ଷୀ ସରକାରଙ୍କ ମୁଖିଆ ଦ୍ୱାରା ସମସ୍ତ କୋଭିଡ଼ ଯୋଦ୍ଧାକୁ ଉତ୍ସର୍ଗ କରିବା ପାଇଁ ଗ୍ରହଣ କରନ୍ତୁ । ଏହା ଦ୍ବାରା  କୋଭିଡ ଯୋଦ୍ଧାଙ୍କ  ମନୋବଳ ବଢିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.