ଭୁବନେଶ୍ୱର : ଲୁଟେରାଙ୍କ ଆକ୍ରମଣରେ ଆହତ ୭୦ ବର୍ଷର ବୃଦ୍ଧାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଶେଷରେ ଆଖି ବୁଜି ଦେଲେ ୭୦ ବର୍ଷର ବୃଦ୍ଧା । ଭୂୁବେନଶ୍ୱର ନୟାପଲ୍ଲୀ ଏନ୍‌-୪ ଅଞ୍ଚଳରେ ନିଜ ଘର ଭିତରେ ଲୁଟେରାଙ୍କ ଶିକାର ହୋଇଥିଲେ । ତାଙ୍କ ଠାରୁ ସୁନା ଚେନ୍ ଆଦି ଲୁଟ୍ ତ କଲେ ତା ସହିତ ଦୁର୍ବୃତ୍ତମାନେ ତାଙ୍କୁ ଅସ୍ତ୍ରରେ ଆକ୍ରମଣ କରି ଗୁରତର ଆହତ ମଧ୍ୟ କରିଥିଲେ । ତେଣୁ ତାଙ୍କୁ ଏକ ଘରୋଇ ହସପିଟାଲରେ ରଖି ଚିକିତ୍ସା କରାଯାଉଥିଲା । ତାଙ୍କ ହାତ ଓ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ମୃତକ ହେଉଛନ୍ତି ତୁଳସୀ ଦେବୀ ।

ନୂଆପଲ୍ଲୀ ପୋଲିସ୍ ଘଟଣାର ତଦନ୍ତ କରୁଛି । ଏପର‌୍ୟ୍ୟନ୍ତ ଲୁଟେରାଙ୍କ ସମ୍ପର୍କରେ କୌଣସି ସୁରାକ୍ ମିଳି ନାହିଁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.