Hyundai ଦେଉଛି Grand i10 ଉପରେ ୯୫ହଜାର ଟଙ୍କାର ଡିସକାଉଣ୍ଟ, ଅଫର ସୀମିତ ସମୟ ପାଇଁ ଉପଲବ୍ଧ

Hyundai ନିକଟରେ ନିଜର ନୂଆ Grand i10 Niosକୁ ଭାରତରେ ଲଞ୍ଚ କରିଛି ଯାହା ଏକ ଆଡଭାନ୍ସଡ କାର ଅଟେ ଏବଂ ଏଥିରେ ଅନେକ ନୂଆ ଫିଚର୍ସକୁ ମଧ୍ୟ ସାମିଲ କରିଛି। କିନ୍ତୁ ଆପଣଙ୍କୁ ଏଠି ଆମେ ଜଣାଇବାକୁ ଚାହିଁବୁ ଯେ କମ୍ପାନୀ ପ୍ରଥମରୁ ଥିବା Grand i10କୁ ବନ୍ଦ କରିନାହିଁ। ଏହି କାର କମ୍ପାନୀର ୱେବସାଇଟରେ ଏବେ ମଧ୍ୟ ଦେଖିବାକୁ ମିଳିପାରେ।ଏମିତିରେ ଯଦି ଆପଣ ପୁରୁଣା ମଡେଲକୁ କିଣିବାକୁ ବାହାରିଛନ୍ତି ତେବେ ଏହି ସମୟ ଆପଣଙ୍କ ପାଇଁ ବହୁତ ଫାଇଦାପୂର୍ଣ୍ଣ ପ୍ରମାଣିତ ହୋଇପାରେ। ତେବେ ଆସନ୍ତୁ ଜାଣିବା ର ଏହି ନୂଆ ମଡେଲ କାର ବିଷୟରେ ଅଧିକ କିଛି।

Hyundaiର Grand i10 ନିଜ ସେଗମେଣ୍ଟର ସବୁଠାରୁ ଭଲ କାର। ଏହାର ସଲିଡ built କ୍ୱାଲିଟୀ, ସେ୍ପସ୍‌ ଏବଂ ପରଫରମାନ୍ସର କୌଣସି ଜବାବ ନାହିଁ। ନୂଆ Grand i10 Nios ଆସିବା ପରେ ମଧ୍ୟ ଏବେବି ଏହି କାର ମାକେର୍ଟରେ ଉପଲବ୍ଧ ରହିଛି। ଏମିତିରେ ଆପଣ ଏହି କାରକୁ କିଣିପାରିବେ କାରଣ ଏହି ଗାଡି ଉପରେ ପୂରା ୯୫୦୦୦ ଟଙ୍କା ଡିସକାଉଣ୍ଟ ଦେଉଛି। କେବଳ ଏତିକି ନୁହେଁ କାର ଉପରେ ତିନି ବର୍ଷ କିମ୍ବା ୧ ଲକ୍ଷ କିମି ପର୍ଯ୍ୟନ୍ତ ଓ୍ଵାରେଣ୍ଟୀ ମଧ୍ୟ ମିଳୁଛି।

ଏହାସହ ପଢନ୍ତୁ : ୯୯କିମି ମାଇଲେଜ ଦେଇଥାଏ ଏହି ବାଇକ୍, ଦାମ ୩୩ ହଜାରରୁ ଆରମ୍ଭ

ଏହାସହିତ ଗ୍ରାହକଙ୍କୁ ସାହାଯ୍ୟ କରିବା ପାଇଁ ୩ ବର୍ଷ ପର୍ଯ୍ୟନ୍ତ ରୋଡ ସାଇଡ୍‌ ଆସିଷ୍ଟାନ୍ସର ସୁବିଧା ମଧ୍ୟ ମିଳୁଛି। ଏହି ସବୁ ଅଫର୍ସ କେବଳ ୩୧ ଅଗଷ୍ଟ ୨୦୧୯ ପର୍ଯ୍ୟନ୍ତ ଲାଗୁ ହେବ। କାରର ଦାମ ୪.୯୭ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି ଏବଂ ଏହି କାର ପେଟ୍ରୋଲ ଏବଂ ଡିଜେଲ ଇଞ୍ଜିନରେ ଉପଲବ୍ଧ ରହିଛି।

Hyundai ନିଜର santro କାର ଉପରେ ମଧ୍ୟ ଡିସକାଉଣ୍ଟ ଦେଉଛି। ଏହି କାର ଉପରେ ଗ୍ରାହକ ପୂରା ୪୦ହଜାର ଟଙ୍କା ରିହାତି ପାଇପାରିବେ। ଏହି କାରର ଦାମ ୩.୯୦ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ଏଥିରେ ୧.୧ଲିଟୀ ପେଟ୍ରୋଲ ଇଞ୍ଜିନ ଲାଗିଛି ଯାହା 69PSର ପାଓ୍ଵାର ଦେଇଥାଏ ଏବଂ ଏହା ୫ ସ୍ପୀଡ MT ଏବଂ ୫ ସ୍ପୀଡ AMT ଗିୟରବକ୍ସ ଅପ୍ସନ ସହିତ ଆସିଥାଏ।

Pritiparna

Recent Posts

ମୋ ବସ୍‌ ରେ ଗନ୍ତବ୍ୟସ୍ଥଳକୁ ଯାଉଥିଲେ ଯାତ୍ରୀ, ପଛରୁ ପିଟିଲା ଟ୍ରକ୍‌

କଟକ : କାହାର ହାତରେ ଲାଗିଛି ଆଘାତ ତ କାହା ମୁଣ୍ଡରୁ ବାହାରୁଛି ରକ୍ତ । ଅନେକ ଲୋକ ଆହତ…

3 mins ago

ମୋଦିଙ୍କ ଶପଥ ଗ୍ରହଣ ସମାରୋହ : ୭୦୦୦ ହଜାର ବ୍ୟକ୍ତିଙ୍କୁ ନିମନ୍ତ୍ରଣ, ସାମ୍ନାକୁ ଆସିଲା ନିମନ୍ତ୍ରଣ ପତ୍ର ଫଟୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ ଆସନ୍ତାକାଲି ହେବାକୁ ଯାଉଛି । ଆସନ୍ତାକାଲି ସନ୍ଧ୍ୟା ୭.୧୫ ମିନିଟରେ ମୋଦି…

19 mins ago

ଶ୍ରୀମନ୍ଦିର ପରିସରରେ ପୁଣି ଲାଗିଲା ଲାଇଟ, କିଛି ଦିନ ତଳେ ଖୋଲି ଦେଇଥିଲା କଣ୍ଟ୍ରାକ୍ଟର

 କେନ୍ୟୁଜ(ବ୍ୟୁରୋ) : ଶ୍ରୀମନ୍ଦିରର ଆଲୋକୀକରଣ ପାଇଁ ପୁଣି ଥରେ ହୋଇଛି ବ୍ୟବସ୍ଥା । ଆଗାମୀ ଦିନରେ ସ୍ଥାୟୀ ଭାବେ ଆଲୋକୀକରଣର…

22 mins ago

୧୭ ବର୍ଷ ତଳର ଫିଲ୍ମ ‘ଜବ୍‌ ୱି ମେଟ୍‌ ’କୁ ମନେ ପକାଇଲେ ଫ୍ୟାନ୍ସ, ‘ୟେ ଇଶ୍କ ହାଏ’ରେ ଡ୍ୟାନ୍ସ କରୁଥିବାର ନଜର ଆସିଲେ ବେବୋ

କରୀନା କପୁର ଅନେକ ବ୍ଲକବଷ୍ଟର ଫିଲ୍ମରେ କାମ କରିଛନ୍ତି । ଯେପରି 'କବି ଖୁସି କଭି ଗମ'ର' ପୂଜା 'ଠାରୁ…

23 mins ago

ମନରେ ବାଘ ଆତଙ୍କର ଭୟ, ଧର ଧର କହି ଦୌଡିଲେ ଗାଁ ଲୋକେ

ସୋର (କେନ୍ୟୁଜ) : ଧର ଧର କହି ଦୌଡିଲେ ଗାଁ ଲୋକେ । ବାଘକୁ ଖୋଜିବାକୁ ଦଉଡୁଛନ୍ତି ଲୋକେ ।…

31 mins ago

ଏଠି ଯୁବକ ବି ଚାଲୁଛନ୍ତି ବାଡି ଧରି, ଘାରିଛି ଅଜଣା ରୋଗ ଚିନ୍ତାରେ ଗାଁ ଲୋକେ

ରେଢାଖୋଲ (କେନ୍ୟୁଜ) : କିଏ ଖଟରେ ଶୋଇ ରହିଛି ତ, ଆଉ କିଏ ବାଡି ଧରି ନଇନଇ ଚାଲୁଛି ।…

37 mins ago